ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଲୋନ୍ କରିଥିବା ବ୍ୟକ୍ତିଙ୍କର ମୃତ୍ୟୁ ପରେ କିଏ ସୁଝିବ ଋଣ ? ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

Published By : Ankita S | February 4, 2025 1:48 PM

ନୂଆଦିଲ୍ଲୀ,୦୪/୦୨: ଲୋନ୍ କରିବା ସାଧାରଣ କଥା ହେଲାଣି । ଘର କଣିବାକୁ ହେଉ ବା କାର କିମ୍ବା ବ୍ୟବସାୟ ସବୁଥିରେ ଅଧିକ ଟଙ୍କାର ଦରକାର ହେଉଛି । ଏକକାଳୀନ ଟଙ୍କା ଦେବାକୁ ଅସମର୍ଥ ବ୍ୟକ୍ତି ବ୍ୟାଙ୍କରୁ ଋଣ କରିଥାନ୍ତି । କୌଣସି ବ୍ୟକ୍ତିଙ୍କୁ ଋଣ ଦେବା ପୂର୍ବର ବ୍ୟାଙ୍କ ସେମାନଙ୍କ ଆର୍ଥିକ ସ୍ଥିତି ବିଷୟରେ ନିଶ୍ଚିନ୍ତ ହୋଇଥାଏ । ଏହା ପରେ ସେମାନଙ୍କୁ ପର୍ସନାଲ ଲୋନ ଦେଇଥାଏ । ତେବେ ଆପଣ ଜାଣିଛନ୍ତି କି ଯଦି ଋଣ ସୁଝିବା ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ତେବେ କିଏ ସୁଝିବ ଋଣ । କେମିତି ବ୍ୟାଙ୍କ ସୁଧ ବଳକା ଟଙ୍କା ଆଦାୟ କରିଥାଏ । ଜାଣିବାକୁ ପଢନ୍ତୁ ଏହି ରିପୋର୍ଟ ।

କିପରି ଋଣ ଆଦାୟ କରେ ବ୍ୟାଙ୍କ- କୌଣସି ବ୍ୟକ୍ତି ପର୍ସନାଲ ଲୋନ୍ କରିବାକୁ ଚାହୁଁଥିଲେ ସେମାନଙ୍କୁ ସୁଧ ଆଧାରରେ ବ୍ୟାଙ୍କ ଋଣ ଦିଏ । ଋଣ ସୁଝିବାକୁ ପ୍ରତିମାସରେ ସେମାନଙ୍କୁ କିସ୍ତି ଦେବାକୁ ପଡିଥାଏ । ଯେଉଁ ଉଦ୍ଦେଶ୍ୟରେ ଋଣ ନେଇଛନ୍ତି ତାହା ଉପରେ ନିର୍ଭର କରି ବ୍ୟାଙ୍କ ସୁଧ ଆଦାୟ କରିଥାଏ । ହେଲେ ଯଦି ଋଣ ସୁଝିବା ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ତେବେ ବ୍ୟାଙ୍କ ପ୍ରଥମେ  ଲୋନ୍ ସୁଝିବାକୁ କୋ- ଆପ୍ଲିକାଣ୍ଟସଙ୍କୁ ଯୋଗାଯୋଗ କରିଥାଏ । ଯଦି ସେ ଋୁଣ ସୁଝିବାକୁ ଅସମର୍ଥ ହୁଅନ୍ତି ତେବେ ଗ୍ୟାରେଣ୍ଟକର, ମୃତକଙ୍କ ପରିବାର ସଦସ୍ୟ ତଥା ଉତ୍ତରାଧିକାରୀଙ୍କ ସହ ସମ୍ପର୍କ କରିଥାଏ । ଯଦି ସେମାନେ ବଳକା ଋଣ ପରିଶୋଧ କରିବାକୁ ଅସମର୍ଥ ହୁଅନ୍ତି ତେବେ ମୃତ ବ୍ୟକ୍ତିଙ୍କ ସମ୍ପତ୍ତ ଜବତ କରିବା ସହ ଏହାକୁ ବିକ୍ରି କରି ବଳକା ଋଣ ପରିମାଣ ଆଦାୟ କରେ । ହୋମ୍ ଓ କାର ଲୋନ କରିଥିବା ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ବ୍ୟାଙ୍କ ସେମାନଙ୍କ ଘର ଏବଂ କାର ଜବତ କରିଥାଏ । ତାହାକୁ ନିଲାମ କରି ସେଥିରୁ ପ୍ରାପ୍ତ ଟଙ୍କାରୁ ଋଣ ଆଦାୟ କରିଥାନ୍ତି ।

ସହାୟକ ହୁଏ ଟର୍ମ ଇନସୁରାନ୍ସ- ଯଦି ଆପଣ ଅଧିକ ଟଙ୍କାର ଲୋନ କରିଛନ୍ତି ତେବେ ଟର୍ମ ଇନସୁରାନ୍ସ କରି ନି ନିଅନ୍ତୁ । କାରଣ କୌଣସି ପରିବାର ପାଇଁ ତାର ଘର କିମ୍ବା ଅନ୍ୟ ଜିନିଷ ନିଲାମ ହେବ କଷ୍ଟକର ହୋଇଥାଏ । ଅତି କମରେ ୧କୋଟି ଟଙ୍କାର ବୀମା କରି ନେବା ଉଚିତ୍ । ଫଳରେ ଭବିଷ୍ୟତରେ ଏପରି ସମସ୍ୟାର ସମ୍ମୁଖୀନ ହେବେ ବୀମା ରାଶିରୁ ଋଣ ପରିଶୋଧ କରାଯାଇପିରବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.