ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଆପ୍ ବିଧାୟକ ଅମାନତୁଲ୍ଲା ଖାନ୍ ଘରେ ପହଁଞ୍ଚିଲା ପୋଲିସ, ପୁଅ ଅନସକୁ ଖୋଜୁଛି

ନୂଆଦିଲ୍ଲୀ,୧୧।୫: ଆମ୍ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନଙ୍କ ପୁଅଙ୍କ ଅଡୁଆ ଏବେ ବଢିବାରେ ଲାଗିଛି। ନୋଏଡାସ୍ଥିତ -୯୫ ପେଟ୍ରୋଲ ପମ୍ପରେ ହୋଇଥିବା ମାରପିଟ୍ ଘଟଣାରେ ନୋଏଡା ପୋଲିସ ଶନିବାର ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଥିଲା। ପୋଲିସ ଆପ୍ ବିଧାୟକଙ୍କ ଘରେ ଏକ ନୋଟିସ ମଧ୍ୟ ଲଗାଇଛି।  ଏହି ସମୟରେ ଘରେ ଅମାନତୁଲ୍ଲା ଖାନଙ୍କ ପୁଅ ଅନାସ ନଥିଲେ। ପୋଲିସ ତାଙ୍କୁ ଖୋଜୁଛି।

ନିକଟରେ ନୋଏଡା ପୋଲିସ ଏକ ପେଟ୍ରୋଲ ପମ୍ପରେ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଦେଇଥିବା ଅଭିଯୋଗରେ ଦିଲ୍ଲୀ ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନ, ତାଙ୍କ ପୁଅ ଅନାସ ଖାନ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପୋଲିସର ସୂଚନାନୁସାରେ, ଅମାନତୁଲ୍ଲା ମଧ୍ୟ ପେଟ୍ରୋଲ ପମ୍ପ ମ୍ୟାନେଜର ବିନୋଦ ଏବଂ ମାଲିକଙ୍କୁ ମଧ୍ୟ ଧମକ ଦେଇଥିଲେ। ଏହି ମାମଲାରେ ପୀଡିତ ବିନୋଦ କୁମାର ସିଂହ ପ୍ରଥମ  ପୋଲିସ ଷ୍ଟେସନରେ ଏକ ରିପୋର୍ଟ ଦାଖଲ କରିଥିଲେ। ପୋଲିସ କହିଛି    ପେଟ୍ରୋଲ ପମ୍ପରେ ଲଗାଯାଇଥିବା ସିସିଟିଭି କ୍ୟାମେରାର ଫୁଟେଜ ନିଆ ଯାଇ ସାରିଛି। ଏବେ ଘଟଣାର ତଦନ୍ତ ଜାରି ରହିଛି।

ଅମାନତୁଲ୍ଲା ଏହାକୁ ଏକପାଖିଆ କାର୍ଯ୍ୟ ବୋଲି କହିଛନ୍ତି ଏବଂ ଏହି ମାମଲାରେ ତାଙ୍କୁ ଭୁଲ ଭାବେ ଫଶାଯାଉଛି ବୋଲି କହିଛନ୍ତି। ସେ କହିଛନ୍ତି, ଘଟଣା ସମୟରେ ତାଙ୍କ ପୁଅ ପରୀକ୍ଷା ଦେବାକୁ ଯାଉଥିଲା, ସେ ଏବେ ଲ’ ପଢୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପେଟ୍ରୋଲ ପମ୍ପ କର୍ମଚାରୀ ମୋ ପୁଅ ସହିତ ଖରାପ ବ୍ୟବହାର କରିଥିଲେ ଏବଂ ତାଙ୍କୁ ମାଡ଼ ମାରିଥିଲେ। ବର୍ତ୍ତମାନ, ସେମାନେ ମୋର ଅସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ୍ ବ୍ୟବହାର କରି ମୋର ଭାବମୂର୍ତ୍ତିକୁ ଖରାପ କରୁଛନ୍ତି ଏବଂ ମୋତେ ଏକପାଖିଆ ପୋଲିସ୍ କାର୍ଯ୍ୟାନୁଷ୍ଠାନରେ ଫାଇବାକୁ ଚେଷ୍ଟା କରୁଛନ୍ତି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.