ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସିଏଜି ରିପୋର୍ଟ: ବିତ୍ତୀୟ ପରିଚାଳନାରେ ଓଡ଼ିଶା ପାରଦର୍ଶୀ, ମୋଟ ଋଣ ଭାର ରାଜ୍ୟ ଜିଡିପିର ୧୪%

Published By : Prameya | April 3, 2025 2:30 PM

ଭୁବନେଶ୍ୱର,୦୩/୦୪: ୨୦୨୪  ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ଉପରେ ମୋଟ  ୧,୨୨,୮୩୭ କୋଟିର ଋଣ ରହିଛି ।  ଏହା ରାଜ୍ୟର ମୋଟ ଘରୋଇ ଉତ୍ପାଦ  (ଜିଏସ୍‌ଡିପି)ର ୧୪.୩୯% । ତେବେ  ଗତ ୫ ବର୍ଷରେ ଜିଏସ୍‌ଡିପି ହିସାବକୁ  ନେଲେ ବକେୟା ଋଣ ବୋଝ ୧୩.୩୯% ରୁ ୨୩.୪୬% ମଧ୍ୟରେ ରହିଛି, ଯାହା  ରିଜର୍ଭ ବ୍ୟାଙ୍କର ବିତ୍ତୀୟ ଉତ୍ତରଦାୟିତ୍ୱ ଏବଂ  ବଜେଟ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ଆଇନରେ ଧାର୍ଯ୍ୟ କରାଯାଇଥିବା ୨୫%  ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ । ଏହାକୁ ଦେଖିଲେ  ରାଜ୍ୟ ଋଣ ପରିଚାଳନାରେ ପାରଦର୍ଶିତା ଦେଖାଇଛି । ୨୦୨୩-୨୪ ଆର୍ôଥକ ବର୍ଷ  ପାଇଁ ଭାରତର ମହାଲେଖା ନିୟନ୍ତ୍ରକ ଏବଂ  ମହାସମୀକ୍ଷକ (ସିଏଜି) ଜାରି କରିଥିବା ରିପୋର୍ଟରୁ ଏହା ଜଣାପଡିଛି ।  

ରିପୋର୍ଟ ମୁତାବକ,ଆର୍ôଥକ ବର୍ଷ  ୨୦୨୨-୨୩ରେ ରାଜ୍ୟର ଋଣ ୧.୦୧  ଲକ୍ଷ କୋଟି ଟଙ୍କା ଥିବା ବେଳେ ୨୦୨୩- ୨୪ ଅବଧିରେ ଏହା ୨୧,୧୩୫ କୋଟି  (୨୦.୭୮%) ବଢ଼ିଛି । ୨୦୧୯-୨୦ରେ  ରାଜ୍ୟ ଉପରେ ୧.୨୬ ଲକ୍ଷ କୋଟିର  ଋଣ ରହିଥିଲା । ଯାହା ରାଜ୍ୟ ଜିଡିପିର  ୨୩.୪୬% ଥିଲା । ଏହା ୨୦୨୦-୨୧ରେ  ୧.୧୮ ଲକ୍ଷ କୋଟି, ୨୦୨୧-୨୨ରେ  ୧.୦୯ ଲକ୍ଷ କୋଟି ଏବଂ ୨୦୨୨-୨୩ରେ  ୧.୦୧ ଲକ୍ଷ କୋଟି ଥିଲା । ଏହି ଆର୍ଥିକ  ବର୍ଷଗୁଡ଼ିକରେ ଋଣ ପରିମାଣ ମୋଟ  ଜିଡିପିର ଯଥାକ୍ରମେ ୨୨.୦୨%, ୧୫.୭୭%  ଏବଂ ୧୩.୩୯% ଥିଲା ।  

୨୦୦୪-୦୫ରେ ଓଡ଼ିଶା ରାଜସ୍ୱ  ବଳକା ସ୍ଥିତି ହାସଲ କରିଥିଲା ।  ସେହିଦିନଠାରୁ ରାଜ୍ୟ କ୍ରମାଗତ ଭାବେ  ଏହି ସ୍ଥିତି ବଜାୟ ରଖିଛି । ୨୦୨୩-୨୪ରେ  ରାଜସ୍ୱ ବଳକା ପରିମାଣ ୩୦,୭୧୬ କୋଟି  ଟଙ୍କା ଥିଲା । ୨୦୨୩-୨୪ରେ ରାଜ୍ୟର  ବିତ୍ତୀୟ ନିୟଣ୍ଟ ୧୪,୭୪୩ କୋଟି ଟଙ୍କା  ଥିଲା । ଯାହା ଜିଏସ୍‌ଡିପିର ୧.୭୩%  ଏବଂ ରାଜ୍ୟ ଏଫ୍‌ଆର୍‌ବିଏମ୍‌ ଅଧିନିୟମ  ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ଥିଲା । ଏହି  ଅବଧିରେ ରାଜ୍ୟର ପ୍ରାଥମିକ ନିଅଣ୍ଟ  ୯୫୬୨ କୋଟି ଥିଲା ଯାହା ଜିଏସ୍‌ଡିପିର  ୧.୧୨% । ଯାହାକି ରାଜ୍ୟ ଏଫ୍‌ଆର୍‌ବିଏମ୍‌  ଆକ୍ଟରେ ସ୍ଥିର ହୋଇଥିବା ଜିଏସ୍‌ଡିପିର  ୨% ଲକ୍ଷ୍ୟକୁ ଅତିକ୍ରମ କରିଥିଲା ।  

ରାଜ୍ୟର ମୋଟ ଋଣ ମଧ୍ୟରେ  ୫୦,୯୮୫ କୋଟି ଟଙ୍କା (୪୧.୫୧%)  ଆଭ୍ୟନ୍ତରୀଣ ସୂତ୍ରରୁ ରହିଥିବା ବେଳେ  କେନ୍ଦ୍ର ସରକାରଙ୍କ ଠାରୁ ୧୧,୫୫୬ କୋଟି  (୯.୪%) ଏବଂ ପବ୍ଲିକ ଆକାଉଣ୍ଟସ  ଲାଏବିଲିଟି ୬୦,୨୯୬ କୋଟି (୪୯.୦୯%  ) ରହିଛି । ୨୦୨୩-୨୪ର ସରକାର  ନେଇଥିବା ୨୧,୧୩୭ କୋଟି ଋଣ  ମଧ୍ୟରେ ଏସ୍‌ଆଇଡିବିଆଇ ସମୁହ ବିକାଶ  ପାଣ୍ଠିରୁ ୧୦୮.୬୦ କୋଟି, ସିଏଏମ୍‌ପିଏରୁ  ୪୧୪୫ କୋଟି, ଓଏମ୍‌ବିଏଡିସିରୁ ୫୪୬୦  କୋଟି ଏବଂ ନାବାର୍ଡରୁ ୪୧୦୬ କୋଟିର  ଋଣ ସାମିଲ ରହିଛି ।  

୨୦୨୩ ଏପ୍ରିଲ ପହିଲା ସୁଦ୍ଧା ବକେୟା  ବଜାର ଋଣ ପରିମାଣ ୨୧,୦୫୮ କୋଟି  ଟଙ୍କା ଥିଲା । ୨୦୨୧-୨୨ ଓ ୨୦୨୨-୨୩  ଆର୍ଥିକ ବର୍ଷରେ ରାଜ୍ୟ ସରକାର କୌଣସି  ନୂତନ ବଜାର ଋଣ ନେଇନାହାନ୍ତି । ତେବେ  ୨୦୨୩-୨୪ ଆର୍ଥିକ ବର୍ଷରେ ସରକାର  ବଜାରରୁ ୧.୨୫ କୋଟିର ଋଣ ନେଇଛନ୍ତି ।  ସେହିଭଳି ସରକାର ମୋଟ ୪୬୫୮  କୋଟିର ବଜାର ଋଣ ପରିଶୋଧ କରିଛନ୍ତି ।  ଫଳରେ ୧୬,୪୦୧ କୋଟିର ବକେୟା  ବଜାର ଋଣ ବାକି ରହିଛି ।  

୨୦୧୯-୨୦ରୁ ୨୦୨୩-୨୪ ଆର୍ôଥକ  ବର୍ଷ ଅବଧିରେ ସରକାରୀ ଋଣ ୫୮୯୭  କୋଟି (୮.୬୨%)ହ୍ରାସ ପାଇଥିବା  ବେଳେ ଆଭ୍ୟନ୍ତରୀଣ ଋଣ ୯୬୧୦  କୋଟି (୧୫.୮୬%) କେନ୍ଦ୍ର ସରକାରଙ୍କ  ଋଣ ୩୭୧୩ କୋଟି (୪୭.୩୪%)  ବୃଦ୍ଧି ହୋଇଛି । ଏହି ସମୟ ମଧ୍ୟରେ  ସାର୍ବଜନୀନ ଖାତା ଆର୍ଥିକ ବୋଝ ୨୬୫୦  କୋଟି (୪.୬୦%) ବୃଦ୍ଧି ହୋଇଛି । ସିଏଜି  ସୁପାରିଶରେ କହିଛନ୍ତି ଯେ, ରାଜ୍ୟ  ସରକାର ଅନୁଦାନ ଦ୍ୱାରା ଅନ୍ତର୍ଭୁକ୍ତ ଖର୍ଚ୍ଚର  ପୁନଃ ମୂଲ୍ୟାୟନ କରିବା ଆବଶ୍ୟକ ।  

ସେହିଭଳି ବଜେଟ ପ୍ରସ୍ତୁତି ଏବଂ ବ୍ୟୟ  ପ୍ରଣୟନରେ ଉପଯୁକ୍ତି ସଂଶୋଧନ  ପଦକ୍ଷେପ ଗ୍ରହଣ କରିବା ଉଚିତ ।  ରାଜ୍ୟ ଏଫ୍‌ଆର୍‌ବିଏମ୍‌ ନିୟମ ଅନୁସାରେ  ପ୍ରାଥମିକ ନିୟଣ୍ଟ ଲକ୍ଷ୍ୟକୁ ପାଳନ କରିବା,  ସୁଧ ବୋଝ ଏଡାଇବା ଲାଗି ରିଜର୍ଭ ପାଣ୍ଠି  ସୁଧ ବହନକାରୀ ଉପକରଣରେ ସମ୍ପୂର୍ଣ୍ଣ  ଭାବେ ବିନିଯୋଗକୁ ସୁନିଶ୍ଚିତ କରିବା ଏବଂ  ଜାତୀୟ ପେନଶନ ବ୍ୟବସ୍ଥାରେ ଆବଶ୍ୟକ  ଅବଦାନର ସମ୍ପୂର୍ଣ୍ଣ ଅନୁପାଳନକୁ ସୁନିଶ୍ଚିତ  କରିବା ଆବଶ୍ୟକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.