ନୂଆଦିଲ୍ଲୀ,୧୫/୧୧: ଗ୍ରୀନ୍‌ ଟି’ ଏମିତି ଏକ ପାନୀୟ, ଯାହା ସ୍ୱାସ୍ଥ୍ୟ ପାଇଁ ହିତକର । ଓଜନ କମାଇବାଠାରୁ ଆରମ୍ଭ କରି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ଯାଏ ସବୁ କ୍ଷେତ୍ରରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସତ୍ତେ୍ୱ କିଛି ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ମଧ୍ୟ । ଗ୍ରୀନ୍‌ ଟି’ ପିଇବା କ୍ଷତିକାରକ ଗ୍ରୀନ୍‌ ଟି’ରେ କ୍ୟାଫିନ୍‌ ଓ ଟ୍ୟାନିନ୍‌ ରହିଥାଏ, ଯାହାକୁ ଅଧିକ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ବଢିଥାଏ । 

ଚିଡ୍‌ଚିଡାପଣ: କ୍ୟାଫିନ୍‌ ଶରୀରର ସ୍ନାୟୁ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରି ରଖିଥାଏ । ଫଳରେ ନିଦରେ ବ୍ୟାଘାତ ହେବା ସହ ଚିଡ୍‌ଚିଡାପଣ ଓ ବ୍ୟତିବ୍ୟସ୍ତତା ବଢିଥାଏ । 

ଆଇରନ୍‌ ଅବଶୋଷଣ କମେ: ଗ୍ରୀନ୍‌ ଟି’ରେ ଥିବା ଟ୍ୟାନିନ୍‌ ଅନ୍ତନଳୀରେ ଆଇରନ୍‌ ଅବଶୋଷଣକୁ କମ୍‌ କରିପାରେ । ଫଳରେ ଆନେମିଆର ଆଶଙ୍କା ବଢିଥାଏ । 

ଛାତି ଧଡ଼ ଧଡ଼ ବଢିଥାଏ: ମାତ୍ରାଧିକ କ୍ୟାଫିନ୍‌ ଛାତି ଧଡ଼ ଧଡ଼କୁ ବଢାଇଥାଏ ।

ଗର୍ଭବତୀ ଓ ସ୍ତନପାନ କରାଉଥିବା ମା’: ଗର୍ଭବତୀ ଓ ସ୍ତନପାନ କରାଉଥିବା ମହିଳାମାନେ ସୀମିତ ମାତ୍ରାର ଗ୍ରୀନ୍‌ ଟି’ ପିଇବା ଉଚିତ୍‌ । 

ଉଚ୍ଚ ରକ୍ତଚାପ ରୋଗୀ: ଏହି ରୋଗୀମାନେ ସୀମିତ ମାତ୍ରାର ଗ୍ରୀନ୍‌ ଟି’ ପିଇବା ଉଚିତ୍‌ ।

ଗ୍ରୀନ୍‌ ଟି’ ଆଦୌ ନୁହେଁ ଅନିଦ୍ରା ପୀଡିତ: ଯେଉଁମାନଙ୍କୁ ଅନିଦ୍ରାଜନିତ ସମସ୍ୟା ରହିଥାଏ, ସେମାନେ ଗ୍ରୀନ୍‌ ଟି’ ପିଇବା ଅନୁଚିତ୍‌ । ହୃଦ୍‌ରୋଗ, କିଡ୍‌ନୀ ଓ ଲିଭର୍‌ ସମସ୍ୟା ରହିଥିଲେ: ହୃଦୟ ରୋଗ, କିଡ୍‌ନୀ ରୋଗ ଓ ଲିଭର୍‌ ସମସ୍ୟା ରହିଥିବା ବ୍ୟକ୍ତି ଡାକ୍ତରଙ୍କ ବିନା ପରାମର୍ଶରେ ଗ୍ରୀନ୍‌ ଟି’ ପିଇବା ଅନୁଚିତ୍‌ ।

 ଦିନକୁ କେତେ ଗ୍ରୀନ୍‌ ଟି’?: ଗ୍ରୀନ୍‌ ଟି’ ଭୋଜନର ଏକ ଘଣ୍ଟା ପୂର୍ବରୁ ବା ପରେ ପିଇବା ଉଚିତ୍‌ । ସେହିପରି ଦିନକୁ ୧-୨ କପ୍‌ ଗ୍ରୀନ୍‌ ଟି’ ଶରୀର ପାଇଁ ହିତକର । ଏହାଠାରୁ ଅଧିକ ଆଦୌ ନୁହେଁ ।