ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଭାରତରେ କୋଭିଡ୍‌ ମାମଲାରେ ବୃଦ୍ଧି; ଦିଲ୍ଲୀ, ମୁମ୍ବାଇ, କେରଳ ଓ ବେଙ୍ଗାଲୁରୁରେ ହସ୍ପିଟାଲ ଗୁଡିକୁ ସତର୍କ ରହିବାକୁ ନିର୍ଦ୍ଦେଶ

Published By : Bijay Swain | May 24, 2025 5:24 PM

ନୂଆଦିଲ୍ଲୀ: ଭାରତରେ କୋଭିଡ୍‌ ମାମଲାରେ ବୃଦ୍ଧି ଦେଖାଦେଇଛି। ଖାସ୍ କରି ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଓ କର୍ଣ୍ଣାଟକରେ ନୂଆ ମାମଲା ରିପୋର୍ଟ ହୋଇଛି। ତେବେ, ଅଧିକାଂଶ ମାମଲା ଅଧିକ ଗୁରୁତର ନୁହେଁ ବୋଲି ସରକାରୀ ସୁତ୍ରରୁ ଖବର ଜାରି କରାଯାଇଛି। କୋଭିଡରେ ଏଯାଏ କୌଣସି ମୃତ୍ୟୁ ରିପୋର୍ଟ ସାମ୍ନାକୁ ଆସିନାହିଁ। ବଢୁଥିବା ଏହି ନୂଆ ମାମଲାରେ ଓମିକ୍ରନର ଉପ-ଭାରିଆଣ୍ଟ JN.1 ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି। ଏହି ନୂଆ ଭାରିଆଣ୍ଟର ଭାଇରସ ଦକ୍ଷିଣ ଏସିଆରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ ଏପର୍ଯ୍ୟନ୍ତ ଯାଏଁ "ଚିନ୍ତାଜନକ ଭାରିଆଣ୍ଟ" ଭାବେ ଶ୍ରେଣୀବଦ୍ଧ କରିନାହିଁ।

ଭାରତର ବିଭିନ୍ନ ସହରରେ ଦେଖାଦେଇଥିବା ନୂଆ ମାମଲା...

ଦିଲ୍ଲୀ: ୩ ବର୍ଷ ପରେ ପ୍ରଥମଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ୨୩ଟି ନୂଆ ମାମଲା ମାମଲା ରିପୋର୍ଟ ହୋଇଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ପଙ୍କଜ ଜୈନ କହିଛନ୍ତି, ହସ୍ପିଟାଲଗୁଡ଼ିକ ବେଡ୍‌, ଅକ୍ସିଜେନ ସିଲିଣ୍ଡର, ଟେଷ୍ଟିଂ କିଟ୍‌ ଓ ଟିକା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକ ୮ ସଦସ୍ୟ ସ୍ପେଶାଲ ଟିମ୍‌ ହସ୍ପିଟାଲଗୁଡ଼ିକରେ ପ୍ରସ୍ତୁତି ଯାଞ୍ଚ କରୁଛି।

ମୁମ୍ବାଇ: ମେ’ ମାସରେ ଦେଶର ଅନ୍ୟତମ ପ୍ରମୁଖ ସହର ମୁମ୍ୱାଇରେ ୯୫ଟି ମାମଲା ରିପୋର୍ଟ ହୋଇଛି। ଯାହା ମହାରାଷ୍ଟ୍ରର ଦେଖାଯାଉଥିବା ମୋଟ ମାମଲାର ଏକ ସିଂହଭାଗ। ମାତ୍ର ୧୬ ଜଣ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପଟେ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC) ସମସ୍ତ ଗୁରୁତର ଶ୍ୱାସକଷ୍ଟ ଜନିତ ରୋଗ (SARI) ରୋଗୀଙ୍କୁ କୋଭିଡ୍‌ ଟେଷ୍ଟ କରିବାକୁ ପରାମର୍ଶ ଦେଇଛି।

କେରଳ: କେରଳରେ ମେ’ ମାସରେ ମୋଟ୍ ୨୭୩ଟି ମାମଲା ସହ ଦେଶର ସର୍ବାଧିକ ସଂକ୍ରମଣ ରେକର୍ଡ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ଜିଲ୍ଲାରେ ନିରୀକ୍ଷଣ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ଏବଂ କାଶ ଲକ୍ଷଣ ଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

କର୍ଣ୍ଣାଟକ: ଦେଶର ଟେକ ସହର ଭାବେ ପରିଚିତ କର୍ଣ୍ଣାଟକରେ ୩୫ଟି ମାମଲା ରିପୋର୍ଟ ହୋଇଛି। ଯେଉଁଥିରେ ହୋସ୍କୋଟେରୁ ଜଣେ ୯ ମାସର ଶିଶୁ ମଧ୍ୟ କୋଭିଡରେ ସଂକ୍ରମିତ ଥିବା ଜଣାପଡିଛି। ତେବେ SARI ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କୁ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି।

ମହାରାଷ୍ଟ୍ର: ଥାନେରେ ଗତ ୩ ଦିନରେ ୧୦ଟି ମାମଲା ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରକାଶ ଆବିଟକର ଜନତାଙ୍କୁ ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି, କାରଣ ପରିସ୍ଥିତି ନିୟନ୍ତ୍ରଣରେ ଅଛି।

ଆପମଙ୍କୁ ଜଣାଇରଖୁ ଯେ କୋଭିଡର ସାଧାରଣ ଲକ୍ଷଣ ମଧ୍ୟରେ ଜ୍ୱର, ନାକରୁ ପାଣି ଝରିବା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକ୍କା ଓ ଅବସାଦ ଆଦି ଅନ୍ତର୍ଭୁକ୍ତ। ଅଧିକାଂଶ ରୋଗୀ ୪ ଦିନ ମଧ୍ୟରେ ସୁସ୍ଥ ହୋଇ ଉଠୁଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଭିଡ଼ଭାଡ଼ ସ୍ଥାନରେ ମାସ୍କ ପିନ୍ଧିବା, ସ୍ୱଚ୍ଛତା ବଜାୟ ରଖିବା ଓ ବୁଷ୍ଟର ଟିକା ନେବାକୁ ପରାମର୍ଶ ଦେଇଛି।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରିସ୍ଥିତି ଉପରେ କଡା ନଜର ରଖିଛି ଏବଂ ହସ୍ପିଟାଲଗୁଡ଼ିକୁ ଇନ୍‌ଫ୍ଲୁଏଞ୍ଜା ଜନିତ ରୋଗ ଓ SARI ମାମଲାର ନିରୀକ୍ଷଣ ବଢାଇବାକୁ ନିର୍ଦ୍ଦେଶ ଦେଇଛି। ଦିଲ୍ଲୀରେ ହସ୍ପିଟାଲଗୁଡ଼ିକୁ ପ୍ରତିଦିନ କୋଭିଡ୍‌ ତଥ୍ୟ ରିପୋର୍ଟ କରିବାକୁ ଓ ପଜିଟିଭ ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଇବାକୁ କୁହାଯାଇଛି। ମୁମ୍ବାଇରେ BMC ନାଗରିକମାନଙ୍କୁ କୋଭିଡ୍‌ ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ନେବାକୁ ପରାମର୍ଶ ଦେଇଛି।

ସେହିଭଳି ଦେଶର ବିଭିନ୍ନ ସ୍ୱାସ୍ଥ୍ୟ ଅଧିକାରୀମାନେ ଜନତାଙ୍କୁ ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି। କାରଣ ଅଧିକାଂଶ ମାମଲା କମ କ୍ଷତିକାରକ ଏବଂ ଗୁରୁତର ହୋଇ ହସ୍ପିଟାଲ ଭର୍ତ୍ତି ହାର କମ୍‌ ରହିଛି। ଦକ୍ଷିଣ ପୂର୍ବ ଏସିଆରେ ହଂକଂ ଓ ସିଙ୍ଗାପୁରରେ ମାମଲା ବୃଦ୍ଧି ପରେ ଭାରତୀୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ସତର୍କ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.