ଭୁବନେଶ୍ଵର, ୦୫/୦୫ : ରାୟଗଡ଼ାରେ ନୂଆ ରେଳ ଡିଭିଜନ । ଜୁନ ୧ରୁ କାର୍ଯ୍ୟକାରୀ ହେବ ରାୟଗଡା ଡିଭିଜନ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି । ଏହା ଓଡ଼ିଶାର ରେଳ ସଂଯୋଗ, ପରିବହନ ସୁବିଧା ଓ ଆର୍ଥିକ ଉନ୍ନତିକୁ ବୃଦ୍ଧି କରିବ।

ଏହା ଛଡ଼ା, ଦକ୍ଷିଣ ତଟ ରେଳୱେ  ମଧ୍ୟ ନୂତନ ଭାବେ ଆରମ୍ଭ ହେବ । ପୂର୍ବ ତଟ ରେଳବାଇ ଓ ଦକ୍ଷିଣ କେନ୍ଦ୍ର ରେଳ ତଟରୁ କିଛି ଅଂଚଳକୁ ନେଇ ଦକ୍ଷିଣ ତଟ ରେଳ କରାଯାଇଛି। ଏହି ନୂତନ ତଟ କାର୍ଯ୍ୟଳୟ ବିଶାଖାପାଟଣାରେ କରାଯାଇଛି । ଏହା ମଧ୍ୟ ଜୁନ ୧ରୁ କାର୍ଯ୍ୟକାରୀ ହେବା ନେଇ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି। ୱାଲଟିଅର୍ ଡିଭିଜନକୁ ଦୁଇ ଭାଗ କରାଯାଇଛି । ଗୋଟିଏ ଭାଗ ରାୟଗଡ଼ା ଡିଭିଜନ ଯହା ପୂର୍ବ ତଟ ରେଳ ଅଧୀନରେ ରହିବ। ଆନ୍ୟ ଭାଗ ଦକ୍ଷିଣ ତଟ ବିଶାଖାପାଟଣା ଅଧୀନରେ ରହିଛି। 

ପୂର୍ବତଟ ରେଲୱେ ସିପିଆରଓ ଦୀପକ ରାଉତ କହିଛନ୍ତି ଯେ, ଖୋର୍ଦ୍ଧା ରୋଡ ଡିଭିଜନରେ ଥିବା ପଲାସା ଇଛାପୁରମ ୫୩ କିଲୋମିଟର ରୁଟକୁ ବିଶାଖାପାଟନମ ଡିଭିଜନରେ ମିଶାଯାଇଛି। ବର୍ତ୍ତମାନ ପୂର୍ବତଟ ଅଧିନରେ ସମ୍ବଲପୁର ଡିଭିଜନ, ଖୋର୍ଦ୍ଧା ରୋଡ୍ ଡିଭିଜନ ଓ ରାୟଗଡ଼ା ଡିଭିଜନରେ ରହିଛି। ଜୁନ ପହିଲାରୁ ରାୟଗଡା ଡିଭିଜନ କାର୍ଯ୍ୟକ୍ଷମ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏନେଇ ଆଵଶ୍ୟକ ଥିବା ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ପୂର୍ବତଟ ରେଳୱେ ପ୍ରସ୍ତୁତ ହୋଇଛି।.. 

ଏହି ଖବରଟିକୁ ପଢନ୍ତୁଶ୍ରୀମେଟାଲିକ କାରଖାନାରେ ମେଣ୍ଟେନାନ୍ସ ବେଳେ ଦୁର୍ଘଟଣା, ୩ ଶ୍ରମିକ ମୃତ