ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏଆଇର ଦ୍ରୁତ ବିକାଶ ବଡ଼ ବିପଦ, ଚେତାବନୀ ଦେଲେ ନୋବେଲ ବିଜେତା ହିଣ୍ଟନ୍‌

Published By : Krishna Priya | October 9, 2024 10:49 AM

ନୂଆଦିଲ୍ଲୀ ୦୯/୧୦: ଚଳିତ ବର୍ଷ ଫିଜିକ୍ସ ବା ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଛନ୍ତି ପ୍ରଫେସର ଜେଫ୍ରି ହିଣ୍ଟନ୍‌ ଓ ପ୍ରଫେସର ଜନ୍‌ ହପ୍‌ଫିଲ୍ଡ । ମେସିନ୍‌ ଲର୍ନିଂ କ୍ଷେତ୍ରରେ ନୂଆ ମାର୍ଗ ଖୋଲିବା ପାଇଁ ହିଣ୍ଟନ୍‌ଙ୍କୁ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ଗଡ୍‌ଫାଦର କୁହାଯାଏ । ତେବେ ନୋବେଲ ପୁରସ୍କାର ଗ୍ରହଣ କରିବା ପରେ ସେ ଏଆଇର ବଡ଼ ବିପଦ ବିଷୟରେ ଚେତାବନୀ ଦେଇଛନ୍ତି । ପୁରସ୍କାର ଘୋଷଣା ପରେ କନ୍‌ଫରେନ୍ସ କଲ୍‌ ଜରିଆରେ ହିଣ୍ଟନ୍‌ ଏଆଇ ଟେକ୍ନୋଲୋଜିର ଦ୍ରୁତ ବିକାଶ ଉପରେ ଗମ୍ଭୀର ଚିନ୍ତା ବ୍ୟକ୍ତ କରିଥିଲେ ।

ସେ ଚେତାବନୀ ଦେଇ କହିଥିଲେ ‘ଏଆଇର କୁପରିଣାମ ବିଷୟରେ ଆମକୁ ଚିନ୍ତା କରିବା ଆବଶ୍ୟକ । ଏଆଇ ବିକାଶ ସହ ଜଡ଼ିତ ସମ୍ଭାବ୍ୟ ବିପଦ ଉପରେ ଆଲୋକପାତ ଲାଗି ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ନୋବେଲ ବିଜେତା ଜନ୍‌ ହପ୍‌ଫିଲ୍ଡ କହିଛନ୍ତି, ଏଆଇ ସିଷ୍ଟମ୍‌ର ଶକ୍ତି ଅସାଧାରଣ ହାରରେ ବୃଦ୍ଧିପାଉଛି । ହିଣ୍ଟନ୍‌ କହିଛନ୍ତି, ଔଦ୍ୟୋଗିକ ବିପ୍ଳବ ଭଳି ଏଆଇର ବ୍ୟାପକ ପ୍ରଭାବ ପଡ଼ିବ । ଶାରୀରିକ ସାମର୍ଥ୍ୟ ବୃଦ୍ଧି ବଦଳରେ ଏହା ଲୋକଙ୍କ ବୌଦ୍ଧିକ ସାମର୍ଥ୍ୟ ବଢ଼ାଇବ । ଯାହା ଆମଠୁ ଅଧିକ ବୁଦ୍ଧିମାନ, ସେଭଳି ବସ୍ତୁ ବିଷୟରେ ଆମର କୌଣସି ଅନୁଭବ ନାହିଁ । ଏହା ଆମକୁ ଉତ୍ତମ ସ୍ୱାସ୍ଥ୍ୟସେବା ଦେଇପାରେ ଏବଂ ଅଧିକ ଦକ୍ଷ କରିପାରେ । ଉତ୍ପାଦକତାରେ ଏହା ବ୍ୟାପକ ଉନ୍ନତି କରିପାରେ । କିନ୍ତୁ ଆମକୁ ଏହାର କୁପରିଣାମ ବିଷୟରେ ଚିନ୍ତା କରିବା ଆବଶ୍ୟକ, ଖାସ୍‌କରି ନିୟନ୍ତ୍ରଣ ବାହାରକୁ ଯାଉଥିବା ବସ୍ତୁଗୁଡ଼ିକର ବିପଦ ପ୍ରତି । 

ବୈଷୟିକ ପ୍ରଗତିର ଦୋହରା ପ୍ରକୃତି ଉପରେ ହିଣ୍ଟନ୍‌ ଆଲୋକପାତ କରିଛନ୍ତି । ସ୍ୱାସ୍ଥ୍ୟସେବା, ବୈଜ୍ଞାନିକ ଅନୁସନ୍ଧାନ ଏବଂ ଜଳବାୟୁ ପରିବର୍ତ୍ତନ ହ୍ରାସ ଭଳି ବିଭିନ୍ନ କ୍ଷେତ୍ରରେ ଏଆଇର ବ୍ୟାପକ ଲାଭକୁ ସ୍ୱୀକାର କରିବା ସହିତ ଏହାର ଅପବ୍ୟବହାର ଓ ଅପ୍ରତ୍ୟାଶିତ ପରିଣାମକୁ ନେଇ ସଚେତନ ରହିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ସମାଜର ବିଭିନ୍ନ କ୍ଷେତ୍ରରେ ଏଆଇ ଟେକ୍ନୋଲୋଜି ବ୍ୟାପକ ରୂପେ ପ୍ରବେଶ କରୁଥିବା ଏକ ଜଟିଳ ସମୟରେ ନୋବେଲ ବିଜେତା ହିଣ୍ଟନ୍‌ଙ୍କ ଏହି ଚେତାବନୀ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି । ଏଆଇ କ୍ଷେତ୍ରରେ ନୈତିକତା ବିଚାର ଓ ଦାୟିତ୍ୱପୂର୍ଣ୍ଣ ବିଚାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏ ଦିଗରେ ସୁରକ୍ଷା ଲାଗି ସେ ବୈଜ୍ଞାନିକ, ନୀତିନିର୍ମାତା ଓ ଉଦ୍ୟୋଗୀମାନଙ୍କର ମିଳିତ ସହଯୋଗ ଲୋଡ଼ିଛନ୍ତି । ଏଆଇକୁ ନେଇ ହିଣ୍ଟନ୍‌ଙ୍କ ଚିନ୍ତା ଏବେ ଉନ୍ନତ ଏଆଇ ସିଷ୍ଟମ୍‌ର କାର୍ଯ୍ୟକାରିତାକୁ ନେଇ ବୈଜ୍ଞାନିକ ସମୁଦାୟ ସମେତ ଅନ୍ୟ ସମୁଦାୟରେ ବିତର୍କର ବିଷୟ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.