ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଆଦିବାସୀଙ୍କ ନିଆରା ଆମାସ ପର୍ବ, ଚାଷ ଜମିରେ କାନ୍ଦୁ ଡାଳ ପୋତି ହଳଦୀପତ୍ରରେ ପୂଜା

Published By : Gurupada Nath | July 26, 2025 10:06 PM

ମାଲକାନଗିରି,୨୬/୭(ରତ୍ନାକର ଦାଶ) : ଆଦିବାସୀ ଅଧ୍ୟୁଷୁତ ଅଞ୍ଚଳରେ ୧୨ମାସରେ ୨୨ପର୍ବ ପାଳନ ହୋଇଥାଏ ।  ସେଥି ମଧ୍ୟରୁ ଆମାସ ବା ଉଆଁସ ପର୍ବ ଅନ୍ୟତମ। ଜମିରେ ଭଲ ଫସଲ ଅମଳ ହେବା ଫସଲରେ ରୋଗପୋକ ନ ଲାଗିବା, ଫସଲକୁ ବନ୍ୟ ଜନ୍ତୁ ଦାଉରୁ ରକ୍ଷା ପାଇବା, ପରିବାରରେ ମଙ୍ଗଳ ହେବା ପାଇଁ ଆଦିବାସୀଙ୍କ ନିଆରା ଆମାସ ପର୍ବ ପାଳନ ହୋଇଥାଏ । ଏହା ଏକ କୃଷି ଭିତ୍ତିକ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ପର୍ବ ସାଧାରଣତ ଶ୍ରାବଣ ମାସ ଚିତା ଲାଗି ଆମାବାସ୍ୟାଠାରୁ ୭ଦିନ ଧରି ବିଭିନ୍ନ ଗ୍ରାମରେ ପାଳନ ହୋଇଥାଏ । ଜମିରେ ବୁଣା ଯାଇଥିବା ଧାନ ବିହନ ଗୁଡ଼ିକ ଗଛ ହୋଇ କଅଁଳିଆପତ୍ର ହୋଇଥିବାରୁ ସହଜରେ ଧାନ ଗଛରେ ରୋଗ ପୋକ ଲାଗି ଯାଇଥାଏ । ଆଦିବାସୀ ଅଞ୍ଚଳର ଚାଷୀମାନେ ପାରମ୍ପରିକ ଭାବେ ଚାଷ ଜମିରେ କେନ୍ଦୁ ଡାଳ ପୋତି ହଳଦୀପତ୍ରରେ ଭୋଗ ଲଗାଇ ଦୀପ, ଧୂପ ଦେଇ ଧାନ ଗଛକୁ ପୂଜା କରିବା ସହ ମାଟି ମା’ଙ୍କୁ ମଧ୍ୟ ପୁଜି ଥାନ୍ତି । ମାଟି ଦେବତାଙ୍କୁ ସହ କୁଳଦେବତା, ଗ୍ରାମଦେବୀଙ୍କୁ ପୂଜା କରିଛନ୍ତି । ଏଥିସହ ଗୋରୁ ଗାଈ, ଛେଳି ମେଣ୍ଢା ଆଦି ଗୃହ ପାଳିତ ପ୍ରାଣୀ ସମ୍ପଦଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ମଧ୍ୟ ଗାଧୋଇ ସଫା ସୁତରା କରି, ଗୁଡ଼ ଚକୁଳି ଖାଇବାକୁ ଦେଇଥାନ୍ତି ଓ ନଦୀ ପୋଖରୀରେ ବଳକା ଚକୁଳି ପିଠା ପକାଇ ଥାନ୍ତି ।

ଆଜି ମାଲକାନଗିରି ଜିଲ୍ଲା ତଳସାହି, ପ୍ରଧାନୀଗୁଡା, ଚାଲାଣଗୁଡା, ତାଣ୍ଡିକି ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ଚାଷୀମାନେ ଆଡ଼ମ୍ବର ସହ ଏହି ପର୍ବ ପାଳିଛନ୍ତି । ଚାଷୀମାନେ ଜଙ୍ଗଲକୁ ଯାଇ କେନ୍ଦୁଡାଳ, ରାସନା, ଶତାବରୀ, ଦଶମୂଳ କଦ ଆଦି ଔଷଧୀୟ ଗୁଳ୍ମଲତା ସଂଗ୍ରହ କରି ନିଜ ବାଡିରୁ ହଳଦୀପତ୍ର ନେଇ ଜମିକୁ ନିଜ ପରିବାର ସହ ଯାଇ ଥାନ୍ତି । ଜମି ମଝିରେ ପ୍ରଥମ କେନ୍ଦୁ ଡାଳ ପୋତି ଗଛ ନିକଟରେ କ୍ଷୀର, ଦେଓବାଡ଼ନି, ରସନା, ଦିଉନା, ବାତ୍ରି, ଭେଲୁଆ, କେନ୍ଦୁ ଗଛର ଡାଳ ଆଣି ପୂଜାର୍ଚ୍ଚନା ପରେ ନିଜ ବିଲରେ ପୋତିଥିଲେ। ଏହି ପର୍ବ କେଉଁ ଆବାହନ କାଳରୁ ପୂର୍ବ ପୁରୁଷ ଅମଳରୁ ପାଳିତ ହୋଇଆସୁଛି । ଏହା ମୁଖ୍ୟତଃ କୃଷି ଭିତ୍ତିକ ପର୍ବ, ଜମିରେ ଭଲ ଫସଲ ଅମଳ ହେବା, ବନ୍ୟଜନ୍ତୁ ଫସଲ ଉପରେକୁ ଦୃଷ୍ଟି ନ ପକାଇବା, ରୋଗ ପୋକ ନ ହେବା, ପରିବାରରେ ମଙ୍ଗଳ ହେବା ପାଇଁ ଏହି ଆମାସ ବା ଉଆଁସୀ ପର୍ବ ପାଳନ ହୋଇଥାଏ ବୋଲି ମାଲକାନଗିରିର ଗୋଇପର୍ବତ ନିକଟ ବହୁ ପୁରାତନ ଗାଁ ପୋଡାପଦରର ଚାଷୀ ଭଗବାନ ଦୋରା ଓ ମହିଳା ଚାଷୀ ମାଳତି ଦୋରା କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.