ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟିମ୍‌ ଇଣ୍ଡିଆ ଲାଗି ଟି-୨୦ ବିଶ୍ବକପ୍‌ ଜର୍ସି ଲଞ୍ଚ, ମଜା ଉଡ଼ାଇଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପକୁ ନେଇ ଖେଳାଳିଙ୍କ ସମେତ ଖେଳପ୍ରେମୀଙ୍କ ହୃଦସ୍ପନ୍ଦନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବିଶ୍ବକପ ଲାଗି ନୂଆ ଜର୍ସି ଉନ୍ମୋଚନ ହୋଇଛି । ଭାରତୀୟ ଟିମ୍‌ ପାଇଁ ଜର୍ସି ଦୁନିଆର ଲୋକପ୍ରିୟ ସ୍ପୋର୍ଟସ୍‌ କ୍ଲଥିଂ ବ୍ରାଣ୍ଡ ଆଡିଡାସ୍‌ ତିଆରି କରିଛି । ଇନଷ୍ଟାଗ୍ରାମରେ ଆଡିଡାସ୍‌ ପକ୍ଷରୁ ଗ୍ରାଫିକ୍ସ ମାଧ୍ୟମରେ ଔପଚାରିକ ଭାବରେ ଭାରତୀୟ ଟିମ୍‌ର ଜର୍ସି ଲଞ୍ଚ ହୋଇଛି । ଜାରି ହୋଇଥିବା ଭିଡିଓରେ ରୋହିତ ଶର୍ମା, କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଦେଖିବାକୁ ମିଳିଛି ।

ଟି-୨୦ ବିଶ୍ବକପ ୨୦୨୪ ଲାଗି ଜର୍ସିର ଆଗ ପଟେ ନୀଳ ରଙ୍ଗ ରଖାଯାଇଛି । ସେହିଭଳି ଜର୍ସିର ଦୁଇ ପାଖକୁ ଗେରୁଆ ରଙ୍ଗ କରାଯାଇଥିବା ବେଳେ କାନ୍ଧରେ ୩ଟି ଧଳା ରଙ୍ଗର ଗାର ବା ଷ୍ଟ୍ରିପ୍‌ ରହିଛି । ଦୀର୍ଘ ଦିନରୁ ଭାରତୀୟ କ୍ରିକେଟର ଟିମ୍‌ର ଟାଇଟଲ୍‌ ସ୍ପନ୍ସର ଡ୍ରିମ୍‌ ୧୧ ଥିବାରୁ ଜର୍ସିର ଆଗରେ ବଡ଼ ବଡ଼ ଅକ୍ଷରରେ ‘DREAM 11’ ଲେଖା ହୋଇଛି ଏବଂ ଏହାର ତଳେ INDIA ଲେଖାଥିବା ଦେଖିବାକୁ ମିଳିଛି ।

ସେପଟେ ଭାରତୀୟ ଟିମ୍‌ର ଜର୍ସି ସାମ୍ନାକୁ ଆସିବା ପରେ ଖେଳପ୍ରେମୀଙ୍କ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେହି କେହି ଜର୍ସିର ଡିଜାଇନ ଏବଂ ରଙ୍ଗକୁ ବହୁତ ଖରାପ ବୋଲି କହିଛନ୍ତି । ଏପରିକି ଗତ ବିଶ୍ବକପ୍‌ର ଜର୍ସି ଭଲ ଥିଲା ବୋଲି କହିଛନ୍ତି କ୍ରିକେଟ ପ୍ରେମୀ । ଜଣେ ଫ୍ୟାନ କହିଛନ୍ତି ଯେ, ଆଡିଡାସ୍‌ ଭାରତୀୟ ଟିମ୍‌ର ଟ୍ରେନିଂ ଏବଂ ମ୍ୟାଚ୍‌ ଜର୍ସିକୁ ମିଶାଇ ଏକ ନୂଆ ଡିଜାଇନ୍‌ ପ୍ରସ୍ତୁତ କରିଛି । ଏଥିରେ କିଛି ନୂଆ ନାହିଁ । ସେପଟେ ଅନେକ ଫ୍ୟାନ୍ସ ନୂଆ ଜର୍ସିକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । 




ସୂଚନାଯୋଗ୍ୟ, ଟି-୨୦ ବିଶ୍ବକପ୍‌ ଜୁନ ୧ରୁ ଆରମ୍ଭ ହେଉଥିବା ବେଳେ ଏଥିରେ ୨୦ଟି ଟିମ୍‌ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍‌ରେ ହେବାକୁ ଥିବା ବିଶ୍ବକପ୍‌ ଜୁନ-୧ରୁ ଆରମ୍ଭ ହେବ । ସେହିଭଳି ଭାରତୀୟ ଟିମ୍‌ ରୋହିତ ଶର୍ମାଙ୍କ ନେତୃତ୍ବରେ ଜୁନ୍‌ ୫ରୁ ଆୟର୍ଲାଣ୍ଡ ବିପକ୍ଷରେ ନିଜର ବିଶ୍ବକପ ଅଭିଯାନ ଆରମ୍ଭ କରିବ ।

 

  • cricket
  • Indian cricket team
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.