ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁକ୍ତ ୨ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଆଉ ଜଣେ ଡି-ଫାର୍ମା ଛାତ୍ର ଗିରଫ

ବ୍ରହ୍ମପୁର,୧୧/୦୫: ଯୁକ୍ତଦୁଇ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଅଭିଯୁକ୍ତ  ପୁରୁଷୋତ୍ତମପୁର ଥାନା ଭୁତସର୍ସିଂ ଗ୍ରାମର  ଓମ୍‌କାର ଜେନା(୨୧)ଙ୍କୁ ଗିରଫ କରିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ । ଓମ୍‌କାର ଡି-ଫାର୍ମା  ପଢ଼ୁଛନ୍ତି । ବରଗଡ଼ ଜିଲ୍ଲା ସୋହଳା ଥାନା ଲୁହୁରାଛାଟି  ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିବା ଆଇଆଇସି  ସୂଚିତ୍ରା ପରିଡ଼ା ସୂଚନା ଦେଇଛନ୍ତି । ପୂର୍ବରୁ ଏହି  ମାମଲାରେ ରୁତୁନ ଦାଶ(୨୨), ଆକାଶ ନାୟକ  (୨୬), ଜୁମନ ଗୌଡ଼ (୧୯), ଫାର୍ମାସୀ ଛାତ୍ର ରୁଦ୍ର  ଜେନା (୨୧) ଓ ବିସିଏ ଛାତ୍ର ଅଭିଳାଶ ପୋଲାଇ(୨୧)  ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ଓମ୍‌କାରଙ୍କୁ କୋର୍ଟ ଚାଲାଣ ପରେ ଜେଲ୍‌ ପଠାଯାଇଛି । 

ପୁଲିସ ସୂଚନା ପ୍ରକାରେ, ଗତ ୩ ତାରିଖ  ସନ୍ଧ୍ୟାରେ ଜନୈକା ଯୁକ୍ତ ଦୁଇ ଛାତ୍ରୀ ଗଣଦୁଷ୍କର୍ମ ଶିକାର ହୋଇଥିଲେ । ସେଦିନ ସନ୍ଧ୍ୟାରେ ସେ ଜଣେ  ଝିଅ ସାଙ୍ଗକୁ ଭେଟିବା ପରେ ହିଲପାଟଣାରେ ବାପାଙ୍କୁ  ଅପେକ୍ଷା କରିଥିଲେ । ସେହି ସମୟରେ ଅଭିଯୁକ୍ତ  ରୁତୁନ ସହ ଦେଖା ହୋଇଥିଲା । ନାବାଳିକା ଛାତ୍ରୀଙ୍କୁ  ରୁତୁନ୍‌ ନୂଆବସ୍‌ଷ୍ଟାଣ୍ଡ ନିକଟରେ ଥିବା ବ୍ୟାଚେଲର  ରୁମ୍‌କୁ ନେଇଥିଲେ । ସେଠାରେ ନାବାଳିକାଙ୍କୁ ମୃଦୁପାନୀୟରେ ନିଶା ଦେଇ ଅଭିଯୁକ୍ତମାନେ ବଳାତ୍କାର  କରିଥିଲେ । ରାତି ୧୦ଟାରେ ଅଭିଯୁକ୍ତମାନେ ଛାତ୍ରୀଙ୍କୁ  ବିଜିପୁର ଛକରେ ଛାଡ଼ି ଦେଇଥିଲେ । ନାବାଳିକା  ଛାତ୍ରୀ ଘଟଣା ସମ୍ପର୍କରେ ଘରେ କହିଥିଲେ ।  ପରିବାର ଲୋକଙ୍କ ସହ ଥାନାକୁ ଆସି ପୀଡ଼ିତା  ୫ତାରିଖରେ ଥାନାରେ ଏତଲା ଦେଇଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.