ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ବାରମ୍ବାର ଦୁଷ୍କର୍ମ, ପ୍ରଜ୍ବଳ ରେଭନ୍ନାଙ୍କ ବିରୋଧରେ ଆଉ ଜଣେ ମହିଳା ରୁଜୁ କଲେ ମାମଲା

ନୂଆଦିଲ୍ଲୀ,୧୧।୫: ଜେଡିଏସ୍‌ ସାଂସଦ ପ୍ରଜ୍ବଳ ରେଭନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ନେଇ ତୃତୀୟ ମାମଲା ରୁଜୁ ହୋଇଛି। ଜଣେ ମହିଳା ସିଆଇଡିର ସାଇବର କ୍ରାଇମ୍ ପୋଲିସ ଷ୍ଟେସନ୍‌ରେ  ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ପ୍ରଜ୍ବଳ ବହୁବାର ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି। ଉଲ୍ଲେଖନୀୟ ଯେ, ଅଭିଯୋଗକାରୀ ଏକ ଭାଇରାଲ ଭିଡିଓରେ ସାମନାକୁ ଆସିଛନ୍ତି।

ଆଇପିସିର ଧାରା ୩୭୬(୨)(ଏନ୍), ୩୭୬(୨) (କେ),୩୫୪(ଏ),୩୫୪(ବି), ୩୫୪(ସି) ଓ ୫୦୬ ଅନୁସାରେ ମାମଲା ରୁଜୁ କରାଯାଇଛି। ଏହି ମାମଲାର ବାରମ୍ବାର ଦୁଷ୍କର୍ମ, ଭିଡିଓ କରିବା, ‌ଯୌନ ସମ୍ପର୍କ ରଖିବାର ଦାବି କରିବା, କପଡା ଟାଣିବା ଓ ଧମକ ଦେବା ଆଦି ରହିଛି। ତେବେ ଏସଆଇଟି ଅଭିଯୋଗକାରୀ ମହିଳାଙ୍କ ପରିଚୟ ଦେବାକୁ ମନା କରିଛି।

ଏସଆଇଟି ସୁତ୍ର ଅନୁସାରେ, ପ୍ରଜ୍ବଳଙ୍କ ବିରୋଧରେ ୮ ମଇରୁ ବେଙ୍ଗାଲୁରରେ ଏଫଆଇଆର ରୁଜୁ କରାଯାଇଥିଲା। ପ୍ରଜ୍ବଳଙ୍କ ଦ୍ବାରା କଥିତ ଭାବରେ ବହୁ ମହିଳାଙ୍କୁ ଯୌନ ଶୋଷଣ ଓ ଆପତ୍ତିଜନକ ଭିଡିଓ  ସାର୍ବଜନିକ ହେବାପରେ ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିଲା। ପ୍ରଜ୍ବଳ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଜେଡିଏସ୍‌ ସୁପ୍ରିମୋ ଏଚଡି ଦେବଗୌଡାଙ୍କ ନାତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.