ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଜଳବାୟୁ ଚକ୍ରରେ ତୀବ୍ର ପରିବର୍ତ୍ତନ, ଆଣ୍ଟାର୍କଟିକାରେ ଦ୍ରୁତ ଗତିରେ ତରଳୁଛି ବରଫ

Published By : Rasmita Pradhan | July 9, 2025 7:26 AM

ନୂଆଦିଲ୍ଲୀ, ୦୯/୦୭ : ଜଳବାୟୁ ଚକ୍ରରେ ତୀବ୍ର ପରିବର୍ତ୍ତନ। ଆଣ୍ଟାର୍କଟିକାରେ ଦ୍ରୁତ ଗତିରେ ତରଳୁଛି ବରଫ। ସମୁଦ୍ର ତଳୁ ଉପରକୁ ଉଠୁଛି ଲୁଣିଅଂଶ। ସମୁଦ୍ରର ବରଫ ତିଆରି କ୍ଷମତା ଉପରେ ପଡ଼ୁଛି ଓଲଟା ପ୍ରଭାବ। ୨୦୧୫ ପରଠାରୁ ତରଳିଗଲାଣି ଗ୍ରିନଲ୍ୟାଣ୍ଡ୍ ଆକାରର ବରଫ। ଯାହା ଗତ ଦଶନ୍ଧିର ସବୁଠାରୁ ବଡ଼ ପରିବେଶଗତ ପରିବର୍ତ୍ତନ। ସଦ୍ୟ ଅଧ୍ୟୟନରୁ ଆସିଲା ଚିନ୍ତାଜନକ ରିପୋର୍ଟ। ଅଧିକ ଲୁଣିଆ ହୋଇଗଲାଣି ଆଣ୍ଟାର୍କଟିକା। ଡ଼ାକି ଆଣିବ ବଡ଼ ବିପଦ। ବିଶ୍ଵ ଉଷ୍ମତାକୁ କରିବ ତ୍ଵରାନ୍ଵିତ, ବଢିବ ଝଡ଼ ସଂଖ୍ୟା, ବଢିବ ସମୁଦ୍ର ଜଳସ୍ତର।  

ସାଧାରଣତଃ, ସମୁଦ୍ର ପୃଷ୍ଠରେ ଥଣ୍ଡା ମଧୁର ଜଳ ଥାଏ ଏବଂ ତଳେ ଉଷ୍ମ ଲୁଣିଆ ପାଣି ରହିଥାଏ। ଏହି ସ୍ତରୀକରଣ ସମୁଦ୍ର ଗର୍ଭରେ ତାପକୁ ଫସାଇ ରଖେ। ପୃଷ୍ଠ ଜଳକୁ ଥଣ୍ଡା ରଖି ସମୁଦ୍ର ବରଫ ଗଠନ କରିବାରେ ସାହାଯ୍ୟ କରେ। ଲୁଣିଆ ପାଣି ଅଧିକ ସଘନ ହୋଇଥିବାରୁ ତାହା ଭାରୀ ହୋଇଥାଏ। ତେଣୁ ଯେତେବେଳେ ପୃଷ୍ଠ ଜଳ ଅଧିକ ଲୁଣିଆ ହୁଏ, ତାହା ସହଜରେ ବୁଡ଼ିଯାଏ ଏବଂ ଗଭୀର ସମୁଦ୍ରର ତାପମାତ୍ରା ବଢାଇଦିଏ। ସମୁଦ୍ର ବରଫ ଏକ ବିଶାଳ ଦର୍ପଣ ପରି ସୂର୍ଯ୍ୟକିରଣକୁ ପ୍ରତିଫଳିତ କରିଥାଏ। ହେଲେ ବରଫ ତରଳିଗଲେ ଅଧିକ ସୌରଶକ୍ତି ପୃଥିବୀରେ ରହିଯାଏ। ଯାହା ବିଶ୍ଵ ଉଷ୍ମତାକୁ ତ୍ଵରାନ୍ଵିତ କରେ, ଝଡ଼କୁ ତୀବ୍ର କରେ ଏବଂ ବିଶ୍ଵବ୍ୟାପୀ ଉପକୂଳବର୍ତ୍ତୀ ସହରଗୁଡ଼ିକରେ ସମୁଦ୍ର ସ୍ତର ବୃଦ୍ଧି କରେ। 

ବରଫ ତରଳିଲେ ସମୁଦ୍ର ସତେଜ ହୁଏ। ହେଲେ ଆଣ୍ଟାର୍କଟିକାରେ ବରଫ ତରଳି ଏହାର ବିପରୀତ ଦିଗରେ କାର୍ଯ୍ୟ କରୁଛି। ବରଫ ତରଳିବା ସମୟରେ ସମୁଦ୍ରରେ ଗଚ୍ଛିତ ଅଧିକ ତାପ ବାୟୁମଣ୍ଡଳକୁ ଯାଉଛି। ଯାହା ବିଶ୍ଵ ଉଷ୍ମତାକୁ ତ୍ଵରାନ୍ଵିତ କରିବା ସହ ଝଡ଼ ସଂଖ୍ୟା ଓ ତୀବ୍ରତା ବୃଦ୍ଧି କରୁଛି। ଏହା ସ୍ଥଳଭାଗରେ ଉଷ୍ମଲହରି ଆଣୁଛି। ଆଣ୍ଟାର୍କଟିକାର ବରଫ ଚାଦରକୁ ଆହୁରି ତରଳାଇ ବିଶ୍ଵ ସ୍ତରରେ ସମୁଦ୍ର ସ୍ତରକୁ ବୃଦ୍ଧି କରୁଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.