ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରେସ୍‌ମିଟ୍ କରି ବିଜେପି ଉପରେ ବର୍ଷିଲା କଂଗ୍ରେସ, ତାପମାତ୍ରା ବଢିବା ସହ ମୋଦିଙ୍କ ଭୟ ବଢିଛି

ଭୁବନେଶ୍ଵର, ୧୧/୦୫ : ପ୍ରେସ୍‌ମିଟ୍ କରି ବିଜେପି ଉପରେ ବର୍ଷିଲା କଂଗ୍ରେସ। ଏଆଇସିସି ପ୍ରବକ୍ତା ଆଲୋକ ଶର୍ମା କହିଛନ୍ତି ଯେ, ଦଶ ବର୍ଷ କାର୍ଯ୍ୟକାଳ ଚଳାଇଲେ। ହେଲେ ମିଛ କହିବା ଛାଡିଲେନି। ତାପମାତ୍ରା ବଢିବା ସହ ମୋଦିଙ୍କ ଭୟ ବଢିଛି। ମିଛ ସର୍ଦ୍ଦାରଙ୍କ ମିଛ ଆଉ ଚାଲୁନି। ରାଜାଙ୍କ ଭାଷା ଏଥର ତଳସ୍ତରକୁ ଆସିବ ନାହିଁ ବୋଲି ଜନତା ଭାବୁଛନ୍ତି। ସେ କହିବା ପରେ ତାଙ୍କ ବଜିର ବି ତାଙ୍କ ଭାଷା କହୁଛନ୍ତି। ଇସ୍ ବାର, ୟେ ସରକାର ତଡିପାର। ନରେନ୍ଦ୍ର ଓ ନବୀନଙ୍କ ନାମରେ ସାମଞ୍ଜସ୍ୟ ରହିଛି। ଉଭୟ ଏକ। ଓଡ଼ିଶା ଆସିଲେ ପ୍ରଶ୍ନ ଉଠାଇବାକୁ ଡରୁଛନ୍ତି। ହେଲେ ଡବଲ ଇଞ୍ଜିନ ସରକାର କଥା କହୁଛନ୍ତି। ଯେଉଁଠି ଡବଲ ଇଞ୍ଜିନ ସରକାର ଅଛି, ସେଠି କଣ ଅବସ୍ଥା। ମଣିପୁର ଏହାର ଶ୍ରେଷ୍ଠ ଉଦାହରଣ। 

ସେ ପୁଣି କହିଛନ୍ତି ଯେ, ଦୁଇ ଦିନ ହେବ ରାଜା ସାହେବ ଓଡ଼ିଶାରେ ବୁଲୁଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ନିର୍ବାଚନ କମିଶନ ଆଖି ବନ୍ଦ କରି ବସିଛନ୍ତି। ନିର୍ବାଚନ ପରେ ଭୋଟ ପ୍ରତିଶତ ପାଇଁ ୧୧ଦିନ ଲାଗୁଛି। ଉତ୍ତରାଖଣ୍ଡରେ ଆପଣଙ୍କ ସରକାର ଥିଲା, ସେଠି ଅଙ୍କିତା ଭଣ୍ଡାରୀଙ୍କ ଅବସ୍ଥା କଣ ହେଲା ସମସ୍ତେ ଜାଣିଛନ୍ତି। କାଲି ପ୍ରଧାନମନ୍ତ୍ରୀ କହିଲେ ଓଡ଼ିଶକୁ ୩ ଲକ୍ଷ କୋଟି ଦେଇଛୁ। ଆପଣଙ୍କ କେନ୍ଦ୍ରମନ୍ତ୍ରୀ ଗୋଟେ ତଥ୍ୟ ଦେଉଛନ୍ତି, ଆପଣ ଆଉ ଗୋଟେ କହୁଛନ୍ତି। କିଏ ୧୨ କୋଟି କିଏ ୧୭କୋଟି ଆଉ ଆପଣ ଏଵେ ୩ଶହ କୋଟି କହୁଛନ୍ତି। ଆପଣ ଯେଉଁ ଟଙ୍କା ଦେବା କଥା କହୁଛନ୍ତି, ଏସବୁ କଣ ମାମୁଁଙ୍କ ଘରୁ ଆଣିଛନ୍ତି। ଆପଣ କହୁଛନ୍ତି, ୩ ଲକ୍ଷ କୋଟି ଦେଇଛନ୍ତି। ଆମେ କହୁଛୁ ଆପଣ ଓଡ଼ିଶାର ୧ଲକ୍ଷ କୋଟି ଚାପି ରଖିଛନ୍ତି। ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ କଣ ହେଲା କୁହନ୍ତୁ। ଯାଞ୍ଚ୍ କେତେ ବାଟ ଗଲା, ଦୋଷୀ କିଏ ସ୍ପଷ୍ଟ କରନ୍ତୁ। ଛୋଟ କର୍ମଚାରୀଙ୍କୁ ଫସାଇ ନିଜେ ଖସିଲେ ହେବନି। ଓଡିଶାର ଜଳ, ଜଙ୍ଗଲ ଓ ଜମି ବାବଦରେ ଉଭୟ ରାଜା ସାହେବ ଓ ତାଙ୍କ ମିତ୍ର ଉତ୍ତର ରଖନ୍ତୁ। ଓଡ଼ିଶାର ୧ ଲକ୍ଷ କୋଟି କାହିଁକି ଦେଇ ନାହାନ୍ତି ଉତ୍ତର ଦିଅନ୍ତୁ। ବିଜେଡି ସାଂସଦ କେନ୍ଦ୍ର ବିରୋଧରେ ପଦୁଟିଏ ବି କହୁ ନାହାନ୍ତି। ବିଜେଡି ଉତ୍ତର ଦେଉ। ଆପଣ ଯେଉଁ ରାଜ୍ୟକୁ ଯାଉଛନ୍ତି, ମିଛ କହୁଛନ୍ତି। 

ରାଜା ସାହେବ ଯାହା ଇଛା କହିବେ, କଂଗ୍ରେସର କଣ ହେବ ଆପଣ ଚିନ୍ତା ଛାଡ଼ନ୍ତୁ। ପ୍ରଜ୍ବଲ ରେବନ୍ନ ପାଇଁ ଭୋଟ କାହିଁକି ମାଗିଲେ। ଦେଶରେ ୩୭ ଲକ୍ଷ ରୋଜଗାର ଚାଲିଯାଇଛି। ଏମ୍ସରେ କେତେ ଡାକ୍ତର ପଦବୀ ଖାଲି ପଡିଛି କୁହନ୍ତୁ। ନିଯୁକ୍ତି ପତ୍ର ବାଣ୍ଟୁଥିଲେ ତାହା ବି ବନ୍ଦ ହୋଇଗଲା। ରୋଜଗାର ଦେବା ନାମରେ ନୋଟଙ୍କି ବନ୍ଦ ହୋଇଛି। ଏଥର ଜନତା ଓ ରାଜା ସାହେବଙ୍କ ମଧରେ ସିଧା ଲଢେଇ। ଇ ଡି, ସିବିଆଇ ଅମ୍ବାନୀ ଓ ଅଦାନୀଙ୍କ ନିକଟକୁ ପଠାନ୍ତୁ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.