ଭୁବନେଶ୍ୱର,୨୧/୦୫: ମଙ୍ଗଳବାର ପୁଣି ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ପ୍ରଥମେ ମା’ ସମଲେଶ୍ୱରୀଙ୍କ ଦର୍ଶନ ପରେ ରେମେଡ ଗାଁ ପଡ଼ିଆରେ ଆୟୋଜିତ ଜନସଭାକୁ ସେ ସମ୍ବୋଧିତ କରିବେ । କେନ୍ଦୁଝର, ଢେଙ୍କାନାଳର ପରଜଙ୍ଗ ଓ ନୟାଗଡ଼ରେ ସଭା କରି ପ୍ରଚାର କରିବା ସହ ବିଜେପି ପାଇଁ ଭୋଟ୍ ମାଗିବେ ଶାହ । ଶାହଙ୍କ ସମ୍ବଲପୁର ସଭାରେ ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସାମିଲ ହେବେ । କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ବି ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି । ମୋରଡ଼ା, ଉଦଳା, ଯଶୀପୁର ଓ ରାଇରଙ୍ଗପୁର, ବାଙ୍ଗିରିପୋଷି ଓ ବାରିପଦାରେ ଅନୁଷ୍ଠିତ ଆୟୋଜିତ ଜନସଭାରେ ସେ ସାମିଲ ହେବେ । ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓ ସାଂସଦ ଅନୁଭବ ମହାନ୍ତି ଆସନ୍ତାକାଲି ନୀଳଗିରି, ଜଳେଶ୍ୱର, ଭୋଗରାଇ ଓ ବସ୍ତାରେ ପ୍ରଚାର କରିବେ ।
ପୁଣି କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ; ଭ...