ଶ୍ରୀନଗର,୨୩/୦୫: ଜମ୍ମୁ-କଶ୍ମୀର ଶ୍ରୀନଗରରେ ରେକର୍ଡ ପାର କରିଛି ତାତି । ଥଣ୍ଡା ଘରୁ ବାହାରିବା ମୁସ୍କିଲ ହୋଇଛି । ତତଲା କଡ଼େଇରେ ଫୁଟୁଛି ଶ୍ରୀନଗର । ୫୪ ବର୍ଷ ପରେ ତାପମାତ୍ର ୩୪ ଡିଗ୍ରୀ ଟପିଛି । ୧୩୩ ବର୍ଷ ପରେ ମେ' ମାସରେ ଶୁକ୍ରବାର ତୃତୀୟ ସବୁଠୁ ଅଧିକ ଗରମ ଦିନ ହୋଇଛି । ପାଣିପାଗ ବିଭାଗ ମେ' ୨୩ ଅର୍ଥାତ୍ ଆଜି ପାଇଁ ଆଲର୍ଟ ଜାରି କରିଛନ୍ତି । ଆସନ୍ତା ୨୪ରୁ ୨୬ ଯାଏ ଗରମକୁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଶ୍ରୀନଗର ସହିତ ଜମ୍ମୁରେ ମଧ୍ୟ ପ୍ରଚଣ୍ଡ ଗରମ ହୋଇଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଦିନ ତାପମାତ୍ର ୩୮.୫ ଡିଗ୍ରୀ ରହିଛି । ପବନ ବହିବାରୁ ବୁଧବାର ଅପେକ୍ଷା ତାତି ସାମାନ୍ୟ କମ୍ ହୋଇଛି । ୨.୯ ଡିଗ୍ରୀ ତାପମାତ୍ରା କମିଛି । ବୁଧବାର ଜମ୍ମୁରେ ଅଧିକାଂଶ ସ୍ଥାନରେ ତାପମାତ୍ର ୪୧.୪ ଡିଗ୍ରୀ ରହିଥିଲା । ଗତ ୫୪ ବର୍ଷ ପରେ ଶ୍ରୀନଗରରେ ତାପମାତ୍ରା ୩୪ ଡିଗ୍ରୀ ପାର୍ କରିଛି । ଏହାପୂର୍ବରୁ ୧୯୭୧ ମେ' ୨୮ରେ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଘାଟିର ସୁନ୍ଦରତା ବ୍ୟତୀତ ଜମ୍ମୁର ମୌସୁମୀ ଅନ୍ୟ ରାଜ୍ୟର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଜମ୍ମୁରେ ପାଣିପାଗ ସାଧାରଣତଃ ଥଣ୍ତା ରହିଥାଏ । ଛୁଟିରେ ଲୋକ କଶ୍ମୀର ବୁଲିବାକୁ ଯାଇଥାନ୍ତି । ମାତ୍ର ଏବେ ଭୀଷଣ ଗରମ ଅନୁଭୂତ ହୋଇଛି । କୋପ ଦେଖାଇଛି ଖରା । ବଜାର ଓ ସଡ଼କକୁ ଦ୍ୱିପ୍ରହରରେ ଘରୁ ବାହାରିବା କଷ୍ଟକର ହେଉଛି । ୫୪ ବର୍ଷ ପରେ ଶ୍ରୀନଗରରେ ତାପମାତ୍ରା ୩୪ ଡିଗ୍ରୀ ପାର୍ ସମସ୍ତଙ୍କୁ ଚକିତ କରିଛି ।
ଗୁରୁବାର ଶ୍ରୀନଗରର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟରୁ ଅଧିକ ଥିଲା । ସର୍ବନିମ୍ନ ତାପମାତ୍ରା ୧୫.୪ ଡିଗ୍ରୀ ରେକର୍ଡ ହୋଇଥିଲା । ଗୁଲମାର୍ଗରେ ତାପମାତ୍ର ୨୫.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସାମାନ୍ୟଠୁ ୮.୮ ଡିଗ୍ରୀ ଅଧିକ ଥିଲା । ସେହିପରି ପହଲଗାମରେ ତାମପାତ୍ରା ୨୭.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ତାହା ୫.୬ ଡିଗ୍ରୀ ଅଧିକ ଥିଲା । କଶ୍ମୀରର କାଞ୍ଜୁଗୁଡରେ ତାପମାତ୍ରା ୩୩.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ଯାହା ୧୯୫୬ରୁ ଏବେ ସୁଦ୍ଧା ମେ' ର ତୃତୀୟ ସର୍ବାଧିକ ତାପମାତ୍ରା ଥିଲା । ୧୯୭୮ ପରେ କୋକରନାଗରେ ୩୩.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିଲା । ଏହାପୂର୍ବରୁ କୋକରନାଗରେ ୨୦୦୧ ମେ' ୧୫ ତାରିଖରେ ୩୨.୬ ଡିଗ୍ରୀ ତାପମାତ୍ରା ରହିଥିଲା । ଜମ୍ମୁ ସମ୍ଭାଗରେ ୩୧ ଡିଗ୍ରୀ, ବଟୋଟରେ ୨୯.୨ ଡିଗ୍ରୀ, ଭଦ୍ରବାହରେ ୩୨.୧ ଡିଗ୍ରୀ, କଟଡାରେ ୩୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିଲା ।