ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫୁଲବାଣୀରେ ଜମିବ ପ୍ରଚାର: ଆସନ୍ତା ୯ରେ ନବୀନ, ୧୧ରେ ମୋଦି, ୧୪ରେ ଖଡ୍‌ଗେ ଜନସଭାକୁ ସମ୍ବୋଧିତ କରିବେ

ଫୁଲବାଣୀ,୦୭/୦୫: ମତଦାନ ତାରିଖ ପାଖେଇ ଆସୁଛି । ପ୍ରଚାର ଜୋର୍‌ ଧରିବାରେ ଲାଗିଲାଣି । ସବୁ  ପ୍ରମୁଖ ଦଳଙ୍କ ଫୋକସ୍‌ରେ ରହିଛି  କନ୍ଧମାଳ । ଏହି ପରିପ୍ରେକ୍ଷୀରେ ଆସନ୍ତା ସପ୍ତାହ କନ୍ଧମାଳ ଦେଖିବାକୁ ଯାଉଛି  ହାଇଭୋଲ୍‌ଟେଜ୍‌ ପ୍ରଚାର । ଫୁଲବାଣୀ  ଆସୁଛନ୍ତି ସବୁ ଦଳର ହେଭିୱେଟ୍‌  ନେତା । 

୯ ତାରିଖରେ ନିର୍ବାଚନୀ  ପ୍ରଚାରରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ । କନ୍ଧମାଳ ଷ୍ଟାଡିୟମରେ ସେ ଏକ ଜନସଭାକୁ ସମ୍ବୋଧିତ କରିବେ ।  ପୁଣି ୧୧ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି । ଫୁଲବାଣୀରେ ଏକ ବିଶାଳ ଜନସଭାରେ ଯୋଗ ଦେଇ  ଭୋଟ୍‌ ମାଗିବେ ପ୍ରଧାନମନ୍ତ୍ରୀ । ସେହିଭଳି  ୧୪ରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ  ମଲ୍ଲିକାର୍ଜୁନ ଖଡ୍‌ଗେ ଫୁଲବାଣୀରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବେ  ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ଏହି ହେଭିୱେଟ୍‌ ନେତା ତଥା ତାରକା ପ୍ରଚାରକଙ୍କ ଗସ୍ତ ନେଇ ତିନି ପ୍ରମୁଖ  ଦଳର ନେତା, କର୍ମୀଙ୍କ ମଧ୍ୟରେ ଉତ୍ସାହ  ଖେଳିଯାଇଛି । ସବୁ ଦଳ ପକ୍ଷରୁ ପ୍ରସ୍ତୁତି  ଜୋର୍‌ ଧରିଛି । ବିଜେଡି ସାଙ୍ଗଠନିକ  ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)  ସ୍ଥିତି ପରଖିଥିବା ବେଳେ ବିଜେପି ପକ୍ଷରୁ  ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ସେହିଭଳି  କଂଗ୍ରେସ ପକ୍ଷରୁ ଏଆଇସିସି ସମ୍ପାଦକ  ହର୍ଷବର୍ଦ୍ଧନ ସଫାଲ ଓ ଭୁପେନ୍ଦ୍ର ମାର୍ବୀ  ସୋମବାର କନ୍ଧମାଳ ଜିଲ୍ଲା ଗସ୍ତ କରି  ଆୟୋଜନ ନେଇ ଅନୁଧ୍ୟାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.