ନୂଆଦିଲ୍ଲୀ,୧୬/୧୦: ବର୍ତ୍ତମାନ ଆମେରିକା ମଧ୍ୟ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଭିତରକୁ ପଶିଛି। ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତୀୟ ଅଧିକାରୀଙ୍କ ହାତ ଥିବା କାନାଡା ପୁଣି ଅଭିଯୋଗ କରିଛି। ଏହା ସହ ସେ ଭାରତର ଉଚ୍ଚ ଆୟୋଗଙ୍କ ସମେତ ୬ ଜଣ କୂଟନୀତିଜ୍ଞଙ୍କୁ ଭାରତ ଫେରିବାକୁ କହିଛି। ଏହି ଅଭିଯୋଗ ପରେ କାନାଡା ଏବଂ ଭାରତ ମଧ୍ୟରେ କୂଟନୈତିକ ତିକ୍ତତା ବୃଦ୍ଧି ପାଇଛି। ମଙ୍ଗଳବାର ଦିନ କାନାଡା କହିଛି ଯେ ଏହା 'ଫାଇଭ୍ ଆଇ' (ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ, ବ୍ରିଟେନ ଏବଂ ଆମେରିକା) କୁ ଏ ସମ୍ପର୍କରେ ସୂଚନା ଦେଇଛି। ବର୍ତ୍ତମାନ ତଦନ୍ତରେ ସହଯୋଗ କରିବାକୁ ଆମେରିକା ଭାରତକୁ ଅନୁରୋଧ କରିଛି। ସେ କାନାଡାର ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀର ବୋଲି ବର୍ଣ୍ଣନା କରିଛି।
ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ ଆମେରିକା ଭାରତ ସହ ସହଯୋଗ କରିବାକୁ ଅପେକ୍ଷା କରିଛି। କିନ୍ତୁ କାନାଡିଆନ ଉଚ୍ଚଆୟୋଗଙ୍କୁ ବହିଷ୍କାର କରିବାର ନିଷ୍ପତ୍ତି ସୂଚିତ କରୁଛି ଯେ ସେ 'ଅନ୍ୟ ଏକ ବାଟ' ବାଛିଛନ୍ତି। ମିଲର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଯେତେବେଳେ କାନାଡିୟ ମାମଲା କଥା ଆସେ, ସେତେବେଳେ ଆମେ ସ୍ପଷ୍ଟ କରିଛୁ ଯେ ଅଭିଯୋଗ ଅତ୍ୟନ୍ତ ଗମ୍ଭୀର ଏବଂ ଏହାକୁ ଗୁରୁତର ସହ ନିଆଯିବା ଉଚିତ। ଆମେ ଚାହୁଁ ଯେ ଭାରତ ସରକାର ଏହାର ଅନୁସନ୍ଧାନରେ କାନାଡା ସହ ସହଯୋଗ କରନ୍ତୁ।
କାନାଡା ଭାରତ ସରକାର, ଏହାର ଅଧିକାରୀ ଏବଂ ଗୁପ୍ତଚର ଏଜେନ୍ସି ର ଉପରେ କାନାଡ଼ିୟ ନାଗରିକଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ ସୋମବାର ଦିନ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ତିକ୍ତତା ଆହୁରି ବଢ଼ିଛି ଯେତେବେଳେ ଭାରତ ଏହାର ଉଚ୍ଚ ଆୟୋଗଙ୍କ ସମେତ ୬ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଏହା ବ୍ୟତୀତ ୬ ଜଣ କାନାଡିୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ କାନାଡାର ଭାରତୀୟ ଅଧିକାରୀଙ୍କୁ ଟାର୍ଗେଟକୁ ଭିତ୍ତିହୀନ ବୋଲି କହିଛି। କାନାଡା ଯୋଗୁ ସେମାନଙ୍କ ସୁରକ୍ଷା ବିପଦରେ ଥିବା ମଧ୍ୟ କହିଛନ୍ତି।