ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଗୋଡ଼ରେ ଦେଖୁଛନ୍ତି କି ଏହି ୫ ଲକ୍ଷଣ, ହୋଇ ଯାଆନ୍ତୁ ସତର୍କ...

Published By : Harapriya Sethi | February 27, 2025 8:40 AM

ଆଜିକାଲି କୋଲେଷ୍ଟ୍ରଲ୍‌ର ସ୍ତର ବୃଦ୍ଧି ଏକ ସାଧାରଣ ସମସ୍ୟା ହୋଇଗଲାଣି, କିନ୍ତୁ ଏହାର ଲକ୍ଷଣଗୁଡ଼ିକୁ ଚିହ୍ନିବା ବହୁତ ଗୁରୁତ୍ୱପୂର୍ଣ୍ଣ । ସାଧାରଣତଃ ଲୋକମାନେ କୋଲେଷ୍ଟ୍ରୋଲ ସହ ଜଡିତ ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତି, କିନ୍ତୁ ଆପଣ କ’ଣ ଜାଣନ୍ତି ଯେ, ଆପଣଙ୍କ ପାଦରେ ଦେଖାଯାଉଥିବା କିଛି ପରିବର୍ତ୍ତନ ଆପଣଙ୍କ କୋଲେଷ୍ଟ୍ରୋଲ ବୃଦ୍ଧିର ଲକ୍ଷଣ ହୋଇପାରେ? ଯଦି ଆପଣ ଆପଣଙ୍କ ପାଦରେ ଏହି ୫ ଟି ଲକ୍ଷଣ ଦେଖିବାକୁ ମିଳୁଛି, ତେବେ ତୁରନ୍ତ ସତର୍କ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କ ହୃତ୍‌ପିଣ୍ଡ ଏବଂ ଧମନୀ ପାଇଁ ଏକ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । କୋଲେଷ୍ଟ୍ରୋଲ ବଢ଼ିଲେ ପାଦରେ କେଉଁ ପ୍ରକାରର ପରିବର୍ତ୍ତନ ଦେଖାଯାଇଥାଏ ଆସନ୍ତୁ ସେ ବିଷୟରେ ଜାଣିବା।

ପାଦରେ ବାରମ୍ୱାର ନିଷ୍କ୍ରିୟତା ବା ଝିମ୍‌ଝିମ୍‌ ଅନୁଭବ ହେବା-

ଯଦି ଆପଣଙ୍କ ପାଦରେ ବାରମ୍ୱାର ନିଷ୍କ୍ରିୟତା ବା ଝିମ୍‌ଝିମ୍‌ ଅନୁଭବ ହେଉଛି ତେବେ, ଏହା ଖରାପ ରକ୍ତ ସଂଞ୍ଚାଶନର ଲକ୍ଷଣ ହୋଇପାରେ । ଧମନୀରେ କୋଲେଷ୍ଟ୍ରୋଲ ଜମା ହେଲେ, ସେଥିରେ ରକ୍ତ ସଂଞ୍ଚଳନ ସଠିକ ଭାବରେ ହୋଇପାରି ନଥାଏ । ଯାହା ଫଳରେ ପାଦ ପର୍ଯ୍ୟନ୍ତ ସଠିକ ଭାବରେ ରକ୍ତ ସଂଞ୍ଚଳନ ହୋଇପାରି ନଥାଏ । କେବଳ ସେତିକି ନୁହେଁ, ପାଦ ପର୍ଯ୍ୟନ୍ତ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ପହଞ୍ଚି ପାରିନଥାଏ । ଏହି ସମସ୍ୟା ଧିରେ ଧିରେ ବଢି ଶେଷରେ ବମ୍ଭୀର ଋପ ନେଇପାରେ । 

ପାଦ ଥଣ୍ଡା ପଡ଼ିଯିବା -

କୌଣସି ଥଣ୍ଡା ଯାଗାରେ ନରହିବା ପରେ ମଧ୍ୟ ଯଦି ଆପଣଙ୍କ ପାଦ ଥଣ୍ଡା ହୋଇ ଯାଉଛି ତେବେ, ଏହା ଆଗକୁ ହେଉଥିବା ଗମ୍ଭୀର ରୋଗର ସଙ୍କେତ । ଆପଣଙ୍କ ପାଦରେ ସଠିକ ଭାବରେ ରକ୍ତ ସଞ୍ଚାଳନ ନହେଲେ, ଏପରି ହୋଇଥାଏ । ଧମନୀରେ ପ୍ଲାକ୍‌ ଜମା ହେବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ହୋଇ ପାରିନଥାଏ । ଯାହା ଫଳରେ ପାଦରେ ଥଣ୍ଡା ଅନୁଭୂତ ହୋଇଥାଏ । 

ପାଦ ଦରଜ ହେବା- 

ରାତିରେ ଶୋଇବା କିମ୍ବା ଚାଲିବା ସମୟରେ, ବିଶେଷ କରି ଗୋଡ଼ର ମାଂସପେଶୀରେ ବାରମ୍ବାର କ୍ରାମ୍ପ କିମ୍ବା ଯନ୍ତ୍ରଣା ହେବା, ଧମନୀ ସଙ୍କୁଚିତ ହେବାକୁ ଦର୍ଶାଇଥାଏ । ଯାହା ଫଳରେ ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ । ଏହାକୁ 'ପେରିଫେରାଲ୍ ଆର୍ଟେରୀ ଡିଜିଜ୍' (PAD) କୁହାଯାଇଥାଏ । ଏହି ରୋଗ ଉଚ୍ଚ କୋଲେଷ୍ଟ୍ରଲ୍ ଯୋଗୁଁ ହୋଇଥାଏ ।  

ପାଦ ଚର୍ମର ରଙ୍ଗ ବଦଳିବା- 

ଯଦି ଆପଣଙ୍କ ପାଦର ରଙ୍ଗ ହଳଦିଆ କିମ୍ୱା ନୀଳ ହୋଇ ଯାଉଛି, ତେବେ ଏହା ପାଦରେ ସଠିକ ଭାବରେ ରକ୍ତ ସଞ୍ଚାଳନ ହେଉନଥିବାର ଆଉ ଏକ ସଙ୍କେତ । ସଠିକ ଭାବରେ ରକ୍ତ ସଞ୍ଚଳନ ନହେବା କାରଣରୁ ପାଦ ଚର୍ମର ରଙ୍ଗରେ ବରିବର୍ତ୍ତନ ହେଖାଦେଇଥାଏ । ଏହା ସହ ଅନେକ ପ୍ରକାରର ଦାଗ ମଧ୍ୟ ଦେଖିବାକୁ ମିଳିପାରେ । ଯଦି ଦୀର୍ଘ ଦିନ ଧରି ଏଭଳି ହେଉଛି ତେବେ, ବିଳମ୍ୱ ନକରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ପାଦର ଖଣ୍ଡିଆ ବିଳମ୍ବରେ ଶୁଖିବା-

ଯଦି ଆପଣଙ୍କ ପାଦରେ କୌଣସି କାରଣ ବଶତଃ ଏକ ଛୋଟ ଖଣ୍ଡିଆ ହୋଇଛି ଏବଂ ଏହା ଶୀଘ୍ର ଭଲ ହେଉନାହିଁ, ତେବେ ଏହା ଏକ ଗମ୍ଭୀର ଲକ୍ଷଣ ହୋଇପାରେ । ଉଚ୍ଚ କୋଲେଷ୍ଟ୍ରଲ୍ ରକ୍ତ ସଞ୍ଚାଳନକୁ ଧୀର କରିଦିଏ, ଯାହା ଖଣ୍ଡିଆ ଶୁଖିବା ପ୍ରକ୍ରିୟାକୁ ପ୍ରଭାବିତ କରେ । ଯଦି ଆପଣ ନିଜ ପାଦରେ ଏପରି ଖଣ୍ଡିଆ ଦେଖୁଛନ୍ତି, ଯାହା ଦୀର୍ଘ ଦିନ ଧରି ଶୁଖୁ ନାହିଁ, ତେବେ ଏହା ଏକ ବିପଦପୂର୍ଣ୍ଣ ସଙ୍କେତ ହୋଇପାରେ ।

କିପରି ନିୟନ୍ତ୍ରଣ କରିବେ କୋଲେଷ୍ଟ୍ରୋଲ-

ଯଦି ଆପଣଙ୍କ ଗୋଡ଼ରେ ଏହି ସବୁ ଲକ୍ଷଣ ଦେଖିବାକୁ ମିଳୁଛି, ତେବେ ଯଥାଶୀଘ୍ର ନିଜର କୋଲେଷ୍ଟ୍ରୋଲ ଟେଷ୍ଟ କରି ନିଅନ୍ତୁ । ଏହା ବ୍ୟତୀତ, କିଛି ସହଜ ଉପାୟରେ ମଧ୍ୟ ଆପଣ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିପାରିବେ।

  • ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ : ଫାଇବରଯୁକ୍ତ ଫଳ ଏବଂ ପନିପରିବା ଖାଆନ୍ତୁ ଏବଂ ଟ୍ରାନ୍ସ ଫ୍ୟାଟ୍ ଠାରୁ ଦୂରେଇ ରୁହନ୍ତୁ।
  • ବ୍ୟାୟାମ: ପ୍ରତିଦିନ ଅତି କମରେ ୩୦ ମିନିଟ୍ ଚାଲନ୍ତୁ କିମ୍ବା ଯୋଗ କରନ୍ତୁ।
  • ଧୂମପାନ ଏବଂ ମଦ୍ୟପାନ ପରିହାର କରନ୍ତୁ: ଏହି ଦୁଇଟି ଜିନିଷ ରକ୍ତବାହୀ ନଳୀକୁ କ୍ଷତି ପହଞ୍ଚାଇଥାଏ ।
  • ପ୍ରଚୁର ପାଣି ପିଅନ୍ତୁ: ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ ।
  • ନିୟମିତ ପରୀକ୍ଷା କରାନ୍ତୁ: ସଠିକ ସମୟ ବ୍ୟବଧାନରେ ଆପଣଙ୍କର କୋଲେଷ୍ଟ୍ରୋଲ ସ୍ତର ଯାଞ୍ଚ କରନ୍ତୁ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.