ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡିପଫେକ୍‌ ଭିଡିଓକୁ 'ମାୟା ଯୁଦ୍ଧ' କହିଲେ ଆଶୁତୋଷ

ମୁମ୍ବାଇ, ୧୧।୫: ନିର୍ବାଚନୀ ପ୍ରଚାର ପାଇଁ ତାରକାମାନେ ନିର୍ଦ୍ଦିଷ୍ଟ ଦଳ ପାଇଁ ମୈଦାନକୁ ଓହ୍ଲାଉଥିବାର ଦେଖିବାକୁ ମିଳିଥାଏ । ହେଲେ ବର୍ତ୍ତମାନ ଇଣ୍ଟରନେଟର ଯୁଗରେ ଏହା ଆହୁରି ସହଜ ସୁବିଧା ହୋଇପାରୁଛି । ଏଭଳି ପରିସ୍ଥିତିରେ ଅନେକ ତାରକାଙ୍କ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବଲିଉଡ୍ ତାରକାମାନେ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ପ୍ରଥମେ ଆମୀର ଖାନଙ୍କ ଏକ ପ୍ରଚାର ଭିଡିଓ ଆସିଥିବା ବେଳେ ପରେ ରଣଭୀର ସିଂ ଓ ଅମିର ଖାନଙ୍କ ଭିଡିଓ ଭାଇରାଲ ହୋଇଥିଲା । ସେହିପରି ନିକଟରେ ଆଶୁତୋଷ ରଣା ମଧ୍ୟ ଏହି ଡିପଫେକର ଶିକାର ହୋଇଥିଲେ ।

ସେ ସେହି ଭିଡିଓରେ ଏକ କବିତା ପଢୁଥିବାର ନଜର ଆସିଥିଲେ ଯେଉଁଥିରେ ବିଜେପିର ଲୋଗ ଥିଲା । ଆଉ ସେ ଭିଡିଓକୁ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରାଯାଇଥିଲା । ତେବେ ଏହି ଡିପଫେକ ଭିଡିଓକୁ ନେଇ ଆଶୁତୋଷ କହିଛନ୍ତି, ଏହା ହେଉଛି ମାୟା ଯୁଦ୍ଧ ଅଟେ । ସେଲିବ୍ରିଟିମାନଙ୍କୁ ଏହି ସବୁରୁ ସାବଧାନ ରହିବା ଆବଶ୍ୟକ । ଇଣ୍ଡିଆ ଟୁଡେ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଆଶୁତୋଷ ଟେକ୍ନୋଲୋଜି ଓ ଏଆଇ ବ୍ୟବହାରରେ ହେଉଥିବା ଠକେଇ ବିଷୟରେ ଆଲୋଚନା କରିଛନ୍ତି । 

ସେ କହିଛନ୍ତି ଯେ, ଏହା କିଛି ନୂଆ କଥା ନୁହେଁ । ଏହା ମାୟା ଯୁଦ୍ଧ ଆଉ ଆମେ ଏହାକୁ ରାମାୟଣ ଯୁଗରେ ଲଢ଼େଇ କରୁଛେ । ଯେପରି ଲକ୍ଷ୍ମଣ ଓ ମେଘନାଦଙ୍କ ଯୁଦ୍ଧରେ ଲକ୍ଷ୍ମଣଙ୍କୁ ରାବଣଙ୍କ ପୁତ୍ରର ଅନେକ ଅବତାରରେ ଦେଖିବାକୁ ମିଳିଥିଲା । ଏହା ବହୁ ଦିନରୁ ଚାଲିଛି ହେଲେ ଆମେ ଏହାକୁ ଏବେ ଦେଖୁଛେ । ଆଶୁତୋଷ ଆହୁରି ମଧ୍ୟ କହିଛନ୍ତି ,ଏଥିରେ ନିଜକୁ ଡିଫେଣ୍ଡ କରିବ ଆବଶ୍ୟକ ନାହିଁ । ଯିଏ ଜାଣିଛି ସେ ଆମକୁ ଏହି ସବୁ ନେଇ କେବେ ପ୍ରଶ୍ନ କରିବେନି । ଆଉ ଯିଏ ନ ଜାଣିଛି ତାଙ୍କୁ କିଛିରେ ଫରକ ପଡ଼ିବନି । କାରଣ ସେ ତମକୁ ନେଇ ଭାବି ସାରିଥିବେ କି ତୁମେ କ’ଣ ?

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.