ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସୁନୀତାଙ୍କ ଫେରିବା ବେଳେ ଉପୁଜିଥିଲା ବିପଦ, ୭ ମିନିଟ୍ ତୁଟିଥିଲା ସମ୍ପର୍କ

Published By : Ankita S | March 19, 2025 11:14 AM

ନୂଆଦିଲ୍ଲୀ,୧୯/୦୩: ମହାକାଶରୁ ୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ । ଫ୍ଲୋରିଡା ତଟରେ କ୍ରୁ-୯ ମିଶନର ଡ୍ରାଗନ ମହାକାଶଯାନର ସଫଳ ଅବତରଣ ପରେ ସୁରକ୍ଷିତ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ତାଙ୍କ ଟିମ୍ । ଆଇସିସିରୁ ୧୭ ଘଣ୍ଟା ଯାତ୍ରା ପରେ ଘରକୁ ଫେରିଛନ୍ତି ସୁନୀତା । ଭାରତୀୟ ସମୟ ମଙ୍ଗଳବାର ଭୋର ୩ଟା ୨୭ ମିନିଟରେ ଫ୍ଲୋରିଡା ସମୁଦ୍ର ତଟରେ ଅବତରଣ କରିଥିଲେ ସୁନୀତା ଓ ବୁଚ୍ ୱିଲମୋର । ଜାଣିଛନ୍ତି କି ସୁନୀତାଙ୍କ ଫେରିବା ବେଳେ ବିପଦ ଉପୁଜିଥିଲା । ଏମିକି ଏକ ସମୟ ଆସିଥିଲା ନାସା ବୈଜ୍ଞାନିକ ଚିନ୍ତାରେ ପଡି ଯାଇଥିଲେ ।

କଳ୍ପନା ଚାୱାଲାଙ୍କ ସମୟରେ ଯାହା ହୋଇଥିଲା ସେମିତି କିଛି ସ୍ଥିତି ସୃଷ୍ଟି ହୋଇଥିଲା । ୭ ମିନିଟ୍ ଯାଏ ମହାକାଶଯାନ ଡ୍ରାଗନ୍ କ୍ୟାପସୁଲ ସହ କୌଣସି ସମ୍ପର୍କ ହୋଇପାରି ନଥିଲା । କମ୍ୟୁନିକେସନ ବ୍ଲାକଆଉଟ ହୋଇଥିଲା । ହେଲେ ଅନ୍ତରୀକ୍ଷ ଯୁଦ୍ଧରେ ଜିିତି ସୁରକ୍ଷିତ ଫେରିଛନ୍ତି ସାହସୀ ସୁନୀତା । ଆଷ୍ଟ୍ରୋନଟଙ୍କୁ ନେଇ ଆସୁଥିବା ଏୟାରକ୍ରାଫ୍ଟ ଯେମିତି ବାୟୁମଣ୍ଡଳରେ ପ୍ରବେଶ କରିଥିଲା ତାପମାତ୍ରା ୧୬୦୦ଡିଗ୍ରୀ ସେଲସିୟସରୁ ଅଧିକ ଥିଲା । ସେହି ସମୟ ଥିଲା ଯେବେ ୭ ମିନିଟ୍ କମ୍ୟୁନିକେସନ ବ୍ଲାକଆଉଟ ହୋଇଥିଲା । ଅନ୍ତରୀକ୍ଷ ଏଜେନ୍ସିଂଙ୍କର ସ୍ପେସକ୍ରାଫ୍ଟ ସହ କନେକ୍ଟ ହୋଇପାରିନଥିଲା । ୭ମିନିଟ୍ ପରେ ଅର୍ଥାତ୍ ୩ଟା ୨୦ମିନିଟରେ ଯୋଗାଯୋଗ ହୋଇଥିଲା ।

କାହିଁକି ମହତ୍ତ୍ବପୂର୍ଣ୍ଣ ହୋଇଥାଏ ବ୍ଲାକଆଉଟ ସମୟ ? ବ୍ଲାକଆଉଟ ସମୟରେ ଯଦି ତାପମାତ୍ରା ବହୁତ ଅଧିକ ହୁଏ ତେବେ ସ୍ପେସକ୍ରାଫ୍ଟ କ୍ରାଶ୍ ହେବାର ସମ୍ଭାବନା ବଢିଯାଏ । ଏମିତି ପୂର୍ବରୁ ହୋଇ ସାରିଛି । ୨୦୦୩ ଫେବୃଆରୀ ୧ରେ ସ୍ପେସକ୍ରାଫ୍ଟ କଲୋମ୍ବିଆ ଏହି କାରଣରୁ ଦୁର୍ଘଟଣାର ଶିକାର ହୋଇଥିଲା । ଯେଉଁଥିରେ ଭାରତୀୟ ବଂଶୋଦ୍ଭବ କଳ୍ପନା ଚାୱାଲାଙ୍କର ମୃତ୍ୟୁ ହୋଇଥିଲା ।

ଅଧିକ ପଢନ୍ତୁ...ଖୁବଶୀଘ୍ର ଭାରତ ଆସିବେ ସୁନୀତା ୱିଲିୟମ୍ସ,ସୂଚନା ଦେଲେ ସମ୍ପର୍କୀୟ ଭଉଣୀ

କମ୍ୟୁନିକେସନ ବ୍ଲାକଆଉଟ୍ କଣ ? ମହାକାଶରୁ ଯେବେ ସ୍ପେସକ୍ରାଫ୍ଟ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥାଏ । ତାର ସ୍ପିଡ୍ ଘଣ୍ଟାପ୍ରତି ପାଖାପାଖି ୨୮ ହଜାର କିମି ଥାଏ । ଏହି ସ୍ପିଡରେ ଯେବେ କ୍ୟାପସୁଲ ଖସେ ତେବେ ବାୟୁମଣ୍ଡଳ ସହ ଘର୍ଷଣ ହୋଇଥାଏ । ଏହି ସମୟରେ ତାପମାତ୍ରା ବଢିଯାଏ । ସ୍ପେସକ୍ରାଫ୍ଟର ମିଶନ କଣ୍ଟ୍ରୋଲ ସହ ସମ୍ପର୍କ ତୁଟି ଯାଏ । ଏହାକୁ କମ୍ୟୁନିକେସନ ବ୍ଲାକଆଉଟ୍ କୁହାଯାଏ । ଏହି ଚ୍ୟାଲେଞ୍ଜକୁ ପାର କରି ସୁନୀତାଙ୍କ ସମେତ ୪ ମହାକାଶଚାରୀ ସୁରକ୍ଷିତ ପୃଥିବୀରେ ପହଞ୍ଚିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.