ପ୍ରମୂଖ ଖବର

ପଦ୍ମ ବିଭୂଷଣ ସମ୍ମାନ ପାଇ ଖୁସି ବ୍ୟକ୍ତ କଲେ ଚିରଞ୍ଜୀବୀ...

ନୂଆଦିଲ୍ଲୀ, ୧୧।୫: ଗତ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିରେ ୬୭ ବର୍ଷୀୟ ଅଭିନେତା ଚିରଞ୍ଜୀବୀ ଓ ୯୦ ବର୍ଷୀୟା ଭେଟେରାନ ଅଭିନେତ୍ରୀ ବୈଜୟନ୍ତୀମାଳାଙ୍କୁ ସିନେମା କ୍ଷେତ୍ରରେ ଉଚ୍ଚକୋଟୀର ଅବଦାନ ପାଇଁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । ତେବେ ସମ୍ମାନରେ ସମ୍ମାନିତ ହେବା ପରେ ଅଭିନେତା ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସ ସମେତ କଳାକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ପରିବାର ସମେତ ଫ୍ୟାନ୍ସ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏକ୍ସରେ ଚିରଞ୍ଜୀବୀ ଏକ ପୋଷ୍ଟ ସେୟାର କରି କୃତଜ୍ଞତା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ,''ପଦ୍ମଭୂଷଣ ପୁରସ୍କର ପାଇଁ ମୁଁ ଅତ୍ୟନ୍ତ ଖୁସି । ମୋତେ ଏହି ପୁରସ୍କାର ଦେଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛି । ଏଥିସହ ଯେଉଁମାନେ ମୋତେ କଳା କ୍ଷେତ୍ରରେ ସମର୍ଥନ କରିଥିଲେ ଓ ଯେଉଁମାନେ ମୋତେ ଏତେ ଭଲ ପାଇବା ଦେଇଛନ୍ତି ମୁଁ ସେହି କଳାକାରମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି ।'' 

ସେପଟେ ଏହି ସମ୍ମାନ ପାଇବା ପରେ ଚିରଞ୍ଜୀବୀଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ପରିବାର ସମେତ ଫ୍ୟାନ୍ସ ଏବଂ ସେଲିବ୍ରିଟି ଅଭିନେତାଙ୍କୁ ଶୁଭକମନା ଜଣାଇଛନ୍ତି । ପୁଅ ରାମଚରଣଙ୍କଠାରୁ ଆରମ୍ଭ କରି ଉପାସନା, ଅଲ୍ଲୁ ଅର୍ଜୁନ ସମସ୍ତେ ଚିରଞ୍ଜୀବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ରାମଚରଣ ନିଜ ଇନଷ୍ଟାଗ୍ରାମରେ ବାପା ଚିରଞ୍ଜୀବୀଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, ''ଶୁଭେଚ୍ଛା ବାପା । ଆମେ ଆପଣଙ୍କ ପାଇଁ ଗର୍ବିତ ।'' ସେହିପରି ସାଉଥ୍ ଷ୍ଟାର ଅଲ୍ଲୁ ଅର୍ଜୁନ ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ''ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିବାରୁ ଚିରଞ୍ଜୀବୀ ଜୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ, ଏହି ମୁହୂର୍ତ୍ତ ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ ।''

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.