ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ମଇଦାନରେ ୩୦୫ ପ୍ରାର୍ଥୀ, ୫ ଲୋକସଭା କ୍ଷେତ୍ରରୁ ଲଢ଼ିବେ ୪୦ ଯୋଦ୍ଧା

ଭୁବନେଶ୍ୱର,୧୧/୦୫: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ସାରିଥିବା ବେଳେ ଯାଞ୍ଚ ପରେ ମୋଟ ୩୦୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିିତା କରିବେ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ପାଞ୍ଚଟି ଲୋକସଭା କ୍ଷେତ୍ର ଓ ଏହାର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ଭୋଟ୍‌ ହେବ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ସଂସଦୀୟ କ୍ଷେତ୍ରରୁ ଚୂଡାନ୍ତ ହୋଇଥିବା ମୋଟ ୪୦ ଜଣ ସାଂସଦ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ । ସେହିପରି ୩୫ଟି ବିଧାନସଭା କ୍ଷେତ୍ରରେ ମୋଟ ୨୬୫ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟର ନିର୍ଦ୍ଧାରଣ କରିବେ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ସଂସଦୀୟ କ୍ଷେତ୍ର ପାଇଁ ମୋଟ ୪୭ଜଣ ପ୍ରାର୍ଥୀ ନାମାଙ୍କନ କରିଥିଲେ । ବଲାଙ୍ଗିର, ସୁନ୍ଦରଗଡ଼ ଓ କନ୍ଧମାଳରୁ ସର୍ବାଧିକ ୧୦ଜଣ ଲେଖାଏଁ ପ୍ରାର୍ଥୀ ରହିଥିବା ବେଳେ ବରଗଡ଼ରେ ୯ ଓ ଆସ୍କାରେ ସର୍ବନିମ୍ନ ୮ଜଣ ଆଶାୟୀ ନାମାଙ୍କନ କରିଥିଲେ । ୬ଟି ପ୍ରାର୍ଥିପତ୍ର ନାକଚ ହୋଇଯାଇଥିବା ବେଳେ ୪୧ଟି ପ୍ରାର୍ଥିପତ୍ର କାଏମ ରହିଥିଲା । ଏଥିସହ ଗୋଟିଏ ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇଥିଲା । ତେଣୁ ୪୦ ଜଣ ସାଂସଦ ପ୍ରାର୍ଥୀ ଚୂଡାନ୍ତ ତାଲିକାରେ ରହିଥିବା ଜଣାପଡ଼ିଛି । 

ଏହି ପାଞ୍ଚଟି ଲୋକସଭା ଅନ୍ତର୍ଗତ ମୋଟ ୩୫ ବିଧାନସଭା ରହିଛି । ସେଗୁଡିକ ମଧ୍ୟରେ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜ ନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ବଲାଙ୍ଗିର, ଟିଟିଲାଗଡ଼, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା ହିଞ୍ଜିଳି ଓ କଣ୍ଟାବାଞ୍ଜି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ରହିଛି । 

୩୫ଟି ବିଧାନସଭା ମଣ୍ଡଳୀ ପାଇଁ ମୋଟ ୨୯୮ଜଣ ପ୍ରାର୍ଥୀ ନାମାଙ୍କନ କରିଥିଲେ । ବୀରମିତ୍ରପୁର ବିଧାନସଭା ଆସନରୁ ସର୍ବାଧିକ ୧୫ଜଣ ଓ ବିଜେପୁର ଏବଂ ଖଲ୍ଲିକୋଟରୁ ସର୍ବନିମ୍ନ ୪ଜଣ ଲେଖାଏଁ ପ୍ରାର୍ଥୀ ନାମାଙ୍କନ କରିଥିଲେ । ବୀରମିତ୍ରପୁରରେ ଚୂଡାନ୍ତ ପର୍ଯ୍ୟାୟରେ ସର୍ବାଧିକ ୧୩ଜଣ ପ୍ରାର୍ଥୀ ଅଛନ୍ତି । ୩୫ ବିଧାନସଭା କ୍ଷେତ୍ରରେ ମୋଟ ୨୩ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ୨୭୫ଟି ପ୍ରାର୍ଥିପତ୍ର କାଏମ ରହିଛି । ୧୦ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିଲେ । ଚୂଡାନ୍ତ ତାଲିକାରେ ମୋଟ ୨୬୫ଜଣ ପ୍ରାର୍ଥୀ ମଇଦାନରେ ଲଢିବେ ବୋଲି ସ୍ପଷ୍ଟ ହୋଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.