ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଜଙ୍ଗଲ ନିଆଁ ରୋକିବାକୁ ବ୍ରାହ୍ମଣୀ ଗାଁ ବନାଞ୍ଚଳର ୨୪ ଘଣ୍ଟିଆ ପ୍ରଚେଷ୍ଟା; ୧୦ ଫାୟାର ସ୍କ୍ୱାର୍ଡ, ୧୫ ପ୍ରୋଟେକ୍ସନ ସ୍କ୍ୱାର୍ଡ ନିୟୋଜିତ

ଦାରିଙ୍ଗବାଡ଼ି, ୨୭/୪: ଚଳିତ ବର୍ଷ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବାକୁ ବିଭିନ୍ନ ଉଦ୍ୟମ କରାଯାଉଛି । ୧୦୭ଟି ଗାଁ ମହିଳା, ସ୍ଵୟଂ ସହାୟକ ଗୋଷ୍ଠୀ, ବନ ସଂରକ୍ଷଣ ସମିତି, ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଅନୁଷ୍ଠାନରେ ୧୦୩ ଗୋଟି ବୈଠକ ଆୟୋଜନ କରାଯାଇଛି । ବୈଠକରେ ଲୋକମାନଙ୍କୁ ନିଆଁ ନଲଗାଇବା ପାଇଁ କୁହାଯାଇଥିବା ବେଳେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ସଚେତନ କରାଯାଇଥିଲା । ନିଆଁକୁ ରୋକିବାକୁ ବନାଞ୍ଚଳ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ନମ୍ବରକୁ ସାର୍ବଜନୀନ କରାଯାଇଛି । 

ନିଆଁକୁ ଆୟତ୍ତ କରିବା ପାଇଁ ୧୦ ଟି ଫାୟାର ସ୍କ୍ୱାର୍ଡ, ୧୫ ଗୋଟି ପ୍ରୋଟେକ୍ସନ ସ୍କ୍ୱାର୍ଡ, ୧୫ ଜଣ ୱାଚର ରହିଥିବା ବେଳେ ୮ ଜଣ ବିଭାଗୀୟ ଅଧିକାରୀଙ୍କୁ ନେଇ ୮ ଗୋଟି ଟିମ୍ କରାଯାଇ ୩ ଟି ଅସ୍ଥାୟୀ ଫାୟାର କ୍ୟାମ୍ପଙ୍କୁ ନିୟୋଜିତ କରାଯାଇଛି । ଜଙ୍ଗଲ ନିଆଁ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଥିବା ବନାଞ୍ଚଳ ଅଧିକାରୀ ହରିହର ବେହେରା ସୂଚନା ଦେଇଛନ୍ତି । ବନ ବିଭାଗର ସଚେତନ ଓ ପୂର୍ବ ପ୍ରସ୍ତୁତି ଫଳରେ ବିଗତ ବର୍ଷ ଏପ୍ରିଲ ଶେଷ ସୁଦ୍ଧା ୨୬୭ ଗୋଟି ଫାୟାର ପଏଣ୍ଟ ରହିଥିବା ବେଳେ ଚଳିତ ବର୍ଷ ଏପ୍ରିଲ ଶେଷ ସୁଦ୍ଧା ୯୭ ଗୋଟି ଫାୟାର ପଏଣ୍ଟ ରହିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୭୦ ଟି ଫାୟାର ପଏଣ୍ଟ ହ୍ରାସ ପାଇଛି । ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ଓ ସ୍ଥାନୀୟ ଲୋକଙ୍କ ସଚେତନ ଓ ନିଆଁ ଲିଭାରେ ସହଯୋଗ ଯୋଗୁଁ ଚଳିତ ବର୍ଷ ସଫଳତାର ସହ ନିଆଁକୁ ଆୟତ୍ତ କରାଯାଇପାରୁଛି ବୋଲି ଅଧିକାରୀ ମତପ୍ରକାଶ କରିଛନ୍ତି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.