ପ୍ରମୂଖ ଖବର

ଭାରତୀୟ ରେଳବାଇର ପକ୍ଷରୁ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍‌ ଘୋଷଣା, ଜାଣନ୍ତୁ କେଉଁ ରୁଟ୍‌ରେ ଚାଲିବ

ଭୁବନେଶ୍ୱର,୧୧/୦୫: ଗ୍ରୀଷ୍ମ ସମୟରେ ନିୟମିତ ଟ୍ରେନ୍‌ରେ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ଭାରତୀୟ ରେଳବାଇ  ସ୍ୱତନ୍ତ୍ର ଟ୍ରେନ୍‌ ଘୋଷଣା କରିଛି । ଏହି  ଟ୍ରେନ୍‌ଗୁଡ଼ିକ ହେଉଛି ଭୁବନେଶ୍ୱର-ମୁମ୍ବାଇ ଏଲ୍‌ଟିଟି, ବ୍ରହ୍ମପୁର-ସିକନ୍ଦରାବାଦ ଓ  ବ୍ରହ୍ମପୁର-ସୁରଟ ଓ ଚେନ୍ନାଇ ଏଗମୋର୍‌-ଭୁବନେଶ୍ୱର-ଚେନ୍ନାଇ ଏଗମୋର ଟ୍ରେନ୍‌ ।  

ଭୁବନେଶ୍ୱର-ମୁମ୍ବାଇ ଏଲ୍‌ଟିଟି ଚଳିତ  ମାସ ମାସ ୮ ତାରିଖରୁ ଜୁନ ୨୬ ତାରିଖ  ଯାଏ ଚାଲିବ । ସିକନ୍ଦରାବାଦ-ବ୍ରହ୍ମପୁର-ସିକନ୍ଦରାବାଦ ଟ୍ରେନ୍‌ ଆସନ୍ତା ୧୧ ଏବଂ ୧୪  ତାରିଖରେ ଚାଲିବ । ସୁରଟ-ବ୍ରହ୍ମପୁର-ସୁରଟ ଟ୍ରେନ୍‌ ଆସନ୍ତା ୨୨ରୁ ଜୁନ ୨୬  ତାରିଖ ମଧ୍ୟରେ ପ୍ରତି ବୁଧବାର ଚାଲିବ ।  ଚେନ୍ନାଇ ଏଗମୋର୍‌-ଭୁବନେଶ୍ୱର-ଚେନ୍ନାଇ  ଏଗମୋର ଟ୍ରେନ୍‌ ମେ ୧୧ ଏବଂ ଜୁନ୍‌ ୧ରେ  ଚାଲିବ । 

ଚେନ୍ନାଇ ଏଗମୋର-ସମ୍ବଲପୁର-ଚେନ୍ନାଇ ଏଗମୋର ସ୍ୱତନ୍ତ୍ର ଟ୍ରେନ୍‌ ମେ ୧୮  ଏବଂ ଜୁନ୍‌ ୭ରେ ଚାଲିବ । ଏହା ବ୍ୟତୀତ  ପୂର୍ବତଟ ରେଳପଥ ମଧ୍ୟ ସିଙ୍ଗଲ୍‌ ଟ୍ରିପ୍‌  ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ଯୋଜନା କରୁଛି ।  ଏହି ଟ୍ରେନ୍‌ଗୁଡ଼ିକ ହେଉଛି ସମ୍ବଲପୁର-କାଚେଗୁଡ଼ା, ଖୋର୍ଦ୍ଧା ରୋଡ୍‌-ସିକନ୍ଦରାବାଦ,  ଭୁବନେଶ୍ୱର-ପୁଣେ, ଭୁବନେଶ୍ୱର-ମୁମ୍ବାଇ  ସିଏସ୍‌ଏମ୍‌ଟି, ପୁରୀ-ପାଲଡିହ (ମହାରାଷ୍ଟ୍ର),  ଭୁବନେଶ୍ୱର-ଚେନ୍ନାଇ, ସମ୍ବଲପୁରଚେନ୍ନାଇ, ଭୁବନେଶ୍ୱର-ବେଙ୍ଗାଲୁରୁ ଓ  ବ୍ରହ୍ମପୁର-କାଚେଗୁଡା ଟ୍ରେନ୍‌।

  • PrameyaOdia
  • prameya
  • Indian Railway
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.