ପ୍ରମୂଖ ଖବର
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୋନପୁର- ବଲାଙ୍ଗୀର ହରଡ଼ଖୋଲ ଛକ ନିକଟରେ ଓଲଟିଲା ବାଜା ଗାଡ଼ି: ୨ ମୃତ, ୨୫ ଗୁରୁତର
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ଇମ୍ଫାର ସମ୍ପ୍ରସାରିତ କାରଖାନାର ଶିଳାନ୍ୟାସ

Published By : Prameya | May 22, 2025 10:33 PM

ଭୁବନେଶ୍ଵର୨୨/୫: ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପ୍ରମୁଖ ପୁରୋଧ୍ୟା ସ୍ଵର୍ଗତ ଡ. ବଂଶୀଧର ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଇମ୍ଫା ପକ୍ଷରୁ ଆଜି କଳିଙ୍ଗନଗରରେ ଏହାର ନୂତନ ଅତ୍ୟାଧୁନିକ ପ୍ଲାଣ୍ଟର ଶିଳାନ୍ୟାସ ହୋଇଯାଇଛି । ରାଜ୍ୟର ଶିଳ୍ପ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମବାୟ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା ଓ ଇମ୍ଫାର ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ବିଧିବଦ୍ଧ ଭାବେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

୧୨୪.୨୬ ଏକରରେ ପରିବ୍ୟାପ୍ତ ଏହି କଳିଙ୍ଗ ନଗର କାରଖାନାରୁ ବାର୍ଷିକ ୧,୦୦,୦୦୦ ମେଟ୍ରିକ୍ଟ ନ୍ଫେରୋ କ୍ରୋମ୍ ଉତ୍ପାଦନ ହେବ। ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟ ମାସିକ ସୁଦ୍ଧା ଏହି କାରଖାନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହେବାକୁ ଥିବା ଏହି କାରଖାନା ଚୌଦ୍ୱାର ଏବଂ ଥେରୁବାଲି ଠାରେ ଥିବା ଇମ୍ଫାର ସମନ୍ୱିତ କାର୍ଯ୍ୟସ୍ତଳୀ ଗୁଡ଼ିକର ପରିପୂରକ ହେବ ଏବଂ ଏହାର ମୋଟ ଉତ୍ପାଦନ କ୍ଷମତା ୩,୮୪,୦୦୦ ଟନ୍ କୁ ବୃଦ୍ଧି ପାଇବା ସହିତ ମୂଲ୍ୟଯୁକ୍ତ ଭାରତର ଅଗ୍ରଣୀ ଫେରୋକ୍ରୋମ୍ ଉତ୍ପାଦନକାରୀ ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରିବ।

ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରକାନ୍ତ ପଣ୍ଡା ଏହି ପ୍ରକଳ୍ପର ମହତ୍ତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ ଆମେ ସର୍ବଦା ପ୍ରତିଶ୍ରୁତି ବଦ୍ଧ ରହିଛୁ । ଏହି ନୂତନ  ପ୍ରକଳ୍ପ କେବଳ ରାଜ୍ୟର ଶିଳ୍ପ ମାନଚିତ୍ରକୁ ଉନ୍ନତ କରିବ ନାହିଁ ବରଂ ଦୀର୍ଘ ସ୍ଥାୟୀ ଏବଂ ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ଇମ୍ଫାର ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ।

ଫେରୋଆଲ କ୍ଷେତ୍ରରେ ଅଗ୍ରଣୀ ଇମ୍ଫା ଜେଏସଡବ୍ଲ୍ୟୁ ଗ୍ରୀନ୍ ଏନର୍ଜି ସହ ମିଳିତ ଉଦ୍ୟମରେ କଳିଙ୍ଗନଗର କାରଖାନାରେ ସ୍ମେଲଟିଙ୍ଗ ପ୍ରକ୍ରିୟା ପାଇଁ୧୧୦ ମେଗାୱାଟ୍ ହାଇବ୍ରିଡ୍ର ନବିକରଣୀୟ ବିଦ୍ୟୁତ ଶକ୍ତି ଯୋଗାଣ କରିବ। ଏହା କେବଳ ଇମ୍ଫାର ସବୁଜ ପରିବେଶ ସୃଷ୍ଟି ପାଇଁ ଉଦ୍ୟମକୁ ତ୍ୱରାନିତ କରିବା ସହିତ ଏକ ସବୁଜ ଭବିଷ୍ୟତ ନିର୍ମାଣ ଦିଗରେ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ୨୦୭୦ ସୁଦ୍ଧା ନେଟ ଶୂନ୍ୟ ନିର୍ଗମନ ହାସଲ କରିବାରେ ଭାରତର ଅଭିଯାନକୁ ସହାୟତା ମଧ୍ୟ କରିବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.