ପ୍ରମୁଖ ଖବର
  • ୭ ନେତାଙ୍କୁ ବିଦା କଲା ବିଜେପି, ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ
  • ||
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

ଚନ୍ଦ୍ରଶେଖରପୁର ବହୁଚର୍ଚ୍ଚିତ ଡବଲ ମର୍ଡର ମାମଲା, ଅଭିଯୁକ୍ତ ବିଜୟ କେତନ ସେଠୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର, ୨୮।୦୪ : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବହୁଚର୍ଚ୍ଚିତ ଡବଲ ମର୍ଡର ମାମଲାରେ ଆସିଛି ମାନ୍ୟବର କୋର୍ଟଙ୍କ ରାୟ । ଅଭିଯୁକ୍ତ ବିଜୟ କେତନ ସେଠୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଦୌରାଜଜ୍ କୋର୍ଟ । 

ଖବର ଅନୁଯାୟୀ, ୨୦୨୨ ଅପ୍ରେଲ୍ ମାସରେ ନିଜ ସ୍ତ୍ରୀ ଏବଂ ଶାଳୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲେ ବିଜୟ କେତନ ସେଠୀ। ଅପ୍ରେଲ୍ ୨୪ ତାରିଖ ଦିନ ସ୍ତ୍ରୀ ଗାୟତ୍ରୀ ସେଠୀ ଓ ଶାଳୀ ସରସ୍ୱତୀ ସେଠୀଙ୍କୁ ହତ୍ୟା କରିଥିଲେ ବିଜୟ କେତନ । ପରେ ପୋଲିସ ଘଟଣାର ଛାନଭିନ୍ କରିଥିଲା । ଆଉ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଥିଲା । ଏହି ମାମଲାରେ ୧୭ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ କୋର୍ଟ । ଏହି ସମସ୍ତଙ୍କ ବୟାନକୁ ଆଧାର କରି ମାନ୍ଯବର କୋର୍ଟ ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ସ୍ୱାମୀ ବିଜୟ କେତନ ସେଠୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାସହ ଅଭିଯୁକ୍ତକୁ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.