ପ୍ରମୁଖ ଖବର
  • ବିଜେପି ଫୋକସ୍‌ରେ ଓଡ଼ିଶା, ଆସୁଛନ୍ତି ହେଭିଓ୍ବେଟ୍, ଆସନ୍ତା ୮ରେ ରାଜନାଥ ସିଂ, ୯ରେ ନୀତିନ ଗଡ଼କାରୀ, ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଆସନ୍ତା ୧୦ରେ ଦୋହା ଡାଏମଣ୍ଡ୍‌ ଲିଗ୍‌ , କିଶୋରଙ୍କ ସହ ସିଜନ ଆରମ୍ଭ କରିବେ ନୀରଜ ଚୋପ୍ରା
  • ||
  • ଖପୁରିଆ କରତକଳରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ, ଚନ୍ଦନ ଯାତ୍ରା ପାଇଁ ଚିରଟ କାଠ ଗଲା ଶ୍ରୀକ୍ଷେତ୍ର
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ତାଲିକା ପ୍ରସ୍ତୁତି, ଆସନ୍ତା ୯ରେ ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ଦ୍ୱିତୀୟ ପର୍ଯ୍ୟାୟ ବୈଠକ
  • ||
  • ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି, ୬ ଲେକାସଭା, ୪୨ବିଧାନସଭା ଆସନରେ ଆଜିଠୁ ନାମାଙ୍କନ
  • ||
  • ତୃତୀୟ ପର୍ଯ୍ୟାୟ ମତଦାନ: ୯୩ ଲୋକସଭା ଆସନରେ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • IPL 2024: ଆଜି ଦିଲ୍ଲୀକୁ ଭେଟିବ ରାଜସ୍ଥାନ, ପ୍ଲେ-ଅଫ୍‌ ସ୍ଥାନ ପକ୍କା ଲକ୍ଷ୍ୟରେ ରୟାଲ୍ସ
  • ||
  • ଶେଷରେ ଶୁଣିଲେ ପ୍ରଭୁ .. ଆଜିଠୁ ତାତିକୁ ଛୁଟି, ଖସିବ ପାରଦ: ୨୦ ଜିଲ୍ଲାରେ ବର୍ଷା ଆଶଙ୍କା
  • ||

ଟି-୨୦ ବିଶ୍ୱକପ୍‌ ପାଇଁ ବ୍ରାଣ୍ଡ ଆମ୍ୱାସଡର ଭାବେ ନିଯୁକ୍ତ ହେଲେ ଯୁବରାଜ ସିଂହ

ନୂଆଦିଲ୍ଲୀ : ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ର ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ରହିଛି। ଆଗାମୀ ଟି-୨୦ ବିଶ୍ୱକପ୍‌ ୧ଜୁନ୍‌ରୁ ନେଇ ୨୯ ଜୁନ୍‌ ଯାଏ ୱେଷ୍ଟଇଣ୍ଡିଜ୍‌ ଓ ୟୁଏସଏରେ ଖେଳାଯିବ। ଏବେ ଏହି ଟି-୨୦ ବିଶ୍ୱକପ୍‌କୁ ନେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ ପରିଷଦ (ଆଇସିସି) ବଡ଼ ନିଷ୍ପତ୍ତି ନେଇଛି। ଆଇସିସି ଟିମ୍‌ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କୁ ଟି-୨୦ ବିଶ୍ୱକପ୍‌ ୨୦୨୪ର ଆମ୍ୱାସଡର ନିଯୁକ୍ତ କରିଛି। ଯୁବୀଙ୍କ ପୂର୍ବରୁ ଆଇସିସି କିମ୍ୱଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟଙ୍କୁ ମଧ୍ୟ ଆମ୍ୱାସଡର ନିଯୁକ୍ତ କରିଥିଲା

ଯୁବରାଜ ସିଂହ ଟି-୨୦ ବିଶ୍ୱକପ୍‌ ୨୦୨୪ର ଆମ୍ୱାସଡର ହେବା ନେଇ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି। ଯୁବରାଜ କୁହନ୍ତି , ‘ ଟି-୨୦ ବିଶ୍ୱକକପ୍‌ ସହ କିଛି ମଧୁର ସ୍ମୃତି ଜଡ଼ିତ ରହିଛି, ଯେଉଁଥିରେ ଗୋଟିଏ ଓଭରରେ ୬ଟି ଛକା ମାରିବା ମଧ୍ୟ ସାମିଲ ଅଛି। ଏଥିପାଇଁ ଆଗାମୀ ବିଶ୍ୱକପ୍‌ର ସଦସ୍ୟ ହେବା ଖୁବ୍‌ ରୋମାଞ୍ଚକର , ଯାହା ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ସଂସ୍କରଣ ହେବାକୁ ଯାଉଛି।' ଯୁବରାଜ ୨୦୦୭ର ଟି-୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରାଡ୍‌ଙ୍କ ଓଭରରେ ୬ଟି ଛକା ମାରିଥିଲେ।

ଯୁବରାଜ ଆହୁରି କହିଛନ୍ତି , ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଖେଳିବା ପାଇଁ ଏକ ଆକର୍ଷଣୀୟ ସ୍ଥାନ, ଯେଉଁଠିକୁ ପ୍ରଶଂସକ ଏହାକୁ ଦେଖିବା ପାଇଁ ଆସନ୍ତି ଏବଂ ଏମିତି ମାହୋଲ ସୃଷ୍ଟି କରନ୍ତି , ଯାହା ସଂପୂର୍ଣ୍ଣ ନିଆରା । ୟୁଏସଏରେ ମଧ୍ୟ କ୍ରିକେଟ୍‌ର ବିସ୍ତାର ହେଉଛି ଏବଂ ମୁଁ ଟି-୨୦ ବିଶ୍ୱକପ୍‌ର ମାଧ୍ୟମରେ ଏହି ବିକାଶର ସଦସ୍ୟ ହେବାରେ ଉତ୍ସାହିତ ଅଛି।

୪୨ ବର୍ଷିୟ ଯୁବରାଜ ସିଂହ କହିଛନ୍ତି ,ନ୍ୟୁୟର୍କରେ ପାକିସ୍ତାନ ଓ ଭାରତର ମୁକାବିଲା ହେବାକୁ ଯାଉଛି, ଯାହା ଚଳିତ ବର୍ଷ ଦୁନିଆର ସବୁଠୁ ବଡ଼ ବଡ଼ ମୁକାବିଲା ମଧ୍ୟରେ ଗୋଟିଏ ହେବାକୁ ଯାଉଛି । ଏଥିପାଇଁ ଏହାର ସଦସ୍ୟ ହେବା ଓ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ଏକ ନୂଆ ଷ୍ଟାଡିୟମରେ ଖେଳିବାର ଦେଖିବା ବଡ଼ ସୌଭାଗ୍ୟର କଥା। 


ଉଲ୍ଲେଖନୀୟ ଯେ, ଯୁବରାଜ ସିଂହ ୨୦୦୭ର ଟି-୨୦ ବିଶ୍ୱକପ୍‌ ଓ କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୧ରେ ଭାରତୀୟ ଟିମ୍‌ର ଟାଇଟଲ ଜିତିବାରେ ପ୍ରମୁଖ ଭୂମିକାରେ ଥିଲେ। ଯୁବରାଜ ୩୦୪ଟି ଦିନିକିଆ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ଖେଳିଛନ୍ତି , ଯେଉଁଥିରେ ସେ ୩୬.୫୫ ପ୍ରତିଶତ ହାରରେ ୮୭୦୧ ରନ୍‌ କରିଛନ୍ତି । ଯୁବୀଙ୍କ ନାମରେ ୱାନଡେ ଇଣ୍ଟରନ୍ୟାସନାଲରେ ମୋଟ ୧୪ଟି ଶତକ ଓ ୫୨ଟି ଅର୍ଦ୍ଧ ଶତକ ରହିଛି। ଯୁବରାଜ ସିଂହ ୪୦ଟି ଟେଷ୍ଟ ମ୍ୟାଚ୍‌ରେ ମୋଟ ୧୯୦୦ ରନ୍‌ କରିଛନ୍ତି, ଯେଉଁଥିରେ ୩ଟି ଶତକ ଓ ୧୧ଟି ଅର୍ଦ୍ଧ ଶତକ ରହିଛି। ଏହା ବ୍ୟତୀତ ଯୁବରାଜ ୫୮ଟି ଟି-୨୦ ଇଣ୍ଟରନ୍ୟାସନାଲ ଖେଳି ୧୧୭୭ ରନ୍‌ ମଧ୍ୟ କରିଛନ୍ତି। ଯୁବରାଜଙ୍କ ନାମରେ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ରେ ମୋଟ ୧୪୮ଟି ୱିକେଟ୍‌ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.