ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଖାଦ୍ଯ ଗ୍ରହଣକୁ ନେଇ ICMRର ନିର୍ଦ୍ଦେଶନାମା, ପ୍ରୋଟିନ ସେବନ କରୁଥିଲେ ସାବଧାନ

ନୂଆଦିଲ୍ଲୀ,୧୧।୫: ଖାଦ୍ୟ ଗ୍ରହଣକୁ ନେଇ ନିର୍ଦ୍ଦେଶାନାମା ଜାରି କରିଛି ଆଇସିଏମଆର । ଏଥିସହ ପ୍ରୋଟିନ ସପ୍ଲିମେଣ୍ଟ୍ ସଂକ୍ରାନ୍ତରେ ସତର୍କ ମଧ୍ୟ କରାଇଛି ଆଇସିଏମଆର(ଭାରତୀୟ ଭେଷଜ ଗବେଷଣା ପରିଷଦ)  । ପ୍ରୋଟିନ ପାଉଡ଼ର ସାଧାରଣତଃ ଅଣ୍ଡା, ଦୁଗ୍ଧଜାତ ଦ୍ରବ୍ୟ, ସୋୟାବିନ, ବାଦାମ ଏବଂ ଚାଉଳ ଭଳି ବିଭିନ୍ନ ଉତ୍ସରୁ ତିଆରି ହୋଇଥାଏ । ଏହା ଖାଦ୍ୟର ଏକ ବିକଳ୍ପ ଭାବେ ଲୋକପ୍ରିୟ ହେବାରେ ଲାଗିଛି । ଡାଏଟ କଣ୍ଟ୍ରୋଲ କରୁଥିବା କିମ୍ବା ଓଜନ କମାଇବା ପାଇଁ ଅନେକ ଲୋକ ଖାଦ୍ୟ ବଦଳରେ ପ୍ରୋଟିନ ପାଉଡରକୁ ବ୍ୟବହାର କରୁଛନ୍ତି । କିନ୍ତୁ ଆଇସିଏମଆର ଏହି ପ୍ରୋଟିନ ପାଉଡର ବ୍ୟବହାର ନେଇ ସତର୍କ କରାଇବା ସହିତ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଛି ।

ତେବେ ଆଇସିଏମ୍ଆର ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରୋଟିନ ପାଉଡରରେ କ୍ୟାଲୋରୀ ବିହୀନ ମିଠା ଏବଂ କୃତ୍ରିମ ଫ୍ଲେଭର ରହିଛି ।  ଫଳରେ ଏହାକୁ ନିୟମିତ ଗ୍ରହଣ କରିବା ସ୍ବାସ୍ଥ୍ୟ ପକ୍ଷେ ଠିକ୍ ନୁହେଁ । ପ୍ରୋଟିନ ପାଉଡର ନିୟମିତ ଖାଉଥିଲେ ଏହାକୁ ନ ଖାଇବା ପାଇଁ କହିଛି ଆଇସିଏମ୍ଆର । ଅନ୍ୟପଟେ ଦେଶରେ ଅଧିକାଂଶ ରୋଗ ଅସ୍ୱାସ୍ଥ୍ୟକର ଖାଦ୍ୟ କାରଣରୁ ହେଉଛି । ଆଇସିଏମଆର ରିପୋର୍ଟରେ କହିଛି ଯେ, ସ୍ୱାସ୍ଥ୍ୟକର ରହିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଦିନରେ ୧ ହଜାର ୨୦୦ ଗ୍ରାମ ଭୋଜନ ଆବଶ୍ୟକ ପଡ଼ିଥାଏ । ଯାହା ଦ୍ଵାରା ଜଣେ ବ୍ୟକ୍ତିଙ୍କୁ ୨ ହଜାର କ୍ୟାଲୋରୀ ପ୍ରାପ୍ତ ହୋଇପାରିବ । ଥାଳିରେ ୧୦୦ ଗ୍ରାମ ଫଳ, ୪୦୦ ଗ୍ରାମ ସବୁଜ ପନିପରିବା, ୩୦୦ ମିଲି କ୍ଷୀର କିମ୍ବା ଦହି, ୮୫ ଗ୍ରାମ ଡାଲି କିମ୍ବା ଅଣ୍ଡା, ୩୫ ଗ୍ରାମ ଡ୍ରାଏଫ୍ରୁଟ୍ସ ଓ ୨୫୦ ଗ୍ରାମ ଭାତ ସେବନ କରିବାକୁ ପଡିବ । ଦିନରେ ବିଶେଷ ଭାବରେ ୨୭ ଗ୍ରାମରୁ ଅଧିକ ତେଲ ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

ଅନ୍ୟପଟେ ପୋଷକ ତତ୍ତ୍ୱରେ ଭରପୁର ଭୋଜନ ଗ୍ରହଣ କରିବା ଦ୍ୱାରା ୮୦ ପ୍ରତିଶତ ପର୍ଯ୍ୟନ୍ତ ମଧୁମେହ, ରକ୍ତଚାପ ,ହୃଦରୋଗ ସହ ଅନ୍ୟ ମାରାତ୍ମକ ରୋଗ ହେବାର ସମ୍ଭାବନାକୁ କମ୍ କରିଥାଏ । ୬ ରୁ ୮ ମାସର ଶିଶୁ ପାଇଁ ଦିନରେ ୬୫୦ କ୍ୟାଲୋରୀ ଆବଶ୍ୟକ ପଡିଥାଏ । ମାଆ କ୍ଷୀର ସେବନ କରୁଥିବା ଶିଶୁଙ୍କୁ ୫୦୦ କ୍ୟାଲୋରୀ ମିଳିଥାଏ । ତେଣୁ ମାଆ କ୍ଷୀର ସହ ସକାଳେ ଓ ଖରାବେଳେ ଡାଲି, ଭାତ, ଖରାବେଳ ପରେ କଦଳୀ କିମ୍ବା ସିଝା ଯାଇଥିବା ସେଓ ଓ ସନ୍ଧ୍ୟା ସମୟରେ ସାମାନ୍ୟ ଖେଚେଡି ମଧ୍ୟ ଖାଇବାକୁ ଦେଇପାରିବେ । ୯ ରୁ ୧୨ ମାସ ପର୍ଯ୍ୟନ୍ତ ପିଲାଙ୍କୁ ଦିନକ ଯାକରେ ୭୨୦ କ୍ୟାଲୋରୀ ଆବଶ୍ୟକ ପଡିଥାଏ । ଗର୍ଭବତୀ ମହିଳା ମାନେ ସକାଳ ୬ଟାରେ ୧୫୦ ଏମଏଲ କ୍ଷୀର ସେବନ କରିବା ଆବଶ୍ୟକ । ଯେଉଁଥିରେ ପ୍ରାୟ ୧୧୦ କ୍ୟାଲୋରୀ ପ୍ରାପ୍ତି ହୋଇଥାଏ । ଖରାବେଳ ଦିନ ୧ଟା ଭୋଜନରେ ଭାତ (୧୦୦ ଗ୍ରାମ), ଡାଲି (୩୦ ଗ୍ରାମ), ଦହି, ଫଳ  ସେବନ କରିବା ଉଚିତ୍ । ୪ଟା ସମୟରେ ଡ୍ରାଏଫ୍ରୁଟ୍ସ, ୫୦ ମିଲି କ୍ଷୀର ଯଥେଷ୍ଟ ବୋଲି ରିପୋର୍ଟରେ କହିଛି ଆଇସିଏମଆର୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.