ନୂଆଦିଲ୍ଲୀ,୨୧/୦୫: ଅପରେସନ ସିନ୍ଦୂର ଉପରେ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଗିରଫଦାରୀ ବିରୋଧରେ ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲି ଖାନ ମହମୁଦବାଦଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଅନ୍ତରିଣ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଅଲି ଖାନ ଭାରତୀୟ ମାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କିମ୍ବା ଆମ ଦେଶ ଦ୍ୱାରା ଦିଆଯାଇଥିବା ପ୍ରତିଶୋଧମୂଳକ ଆକ୍ରମଣ ସମ୍ପର୍କରେ କିଛି ପୋଷ୍ଟ କରିବେ ନାହିଁ। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତ ଯାହାବି ଦେଖାଇବାକୁ ଚେଷ୍ଟା କରିଛନ୍ତି ତାହା ତଦନ୍ତସାପେକ୍ଷ ଅଟେ। ତାଙ୍କର ପ୍ରତ୍ୟେକଟି ମନ୍ତବ୍ୟ ସମାଲୋଚନାଯୋଗ୍ୟ ଅଟେ।
କୋର୍ଟ କହିଛନ୍ତି ଯେ ରାଣା ଆତଙ୍କବାଦୀ ଆକ୍ରମଣ କିମ୍ବା ଷ୍ଟ୍ରାଇକ ଉପରେ କିଛି ପୋଷ୍ଟ କରିବେ ନାହିଁ। ପାସପୋର୍ଟ ହସ୍ତାନ୍ତର କରିବେ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଆବେଦନକାରୀମାନେ ଦୁଇଟି ପୋଷ୍ଟକୁ ନେଇ କୌଣସି ଅନଲାଇନା ଆର୍ଟିକିଲ ଲେଖିପାରିବେ ନାହିଁ କିମ୍ବା କୌଣସି ଅନଲାଇନ୍ ଭାଷଣ ଦେଇପାରିବେ ନାହିଁ। କୋର୍ଟ ୨୪ ଘଣ୍ଟା ମଧ୍ୟରେ ଏସ୍ଆଇଟି ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଯୋଗ୍ୟ ଯେ ଅଶୋକା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ମହମୁଦବାଦଙ୍କୁ ଗତ ସପ୍ତାହରେ ଅପରେସନ ସିନ୍ଦୂର ଉପରେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ପାଇଁ ଗିରଫ କରାଯାଇଥିଲା। ତାଙ୍କ ବିରୁଦ୍ଧରେ ଗୋଷ୍ଠୀମାନଙ୍କ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ବିପଦରେ ପକାଇବା ଭଳି କାର୍ଯ୍ୟ ସହିତ ଜଡ଼ିତ ଧାରା ଅନୁଯାୟୀ ଅଭିଯୋଗ କରାଯାଇଥିଲା।
ପକ୍ଷ ରଖିଲେ କପିଲ ସିବ୍ବଲ:
ପ୍ରଫେସର ଅଲି ଖାନ ମେହମୁଦାବାଦଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବ୍ବଲ ମାମଲା ଉପସ୍ଥାପନ କରିଥିଲେ। ପ୍ରଫେସରଙ୍କ ପୋଷ୍ଟ ପଢ଼ିବା ପରେ, ଜଷ୍ଟିସ ସୂର୍ଯ୍ୟକାନ୍ତ ପଚାରିଲେ ଯେ ଏହା ଖବରକାଗଜରେ ପ୍ରକାଶିତ ଖବର ନା ସୋସିଆଲ ମିଡିଆ ପୋଷ୍ଟ?
ସିବ୍ବଲ: ଏହା ଏକ ଏକ୍ସ (ଟ୍ବିଟର) ପୋଷ୍ଟ ଅଟେ...
ପ୍ରଫେସର ଅଲି ଖାନ ମେହମୁଦାବାଦଙ୍କ ସମ୍ପୂର୍ଣ୍ଣ ପୋଷ୍ଟ ପଢ଼ିବା ପରେ, ସିବ୍ବଲ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଦେଶପ୍ରେମରେ ପରିପୂର୍ଣ୍ଣ ବିବୃତ୍ତି। ଯେଉଁ ଲୋକମାନେ ଚିନ୍ତା ନକରି ଯୁଦ୍ଧ ଦାବି କରୁଛନ୍ତି। ଏହି ମନ୍ତବ୍ୟ ଗଣମାଧ୍ୟମ ପାଇଁ ଅଟେ। ଏଠାରେ ସେମାନଙ୍କ ବିଷୟରେ ଆଲୋଚନା ହେଉଛି। ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯୁଦ୍ଧର ଗମ୍ଭୀର ପରିଣାମ ଉପରେ ମନ୍ତବ୍ୟ ଦେବା ପରେ, ଏହି ଘଟଣା ଏବେ ରାଜନୈତିକ ମାହୋଲକୁ ସରଗରମ କଲାଣି। ଦୟାକରି ବିବୃତ୍ତିଟିକୁ ପୁଣି ଥରେ ପଢ଼ନ୍ତୁ। ଏହା ସ୍ପଷ୍ଟ ଯେ ସେ ଦକ୍ଷୀଣପନ୍ଥୀ ସମାଲୋଚକମାନଙ୍କୁ ସମ୍ବୋଧିତ କରୁଛନ୍ତି। ପ୍ରତ୍ୟେକଙ୍କର ନିଜ ମତାମତ ପ୍ରକାଶ କରିବାର ଅଧିକାର ଅଛି। କିନ୍ତୁ ଏହା କ’ଣ ଏପରି ସାମ୍ପ୍ରଦାୟିକ ପ୍ରସଙ୍ଗ ବିଷୟରେ କଥା ହେବାର ସମୟ କି? ଦେଶ ଏକ ବଡ଼ ସଙ୍କଟ ଦେଇ ଗତି କରିଛି। ଆତଙ୍କୀମାନେ ଦେଶରେ ପଶି ଆମ ଲୋକଙ୍କୁ ଆକ୍ରମଣ କଲେ! ଏପରି ସମୟରେ ଲୋକମାନେ କାହିଁକି ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଚାହୁଁଛନ୍ତି?"
ସିବ୍ବଲ କହିଥିଲେ ଯେ ଏହା ଦଶ ତାରିଖ ପରେ ମଧ୍ୟ କୁହାଯାଇପାରିଥାନ୍ତା, କିନ୍ତୁ ଏଥିରେ କୌଣସି ଅପରାଧିକ ଉଦ୍ଦେଶ୍ୟ ନାହିଁ! ତେବେ ଏନେଇ ଏକ ଏଫ୍ଆଇଆର୍ ପଞ୍ଜିକୃତ କାହିଁକି ହେବ ? ଘଟଣାର ପରଦିନ ହିଁ ତାଙ୍କୁ ଗିରଫ କରାଯାଇଥିଲା! ସୁପ୍ରିମକୋର୍ଟ କହିଛନ୍ତି ଯେ,' ଏହି ସମୟରେ ଏପରି ବୟାନ ଦେବାର କଣ ଆବଶ୍ୟକତା ଥିଲା? ଅପେକ୍ଷା କରିପାରିଥାନ୍ତେ।"