ଭୁବନେଶ୍ୱର ୦୪/୦୧: ରାଜଧାନୀକୁ ଫେରିଲା ପଥୋତ୍ସବ। ବର୍ଷର ପ୍ରଥମ ରବିବାରରେ ଜମିଲା ମାହୋଲ। ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀ ବାସିନ୍ଦା। ଚଳିତ ବର୍ଷ ପଥ ଉତ୍ସବକୁ ଟିକିଏ ନିଆରାଢଙ୍ଗରେ ପାଳନ କରାଯାଉଛି। ଜନପଥରେ ଯୋଗ, ଜୁମ୍ବା, ରଙ୍ଗୋଲି, କିଡ୍ସ କିଙ୍ଗଡମ୍, ସ୍କେଟିଂ, ଚିତ୍ରାଙ୍କନ, ପାରମ୍ପାରିକ ନୃତ୍ୟ ଗୀତରେ ଝୁମିଛନ୍ତି ଦର୍ଶକ । ଖାଲି ସେତିକି ନୁହେଁ ଦର୍ଶକଙ୍କ ମଧ୍ୟରେ ଥିବା ଲକ୍କାୟିତ ପ୍ରତିଭାର ଭୁବନେଶ୍ୱର ଗଡ ଟ୍ୟାଲେଣ୍ଟ ମଞ୍ଚ ପ୍ରଦର୍ଶନ କରିଛନ୍ତି । ଏଥିରେ ନୃତ୍ୟ, ଗୀତ, ଏକକ ଅଭିନୟ, ମିମିକ୍ରି ଆଦି ପ୍ରତିଭା ଦେଖାଉଛନ୍ତି ଦର୍ଶକ ।

ପଥୋତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଏକାମ୍ର ବିଧାୟକ ବାବୁ ସିଂହ, ମେୟର ଭୁବନେଶ୍ବର ମେୟର ସୁଲୋଚନା ଦାସ, କମିଶନର ଚଞ୍ଚଳ ରାଣା, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ ଉପସ୍ଥିତ ଥିଲେ। ଶୀତରେ ଉଷ୍ମତା ଭରିଲେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, କମେଡିରେ ହସି ହସି ବେଦମ କଲେ ପପୁ ପମପମ୍।

ଏତିକିରେ ଉତ୍ସବ ସୀମିତ ନାହିଁ । ଶୀତୁଆ ସକାଳରେ ଖାଦ୍ୟ ବଜା ମଜ୍ଜା ନେଲେ ରାଜଧାନୀବାସୀ। ସେହିପରି ମହିଳା ଓ ବାଳିକାମାନଙ୍କ ପାଇଁ ରଙ୍ଗୋଲି, ପୁଚି, ଚିତ୍ରାଙ୍କନ ରହିଥିବା ବେଳେ ଫେସ୍ ପେଣ୍ଟିଂ କରି ଶିଶୁମାନେ କିଡ୍ସ କିଙ୍ଗଡମରେ ବିଭୋର ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଜାନୁଆରୀ ୧୮ତାରିଖରେ ନୂଆ ଜାଗମରା ବରମୁଣ୍ଡା ରାସ୍ତା ଏବଂ ଫେବୃଆରୀ ୧ ତାରିଖରେ ଇମ୍ଫୋସିଟିଠାରେ ପଥ ଉତ୍ସବ ଚାଲିବ ।