ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

' ଅମିତ ଶାହଙ୍କୁ କରାଇବେ ପ୍ରଧାନମନ୍ତ୍ରୀ ... ' : ଏମିତି କହି ମୋଦିଙ୍କୁ ଟାର୍ଗେଟ୍‌ କଲେ କେଜ୍ରିୱାଲ

ନୂଆଦିଲ୍ଲୀ –ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାମିନରେ ଆସିବା ପରେ ଆଜି ପ୍ରଥମ ଥର ପ୍ରେସ୍‌ କନଫରେନ୍ସ କରି ଜନତାଙ୍କୁ ସମ୍ୱୋଧିତ କରିଛନ୍ତି । ଏହି ସମୟରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି କେଜ୍ରିୱାଲ । ପଚାରିଛନ୍ତି ବିଜେପି ଜିତିଲେ ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ?  କାରଣ ଆସନ୍ତା  ବର୍ଷ ପ୍ରଧାନମନ୍ତ୍ରୀ ଅବସର ନେଉଛନ୍ତି। 

ସେ କହିଛନ୍ତି , ଏହି ଲୋକ ଇଣ୍ଡିଆ ଗଠବନ୍ଧନକୁ ପଚାରୁଛନ୍ତି କି ଆପଣଙ୍କର ପ୍ରଧାନମନ୍ତ୍ରୀ କିଏ ହେବ। ମୁଁ ବିଜେପିକୁ ପଚାରିବାକୁ ଚାହୁଁଛି , ତାଙ୍କର ପ୍ରଧାନମନ୍ତ୍ରୀ କିଏ ହେବ। ପ୍ରଧାନମନ୍ତ୍ରୀ ମୋଦି ୧୭ ଡିସେମ୍ୱରରେ ୭୫ ବର୍ଷର ହୋଇଯିବେ। ଏହା ବିଜେପିର ନିୟମ । ତାଙ୍କର ଏହି ବୟସରେ ଅନେକ ନେତା ଅବସର ନେଇଛନ୍ତି। ଏହି କ୍ରମରେ ଏବେ ତାଙ୍କର ଉଦ୍ଦେଶ୍ୟ ଅମିତ ଶାହଙ୍କୁ ଆଗାମୀ ପ୍ରଧାନମନ୍ତ୍ରୀ କରିବା। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି , ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାରେଣ୍ଟି ଗୁଡ଼ିକୁ କିଏ ପୂରା କରିବ। ମୋଦି ଜୀଙ୍କୁ ପଚାରିବାକୁ ଚାହୁଁଛି କି ଅମିତ ଶାହ କଣ ମୋଦିଙ୍କ ଗାରଣ୍ଟିକୁ ପୂରା କରିବେ। 

ସେ କହିଛନ୍ତି, ଏହି ଲୋକ ଯୋଗୀଙ୍କୁ ହଟାଇବେ ଓ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବେ। ଏଥିପାଇଁ ଆପଣ ମୋଦିଙ୍କ ନାମରେ ନୁହେଁ ଅମିତ ଶାହଙ୍କ ଉପରେ ଭୋଟ ଦେଉଛନ୍ତି। ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି , ସେ ଆଡବାଣୀ ଜୀ, ମୁରଲୀ ମନୋହର ଯୋଶୀ , ସୁମିତ୍ରା ମହାଜନଙ୍କର ରାଜନୀତି ଶେଷ କରି ଦେଇଛନ୍ତି। ଶିବରାଜ ସିଂହ ଚୌହାନ ଯିଏକି ମଧ୍ୟ ପ୍ରଦେଶର ନିର୍ବାଚନ ଜିତାଇଛନ୍ତି , ତାଙ୍କୁ ସିଏମ୍‌ କରି ନାହାନ୍ତି , ତାଙ୍କର ରାଜନୀତି ଶେଷ କରି ଦେଇଛନ୍ତି। ବସୁନ୍ଧରା ରାଜେ , ଖଟ୍ଟର ସାହେବ , ରମନ ସିଂହଙ୍କ ରାଜନୀତି ଶେଷ କରିଦେଇଛନ୍ତି ଏବେ ଆଗାମୀ ନମ୍ୱର ଯୋଗୀ ଆଦିତ୍ୟନାଥଙ୍କର । ଯଦି ସେ ନିର୍ବାଚନ ଜିତିଗଲେ ତ ଦୁଇ ମାସରେ ଉତ୍ତର ପ୍ରଦେଶର ସିଏମ ବଦଳାଇ ଦିଆଯିବ। ଏହା ଏକଛତ୍ରବାଦୀ। 

କେଜ୍ରିୱାଲ କହିଛନ୍ତି, ମୋଦିଜୀ ଜାଣନ୍ତି ଯେ , ଆପ୍‌ ଦେଶକୁ ଆଗକୁ ଚଲାଇବ। ଏଥିପାଇଁ ତାକୁ ଶେଷ କରିବାକୁ ଚାହାନ୍ତି। ସେ କାମ କରୁନାହାନ୍ତି , ଯିଏ କାମ କରୁଛି , ତାକୁ ହିଁ ଶେଷ କରିବାରେ ଲାଗିଯାନ୍ତି। ମୋତେ ବହୁତ ପ୍ରତାଡ଼ିତ କଲେ , ଜେଲ୍‌ ପଠାଇଲେ। କହୁଛନ୍ତି ଦୁର୍ନୀତି ସହ ଲଢୁଛନ୍ତି। ହେଲେ ସବୁଠୁ ଅଧିକ ଦୁର୍ନୀତିରେ ଲିପ୍ତ ତାଙ୍କର ପାର୍ଟି ।   

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.