ନୂଆଦିଲ୍ଲୀ,୨୦/୦୬: ଫିଫା ବିଶ୍ୱକପ୍‌ରେ କେବଳ ଦଳ ଓ ଖେଳାଳି ନୁହଁନ୍ତି ପ୍ରଶଂସକମାନେ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଏଭଳି ଜଣେ ପ୍ରଶଂସକ ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଛନ୍ତି । ସେ ହେଉଛନ୍ତି ଡିଆର କଙ୍ଗୋର ମିଚେଲ ଏନ୍‌କୁକା ଏମବୋଲାଡିଙ୍ଗା । ମିଚେଲଙ୍କ ବିଶେଷତ୍ୱ ହେଉଛି ସେ ଅଦ୍ଭୁତ ଭାବରେ ଷ୍ଟାଚ୍ୟୁ ହୋଇ ଦେଢ଼ ଘଣ୍ଟା ସମୟ ଛିଡ଼ା ହୋଇ ରହିପାରନ୍ତି ।

ଡିଆର କଙ୍ଗୋ ଦଳ ବିଶ୍ୱକପ୍‌ରେ ତା’ର ପ୍ରଥମ ମ୍ୟାଚ ପର୍ତ୍ତୁଗାଲ ବିପକ୍ଷରେ ଖେଳିଥିଲା । କଙ୍ଗୋ ଏହି ମ୍ୟାଚ ୧-୧ ଗୋଲରେ ଡ୍ର’ ରଖିଥିଲା । କିନ୍ତୁ ମିଚେଲ ଏହି ମ୍ୟାଚ ଦେଖି ପାରି ନଥିଲେ । ଇବୋଲା ସଂକ୍ରମଣ ସନ୍ଦେହରେ ସେ ୨୧ ଦିନିଆ କ୍ୱାରେଣ୍ଟାଇନରେ ରହିଛନ୍ତି । ବିଶ୍ୱକପ୍ ପୂର୍ବରୁ ସେ ଚର୍ଚ୍ଚାରେ ରହି ଆସିଛନ୍ତି । ୨୦୨୫ ଆଫ୍ରିକା ନେସନ କପ୍ରେ ମିଚେଲ ଚର୍ଚ୍ଚାକୁ ଆସିଥିଲେ । ସେ ୯୦ରୁ ୧୨୦ ମିନିଟ ପର୍ଯ୍ୟନ୍ତ ଷ୍ଟାଚ୍ୟୁ ହୋଇ ରହିପାରୁ ଥିଲେ ।

ଅଧିକ ପଢ଼ନ୍ତୁ :-  FIFA World Cup 2026: ଫୁଟବଲ୍ ଇତିହାସରେ ପ୍ରଥମ; ବିଶ୍ୱକପରେ ମାଆ-ପୁଅଙ୍କ ଧମାଲ, ଇରାନ ବିପକ୍ଷରେ ଟେଲରଙ୍କ ଡେବ୍ୟୁ

ବିଶେଷ କରି କଙ୍ଗୋର ପ୍ରଥମ ପ୍ରଧାନମନ୍ତ୍ରୀ ପାଟ୍ରିସ ଲୁମୁମ୍ବାଙ୍କ ଷ୍ଟାଚ୍ୟୁ ଭଳି ମିଚେଲ ଛିଡ଼ା ହୋଇ ରହନ୍ତି । ତେଣୁ ତାଙ୍କୁ ଲୁମୁମ୍ବା ଭେଆ ଭାବେ ସମସ୍ତେ ଜାଣନ୍ତି । କ୍ୱାରେଣ୍ଟାଇନ ସମୟ ପୂରଣ ହେବା ପରେ ସେ ଚଳିତ ବିଶ୍ୱକପ୍ ମ୍ୟାଚ ଦେଖିବେ ବୋଲି ଜଣା ପଡ଼ିଛି ।