ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ୬୦% ଭୋଟିଂ, ପଶ୍ଚିମବଙ୍ଗରେ ସର୍ବାଧିକ ୭୬.୦୫ ପ୍ରତିଶତ ମତଦାନ

ନୂଆଦିଲ୍ଲୀ,୨୧/୦୫: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪୯ ଆସନରେ ହାରାହାରି ୬୦.୪୦% ମତଦାନ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ୭୬.୦୫% ଭୋଟିଂ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ ୫୪.୨୯% ଭୋଟିଂ ହୋଇଥିବା ନିର୍ବାଚନ କମିଶନଙ୍କ ୱେବସାଇଟରୁ ଜଣାପଡ଼ିଛି । ରିପୋର୍ଟ ମୁତାବକ ଲଦାଖରେ ୬୯.୬୨% ମତଦାନ ହୋଇଥିଲା ବେଳେ ଓଡ଼ିଶାରେ ୬୭.୫୯%, ଝାଡ଼ଖଣ୍ଡରେ ୬୩.୦୭%, ଉତ୍ତର ପ୍ରଦେଶରେ ୫୭.୭୯%, ଜମ୍ମୁ-କାଶ୍ମୀରରେ ୫୬.୭୩% ଓ ବିହାରରେ ୫୪.୮୫% ଭୋଟିଂ ହୋଇଛି ।




ଉତ୍ତର ପ୍ରଦେଶର ମହୋବାରେ ଜଣେ କର୍ତ୍ତବ୍ୟରତ ସିଆର୍‌ପିଏଫ୍‌ ଯବାନଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗର ବାରାକପୁର ଓ ହୁଗୁଳିରେ ବିଜେପି ଓ ଟିଏମ୍‌ସି କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ମୁମ୍ବାଇରେ ମତଦାନ କେନ୍ଦ୍ର ନିକଟରେ ଡମି ଇଭିଏମ୍‌ ରଖାଯିବା ଅଭିଯୋଗରେ ପୁଲିସ ଶିବସେନା ଉଦ୍ଧବ ଗୋଷ୍ଠୀର ୩ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି । ମୁମ୍ବାଇରେ ସୋମବାର ସମଗ୍ର ବଲିଉଡ୍‌ ଭୋଟ୍‌ ଦେଇଛି । ଗୁଲ୍‌ଜାର, ସୁଭାଷ ଘାଇ, ଅକ୍ଷୟ କୁମାର, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସଲମାନ ଖାନ୍‌, ନାନା ପାଟେକର, ସୋନାକ୍ଷୀ ସିହ୍ନା, ଶ୍ରଦ୍ଧା କପୁର, ଅନିଲ କପୁର, ମାଧୁରୀ ଦୀକ୍ଷିତ, ମନୋଜ ବାଜପେୟୀ ଭୋଟ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ଅନିଲ ଅମ୍ବାନି ବି ମତଦାନ କରିଛନ୍ତି । ଅଭିନେତା ଅମିତାଭ ବଚ୍ଚନ, ସଞ୍ଜୟ ଦତ୍ତ, ଶାହରୁଖ ଖାନ ଓ ଜୟା ବଚ୍ଚନଙ୍କ ସମେତ ସଚିନ ତେନ୍ଦୁଲକର ବି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଥାନେର ବିଭିନ୍ନ ପୋଲିଂ ବୁଥ୍‌ ବୁଲୁଥିଲେ । ଏହି ସମୟରେ ରାସ୍ତାରେ ଏକ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା କରିଥିଲେ । କାଶ୍ମୀରୀ ପଣ୍ଡିତମାନେ ଜମ୍ମୁର ଜଗତି ଟାଉନସିପରେ ନିର୍ମିତ ବୁଥ୍‌ରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ବାରାମୂଳା ଆସନ ପାଇଁ ଏଠାରେ ଭୋଟ୍‌ ଦିଆଯାଇଛି । ରାହୁଲ ଗାନ୍ଧୀ ରାଏବରେଲିର ବଛରାୱାଁ ଗ୍ରାମରେ ମହାତ୍ମା ଗାନ୍ଧୀ ଇଣ୍ଟର କଲେଜ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟରଙ୍କ ସହ କଥା ହେବା ସହ ସେମାନଙ୍କ ସହିତ ସେଲ୍‌ଫି ନେଇଥିଲେ ।

ପଞ୍ଚମ ପର୍ଯ୍ୟାୟରେ ବିହାରର ୫, ଝାଡ଼ଖଣ୍ଡର ୩, ମହାରାଷ୍ଟ୍ରର ୧୩, ଓଡ଼ିଶାର ୫, ଉତ୍ତର ପ୍ରଦେଶର ୧୪ ଓ ପଶ୍ଚିମବଙ୍ଗର ୭ ଏବଂ ଜମ୍ମୁ-କାଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଲୋକସଭା ଆସନରେ ଭୋଟ ହୋଇଛି । ଏହି ପର୍ଯ୍ୟାୟରେ ରାଜନାଥ ସିଂହ, ସ୍ମୃତି ଇରାନୀ ଓ ପୀୟୂଷ ଗୋୟଲଙ୍କ ସମେତ ୯ କେନ୍ଦ୍ରମନ୍ତ୍ରୀ ଲଢ଼ୁଛନ୍ତି । ୟୁପିର ରାଏବରେଲି ଆସନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଢ଼ୁଛନ୍ତି । ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହେବା ସହିତ ଲୋକସଭାର ମୋଟ ୫୪୩ ଆସନରୁ ୪୨୯ ଆସନରେ ଭୋଟିଂ ଶେଷ ହୋଇଛି । ବାକି ୨ଟି ପର୍ଯ୍ୟାୟରେ ୧୧୪ ଆସନରେ ମତଦାନ ହେବ ।

  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.