ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇବ୍ରାହିମ୍ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାକୁ ନେଇ ଉଠିଛି ଅନେକ ପ୍ରଶ୍ନ , ଇରାନରେ ଆରମ୍ଭ ହେବାକୁ ଯାଉଛି କ୍ଷମତାର ଲଢେଇ ?

ନୂଆଦିଲ୍ଲୀ : ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଛି। ତାଙ୍କର ହେଲିକପ୍ଟର ରବିବାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଇରାନର ବିଦେଶ ମନ୍ତ୍ରୀ ହୋସୈନୀ ଅମିର ଅବଦୁଲ୍ଲାହିୟାନଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଇରାନୀ ରାଷ୍ଟ୍ରପତି ରଇସି ରବିବାର ଅଜରବୈଜାନ ପ୍ରାନ୍ତରେ ଏକ ଡ୍ୟାମ୍‌ର ଉଦଘାଟନ କରିବାକୁ ଯାଇଥିଲେ। ଏଠାରୁ ସେ ତବରେଜ ସହର ଯାଉଥିଲେ। ଏହି ସମୟରେ ଭର୍ଜେକାନ ସହରର ପାହାଡ ଗୁଡ଼ିକ ମଧ୍ୟରେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇ ଯାଇଥିଲା। 

କୁହାଯାଉଛି କି , ଖରାପ ପାଣିପାଗ କାରଣରୁ ହେଲିକପ୍ଟରର ଦୁର୍ଘଟଣା ଘଟି ଥାଇ ପାରେ। କିନ୍ତୁ ଯେଉଁ ସ୍ଥିତିରେ ଏହି ଦୁର୍ଘଟଣା ଘଟିଛି , ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କିଛି ଜଣ ଏହା ପଛରେ ଇସ୍ରାଏଲର ହାତ ଥିବା ଅଭିଯୋଗ କରିଛନ୍ତି। ଆଉ କିଛି ଏହା ପଛରେ କ୍ଷମତାର ଲଢେଇ କଥା ମଧ୍ୟ କହୁଛନ୍ତି। ତାହା ଏଥିପାଇଁ କାରଣ ରଇସିଙ୍କ ମୃତ୍ୟୁ ଇରାନରେ କିଛି ଲୋକଙ୍କ ପାଇଁ ଫାଇଦାର ସୁଯୋଗ ବୋଲି କୁହାଯାଉଛି। 

ରଇସିଙ୍କ ମୃତ୍ୟୁ ପରେ ଏବେ ଉପରାଷ୍ଟ୍ରପତି ମହମ୍ମଦ ମୋଖବର ଶାସନା ସମ୍ଭାଳିବେ। କିନ୍ତୁ ୫୦ ଦିନ ଭିତରେ ନିର୍ବାଚନ କରିବାକୁ ହେବ। ଅର୍ଥାତ୍‌ ନୂଆ ରାଷ୍ଟ୍ରପତି ନିର୍ବାଚନ କରିବାକୁ ହେବ।

ଯେଉଁ ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ୍‌ ରଇସିଙ୍କ ସମେତ ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି, ଏହାର ପଛରେ ଅୟାତୁଲ୍ଲା ଅଲି ଖାମେନେଇଙ୍କ ପୁଅ ମୋଜତାବା ଖାମେନେଇଙ୍କର ହାତ ଥିବା କଥା କୁହାଯାଇଛି। ଅନେକ ଇରାନୀ ଆକ୍ଟିଭିଷ୍ଟଏହି ପ୍ରଶ୍ନ ଉଠାଇଛନ୍ତି। 

ପ୍ରକୃତ କଥା ହେଲା , ଅୟାତୁଲ୍ଲା ଅଲୀ ଖାମେନେଇଙ୍କୁ ୮୫ ବର୍ଷ ବୟସ ହୋଇ ଗଲାଣି ଏବଂ ସେ କ୍ୟାନସରରେ ପୀଡ଼ିତ। ଏବେ ତାଙ୍କର ଉତ୍ତରାଧିକାରୀ ତଲାସ ମଧ୍ୟ ଆରମ୍ଭ ହୋଇ ଯାଇଛି। ଏବେ ସୁଦ୍ଧା ଇବ୍ରାହିମ ରଇସିଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ମନେକରାଯାଉ ଥିଲା। ରଇସିଙ୍କୁ ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡସ କପର୍ସ (ଆଇଆରଜିସି) ମଧ୍ୟ ପସନ୍ଦ କରୁଥିଲା। କିନ୍ତୁ ରଇସିଙ୍କ ଯିବା ପରେ ଏବେ ଖାମେନେଇଙ୍କ ପୁଅ ମୋଜତାବାଙ୍କର ରାସ୍ତା ପାଖାପାଖି ସଫା ହୋଇ ଯାଇଛି।

ଇରାନୀ ସାମ୍ୱାଦିକ ମସିହ ଅଲିନେଜାଦ ଏକ୍ସରେ ଲେଖିଛନ୍ତି କି , ଅନେକ କନସ୍ପିରେସି ଥିଓରୀ ମଧ୍ୟରୁ ଗୋଟିଏ ଏହା ମଧ୍ୟ ଯେ, ଖାମେନେଇଙ୍କର ପୁଅଙ୍କର ହାତ ଥାଇ ପାରେ , ଏହାକି ସେ ନିଜର ପିତାଙ୍କର ସ୍ଥାନ ନେବାର ରାସ୍ତା ସହଜ କରି ପାରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.