ପ୍ରମୁଖ ଖବର
  • ୭ ନେତାଙ୍କୁ ବିଦା କଲା ବିଜେପି, ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ
  • ||
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

ଇରାନରୁ ଖୁବ୍ ଶୀଘ୍ର ମୁକ୍ତ ହେବେ ୧୬ ଭାରତୀୟ, ଇସ୍ରାଏଲ ସହ କନେକ୍ସନ ଥିବା ସନ୍ଦେହରେ ଜବତ ହୋଇଥିଲା ପଣ୍ୟବାହୀ ଜାହାଜ

ନୂଆଦିଲ୍ଲୀ,୨୭।୪:  ଇରାନ ସରକାର କହିଛନ୍ତି, ପର୍ତ୍ତୁଗାଲ ପତକା ଥିବା କଣ୍ଟେନର ଜାହାଜ ଏମ୍ଏସ୍‌ସି ଏରିଜରେ ଥିବା ଚାଳକ ଦଳ ସଦସ୍ୟଙ୍କୁ ଖୁବ୍ ଶୀଘ୍ର ମୁକ୍ତ କରାଯିବ। ଇରାନ ବୈଦେଶିକ ମନ୍ତ୍ରୀ ହୋସେନ ଅମିରାବଦୁଲ୍ଲାହିୟାନ ପର୍ତ୍ତୁଗାଲ ସମକକ୍ଷ ପାଉଲୋ ରଙ୍ଗେଲଙ୍କୁ  ଏହି ଘଟଣାର ସୂଚନା ଦେଇଛନ୍ତି। 

ଭାରତ ଦୃଷ୍ଟିରୁ ଏହି ଖବର ନିହାତି ପକ୍ଷେ ଆଶ୍ବସ୍ତିଜନକ। କାରଣ ଏଥିରେ ଭାରତର ୧୬ ଜଣ ନାଗରିକ ଅଛନ୍ତି। ଇରାନର ଇସ୍ଲାମିକ୍ ରିଭୋଲ୍ୟୁସନ୍  ଗାର୍ଡ କୋର(ଆଇଆରଜିସି)ର ସ୍ବତନ୍ତ୍ର ନୌସେନା ବଳ ୧୩ ଏପ୍ରିଲରେ  ଏମ୍‌ସିଏସ୍ ଏରିଜ୍‌ ନାମକ ପଣ୍ୟବାହୀ ଜାହାଜକୁ କଥିତ ଭାବରେ ଇସ୍ରାଏଲ ସହିତ କନେକ୍ସନ ଥିବାର ଦେଖି ଜବତ କରିଥିଲା।

ଇରାନ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବଦୁଲାହିୟନ କହିଛନ୍ତି, ଜାହାଜର ଚାଳକ ଦଳର ସ୍ବାଧିନତାର ମାନବୀୟ ପ୍ରସଙ୍ଗ ଆମ ପାଇଁ ଗମ୍ଭୀର ଚିନ୍ତାର ବିଷୟ। ଆମେ ତେହରାନରେ ଏହି ଲୋକଙ୍କୁ ଦୂତାବାସ ପର୍ଯ୍ୟନ୍ତ ପହଁଞ୍ଚାଇଛୁ। ଏହାଛଡା ଆମେ ତାଙ୍କୁ ପୂର୍ଣ୍ଣ ସ୍ବାଧିନତା ଓ ଟ୍ରାନ୍ସଫର ସୁବିଧା ଦେଇଛନ୍ତି।’ ତେବେ ଇରାନ ତାଙ୍କର ରିଲିଜ୍ ତାରିଖ ଘୋଷଣା କରିନାହିଁ।

ଉଲ୍ଲେଖନୀୟ ଯେ, ୧୭ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ଭିତରେ ଜ‌ଣେ ମହିଳା ସଦସ୍ୟ ପୂର୍ବରୁ ଘରକୁ ଫେରି ସାରିଛନ୍ତି। ଦୁଇ ଦିନ ତଳେ ଭାରତ କହିଥିଲ ଚାଳକ ଦଳରେ ଥିବା ଶେଷ ୧୬ ଭାରତୀୟ ଫେରିବାରେ କିଛି ଟେକ୍ନିକାଲ ଦିଗ ରହିଛି। ତେହରାନରେ ଥିବା ଭାରତୀୟ କୁଟନୀତିଜ୍ଞ ଓ ଇରାନ ସରକାରଙ୍କ ମିଳିତ ପ୍ରୟାସ ପରେ ୧୩ ଏପ୍ରିଲ ଜବତ କରାଯାଇଥିବା‘ଏମ୍‌ଏସସି ଏରିଜ୍’ର ୧୭ ଭାରତୀୟ ଚାଳକ ଦଳର ସଦସ୍ୟରେ ଥିବା ମହିଳାଙ୍କୁ ୧୮ ଏପ୍ରିଲରେ ମୁକ୍ତ କରାଯାଇଥିଲା। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.