ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଅନ୍ତିମ ଦିନିକିଆରେ ଚମକିଲେ ଭାରତୀୟ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା । ଚେନ୍ନାଇର ପି.ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଛନ୍ତି । ୫ ଓ୍ବିକେଟ ଅକ୍ତିଆର କରି ଚେପକରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।
Too hot to handle 🥵
— BCCI (@BCCI) June 20, 2026
Relive Prasidh Krishna's fiery spell ▶️ https://t.co/hCMdfDUp4h #TeamIndia | #INDvAFG | @IDFCFIRSTBank | @prasidh43 pic.twitter.com/Nom3SKYNxf
ଏହି ଗ୍ରାଉଣ୍ଡ ସର୍ବଦା ସ୍ପିନରଙ୍କୁ ସୁହାଇଥାଏ । ସ୍ପିନରଙ୍କ ପାଇଁ ଅନୁକୂଳ କୁହାଯାଉଥିବା ଗ୍ରାଉଣ୍ଡରେ କିନ୍ତୁ ପ୍ରସିଦ୍ଧ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଚେପକରେ ପ୍ରଥମ ଭାରତୀୟ ବୋଲର ଭାବେ ଏକଦୀବସୀୟରେ ୫ ଓ୍ବିକେଟ୍ ଅକ୍ତିଆର କରିବାର ରେକର୍ଡ ନିଜ ନାମରେ କରିଛନ୍ତି । ପୂର୍ବରୁ କୌଣସି ଭାରତୀୟ ବୋଲର ଏହି ଗ୍ରାଉଣ୍ଡରେ ୫ ଓ୍ବିକେଟ ନେଇନଥିଲେ । ତାଙ୍କର ଚମତ୍କାର ବୋଲିଂ ଯୋଗୁଁ ଆଫଗାନିସ୍ତାନ ୪୪.୨ ଓଭରରେ ୨୧୮ ରନ୍ରେ ଅଲଆଉଟ୍ ହୋଇଥିଲା।
ଏହି ମ୍ୟାଚ୍ରେ ପ୍ରସିଦ୍ଧ ଆଫଗାନିସ୍ତାନର ବ୍ୟାଟିଂ କ୍ରମର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ସେ ଏକାକୀ ସମସ୍ତ ପାଞ୍ଚ ଜଣ ଆଫଗାନିସ୍ତାନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ । ସେ ଏହି ସଫଳତା ହାସଲ କରିବାରେ ଭାରତୀୟ କ୍ରିକେଟ୍ ଇତିହାସରେ କେବଳ ତୃତୀୟ ବୋଲର ହୋଇଥିଲେ । ପୂର୍ବରୁ କେବଳ ମନୋଜ ପ୍ରଭାକର ଏବଂ ମହମ୍ମଦ ଶାମି ଏହି ସଫଳତା ପାଇଥିଲେ ।
ଏହାସହ ପଢ଼ନ୍ତୁ : Hardik Pandya: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ହାର୍ଦ୍ଦିକ ବାଦ୍, କୋହଲିଙ୍କ ଫିଟ୍ନେସକୁ ନେଇ ଆସିଲା ବଡ଼ ଖବର