ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦୀଙ୍କୁ ନବୀନଙ୍କ ଜବାବ, ‘ମୋର କଣ ମନେ ଅଛି ତାହା ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି ’

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ସ୍ବରରେ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜାରି କରି ଆକ୍ରମଣାତ୍ମକ ଢ଼ଙ୍ଗରେ ମୋଦୀଙ୍କ ପ୍ରତିଟି ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ଜୁନ ୧୦ ତାରିଖ ତ ନୁହେଁ, ଆଗାମୀ ୧୦  ବର୍ଷରେ ବି ଓଡ଼ିଶାବାସୀଙ୍କ ହୃଦୟ  ଜିତି ପାରିବ ନାହିଁ ବିଜେପି । ମୋର କଣ ମନେ ଅଛି କି ନାହିଁ ତାହା ଦୀର୍ଘ ୨୪ ବର୍ଷ ହେଲା ଭଲ ଭାବେ ଓଡ଼ିଶାବାସୀ ଜାଣିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଆପଣ ଓଡ଼ିଶାକୁ କେତେ ମନେ ରଖିଛନ୍ତି ବୋଲି ନବୀନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । 

ମୁଖ୍ୟମନ୍ତ୍ରୀ ନବୀନ ଆହୁରି କହିଛନ୍ତି,  ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରେ ବି ଆପଣ ଓଡ଼ିଆ ଭାଷାକୁ ଭୁଲି ଗଲେ। ସଂସ୍କୃତକୁ ୧୦୦୦ କୋଟି କିନ୍ତୁ ଓଡ଼ିଆକୁ ଶୂନ ।  ଆପଣ ଓଡ଼ିଶୀ ମ୍ୟୁଜକକୁ ଭୁଲିଗଲେ। ମୁଁ ଓଡ଼ିଶୀ ମ୍ୟୁଜିକକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଦୁଇ ଥର ପ୍ରସ୍ତାବ ଦେଇଥିଲି । କିନ୍ତୁ ଆପଣ ଦୁଇ ଥର ପ୍ରତ୍ୟାଖାନ କଲେ ।  ଓଡ଼ିଶାରେ ବହୁତ ବୀରପୁତ୍ର ଅଛନ୍ତି। ଆପଣ ଆଜି କେତେ ନାଁ କହିଲେ । କିନ୍ତୁ କଣ ଆଜି ପର୍ଯ୍ୟନ୍ତ ଭାରତରତ୍ନ ପାଇଁ କେହି ଠିକ୍ ଲାଗିଲେନି। ଭାରତରତ୍ନ ବାଣ୍ଟିବା ବେଳେ କଣ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ଭୁଲିଗଲେ । ଆପଣ ଚାଷୀମାନଙ୍କ ଆୟ ଦୁଇ ଗୁଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆପଣ ତାକୁ ବି ଭୁଲଗିଲେ ବୋଲି କହି ମୋଦୀଙ୍କୁ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 ଏହା ସହ  ଓଡ଼ିଶାର ସଂପଦ କୋଇଲା, ଆପଣ ନେଉଛନ୍ତି କିନ୍ତୁ ୧୦ ବର୍ଷ ହେଲା ରାଜସ୍ଵ ବଢାଇବା ପାଇଁ ଭୁଲିଗଲେ । କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେ ପକାଇଲେ କିଛି ଲାଭ ନାହିଁ। ଆପଣ ୨୦୧୪ ଏବଂ ୨୦୧୯ରେ ଦେଇଥିବା ପ୍ରତିଶ୍ରୁତିକୁ କଣ ମନେ ରଖିଛନ୍ତି କି ?  ଓଡ଼ିଶାବାସୀ ଆପଣ କରିଥିବା ଦରବୃଦ୍ଧି, ୨ କୋଟି ଚାକିରି, ଏଲପିଜି, ପେଟ୍ରୋଲ, ଡିଜେଲ୍ ଦର କମାଇବା, ମୋବାଇଲ କନେକ୍ଟିଭିଟି, ଜିଏସଟି ଛାଡ଼ କରିବା ସବୁ ଓଡ଼ିଶାବାସୀ ଜାଣିଛନ୍ତି । ଜୁନ ୧୦ ତାରିଖ ତ ନୁହେଁ, ଆଗାମୀ ୧୦  ବର୍ଷରେ ବି ଓଡ଼ିଶାବାସୀଙ୍କ ହୃଦୟ ବିଜେପି  ଜିତି ପାରିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁଁ ବିଜେଡି ଷଷ୍ଠ ଥର ସରକାର ଗଢିବାକୁ ଯାଉଛି ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି ।  


 ସୂଚନାଯୋଗ୍ୟ, ଫୁଲବାଣୀରେ ଆୟୋଜିତ ନିର୍ବାଚନ ସଭାରେ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।ସେ କହିଥିଲେ, ନବୀନ ବାବୁଙ୍କୁ ବିନା କାଗଜରେ ଜିଲ୍ଲା ନାଁ ଲେଖିବାକୁ କୁହାଯାଉ । ଜିଲ୍ଲା ନାଁ ଓ ଜିଲ୍ଲା ମୁଖ୍ୟାଳୟର ନାଁ ଲେଖିବାକୁ କୁହାଯାଉ । ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଖି ପାରିବେ କି ଉପସ୍ଥିତି ଜନତାଙ୍କୁ ପ୍ରଶ୍ନ କରିଥିଲେ ପିଏମ ମୋଦୀ ।ସେହିପରି ପ୍ରଧାନମନ୍ତ୍ରୀ ବଲାଙ୍ଗୀର ସଭାରେ କହିଥିଲେ, ଆପଣଙ୍କ ମୁଖ୍ୟମନ୍ତ୍ରୀ ଏଠାରେ ନିର୍ବାଚନ ଲଢିବାକୁ ଆସିଛନ୍ତି । ତାଙ୍କୁ ପୂରା ବାଜାବାଣ ବଜାଇ ଏଠାରୁ ବିଦା କରନ୍ତୁ । ନବୀନ ବାବୁ ଯଦି ଏଠାକୁ ପ୍ରଚାରରେ ଆସନ୍ତି, ତାଙ୍କୁ କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ପଚାରିବେ । ବିଜେଡି ସରକାରର କାଉଣ୍ଟଡାଉନ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ଆଉ ଏହାର ଜୋରଦାର କାଉଣ୍ଟର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • naveen patnaik
  • pm narendra modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.