ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟି-୨୦ ବିଶ୍ବକପ୍: ଓ୍ବେଷ୍ଟଇଣ୍ଡିଜ୍‌ରେ ଆତଙ୍କବାଦୀ ଆକ୍ରମଣ ବିପଦ, ଜାଣନ୍ତୁ କେଉଁଠି ରହିଛି ଭାରତର ମ୍ୟାଚ୍ ?

ନୂଆଦିଲ୍ଲୀ,୬।୫:  ଆଇପିଏଲ ୨୦୨୪ ସିଜିନ ପରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜ୍‌ରେ ଟି-୨୦ ବିଶ୍ବକପ୍‌ର ଆୟେଜନ ହେବାର ଅଛି। ଏହା ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ଟୁର୍ଣ୍ଣମେଣ୍ଟ ବେଳେ ଆତଙ୍କବାଦୀ ଆକ୍ରମଣ ଧମକ ମିଳିଛି। ଏହି ଧମକ ଉତ୍ତର ପାକିସ୍ତାନରୀରୁ ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପେ ପ୍ରୋ ଇସଲାମିକ୍ ଷ୍ଟେଟ୍‌ (ଆଇଏସ୍) ସ୍ପୋଟିଂ ଇଭେଣ୍ଟ ବେଳେ ଆକ୍ରମଣ ଯୋଜନା ତିଆରି କରିଛି। ଯେଉଁଥିରେ ବହୁ ଦେଶରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବ। ତେବେ ଆତଙ୍କବାଦୀ ଆକ୍ରମଣ ଧମକ ପରେ ଓ୍ବେଷ୍ଟଇଣ୍ଡିଜ୍‌ରେ ସୁରକ୍ଷା ବଢାଇ ଦିଆଯାଇଛି ଓ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ୍(ସିଡବ୍ଲୁଆଇ) ସୁରକ୍ଷାକୁ ନେଇ ଆଶ୍ବାସନା ଦେଇଛି। ଆଶ୍ବସ୍ଥିର କଥା ଯେ, ଭାରତ ନିଜ ଗ୍ରୁପ୍‌ ପର୍ଯ୍ୟାୟରେ ମ୍ୟାଚ୍ ଓ୍ବେଷ୍ଟଇଣ୍ଡିଜ୍ ନୁହେଁ, ବଂର ଆମେରିକାରେ ଖେଳିବ। 

ଭାରତୀୟ ଟିମ୍ ଟି-୨୦ ବିଶ୍ବକପ୍‌ରେ ନିଜ ଅଭିଯାନର ଆରମ୍ଭ ଆୟରଲ୍ୟାଣ୍ଡ ବିପକ୍ଷରେ ୫ ଜୁନ୍‌ରେ ନ୍ୟୁୟର୍କରେ କରିବ। ଟିମ୍ ଗ୍ରୁପ୍ ପର୍ଯ୍ୟାୟରେ ନିଜର ସବୁ ମ୍ୟାଚ୍‌ ଆମେରିକାରେ ଖେଳିବ ଓ ଯଦି ଟିମ୍ ସୁପର-୮ ପର୍ଯ୍ୟାୟ କ୍ବାଲିଫାଏ କରିବାରେ ସଫଳ ରହେ ତେବେ ଟିମ୍‌ର ମ୍ୟାଚ୍ ଓ୍ବେଷ୍ଟଇଣ୍ଡିଜ୍‌ରେ ହେବ। ଭାରତ ଆୟରଲାଣ୍ଡ ବିପକ୍ଷରେ ଖେଳିବ। ଭାରତୀୟ ଟିମ୍ ପ୍ରାରମ୍ଭିକ ତିନୋଟି ମ୍ୟାଚ୍‌ ନ୍ୟୁୟର୍କ, ସେଭଳି ଗ୍ରୁପ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ ଲିଡରହିଲ୍‌ରେ ହେବ।

ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ଗତ ସପ୍ତାହ ୧୫ ସଦସ୍ୟ ବିଶିଷ୍ଟ ଟିମ୍ ଘୋଷଣା କରିଥିଲା।  ଭାରତୀୟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିବ, ସେଭଳି ହାର୍ଦ୍ଧିକ ପାଣ୍ଡ୍ୟା ଟିମ୍‌ର ଭାଇସ୍ କ୍ୟାପଟେନ ରହିବେ। ଭାରତ ୨୦୦୭ ପରେ କେବେ ବି ଟି-୨୦ ବିଶ୍ବକପ୍ ଜିତିପାରିନି। ଟିମ୍ ଇଣ୍ଡିଆର ‌ଏଥରକ ଟାଇଟଲ ହାସଲ କରିବାକୁ ଚେଷ୍ଟା କରିବ। ‌

 

 

 

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.