ନିର୍ବାଚନ ଖବର
  • ଧର୍ମଶାଳା ଇତିହାସ ଲେଖିଲା ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ, ପ୍ରଣବଙ୍କୁ ୪ ହଜାରରୁ ଅଧିକ ଭୋଟରେ କଲେ ପରାସ୍ତ
  • ||
  • ପୁରୀରେ ସମ୍ମାନ ରଖିଲେ ସୁନୀଲ୍, ଜିତିଲେ ବାପାଙ୍କ ପାରମ୍ପରିକ ଆସନ
  • ||
  • କଟକ ସଦରରେ ଚନ୍ଦ୍ର ସାରଥିଙ୍କ ଗଡ଼ ଭାଙ୍ଗିଲେ ପ୍ରକାଶ ଚନ୍ଦ୍ର ସେଠୀ
  • ||
  • ବ୍ରଜରାଜନଗରରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ବିଶାଳ ବିଜୟୀ, ୨୬ ହଜାରରୁ ଅଧିକ ଭୋଟରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପରାସ୍ତ
  • ||
  • ବାଙ୍କୀରେ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀଙ୍କ ବିଜୟ, ବିଜେପିକୁ ୧୬ ହଜାରରୁ ଅଧିକ ଭୋଟରେ ହରାଇଲେ
  • ||
  • ରଘୁନାଥପାଲିରେ ବିଜେପିର ବାଜିମାତ୍, ୫୭୦୯ ଭୋଟରେ ଦୁର୍ଗା ଚରଣ ତନ୍ତୀଙ୍କ ବିଜୟ
  • ||
  • ଝାରସୁଗୁଡ଼ାରେ ପଦ୍ମର ବିଜୟ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୮ ଖଣ୍ଡ ଭୋଟ୍‌ରେ ହରାଇଲେ ବିଜେପି ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ
  • ||
  • ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ
  • ||
  • ବରଗଡ଼ ଲୋକସଭା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୧୨୯ ଖଣ୍ଡ ଭୋଟ୍ ବିଜେଡି ପ୍ରାର୍ଥୀନୀ ପରିଣୀତା ମିଶ୍ରଙ୍କ ଠାରୁ ଆଗୁଆ
  • ||
  • ଜନାଦେଶ ୨୦୨୪: ୫୪୨ ଲୋକସଭା, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ବିଧାନସଭାର ମତଦାନ ଗଣତି ଆରମ୍ଭ
  • ||
  • ଓଡ଼ିଶା ଜନାଦେଶ ରାୟ: ୭୦ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ, ପୋଷ୍ଟାଲ ବାଲଟରୁ କାଉଣ୍ଟିଂ
  • ||
  • ଆଗାମୀ ୫ ଦିନ ଭିତରେ ଓଡ଼ିଶା ପହଞ୍ଚିବ ମୌସୁମୀ, ୬ରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଟସ୍ ଜିତି ୟୁଗାଣ୍ଡାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରୁଛି ଆଫଗାନିସ୍ତାନ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌, ଆଉ କିଛି ସମୟ ପରେ ଆରମ୍ଭ ହେବ ଗଣତି, ଇଭିଏମ୍‌ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ
  • ||

ବିବାଦୀୟ ସାକ୍ଷାତକାର ଲାଗି ‘Red Pix’ ମୁଖ୍ୟ ଫେଲିକ୍ସ ଗେରାଲ୍ଡ ଗିରଫ

ଚେନ୍ନାଇ: ଲୋକପ୍ରିୟ ତାମିଲ୍‌ ୟୁଟ୍ୟୁବ ଚ୍ୟାନେଲ ‘Red Pix’ର ମୁଖ୍ୟ ଫେଲିକ୍ସ ଗେରାଲ୍ଡ ଗିରଫ । ଶୁକ୍ରବାର ତ୍ରିଚି ଜିଲ୍ଳା ସାଇବର ଥାନା ପୁଲିସ୍‌ ତାଙ୍କୁ ନୋଏଡାରୁ ଗିରଫ କରିଛି । ଲୋକପ୍ରିୟ ୟୁଟ୍ୟୁବର ସବୁକ୍କୁ ଶଙ୍କରଙ୍କ ସହ ଏକ ଇଣ୍ଟଭ୍ୟୁ ପରେ ଚର୍ଚ୍ଚାକୁ ଆସିଥିଲେ ଫେଲିକ୍ସ । ମହିଳା ଏବଂ ମହିଳା ପୁଲିସଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିବାକୁ ନେଇ ଉଭୟ ଶଙ୍କର ଏବଂ ଫେଲିକ୍ସ ବିବାଦ ଘେରକୁ ଆସିଥିଲେ । ଏହା ପରେ ଉଭୟ ୟୁଟ୍ୟୁବରଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ପ୍ରଥମେ ଶଙ୍କରଙ୍କୁ ଗିରଫ କରାଯିବା ପରେ ଫେଲିକ୍ସ ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । 

ଫେଲିକ୍ସଙ୍କ ଆବେଦନ ଉପରେ ଶୁଣାଣି କରି ୟୁଟ୍ୟୁବରେ ପ୍ରସାରିତ ହେଉଥିବା ଅଶ୍ଳୀର କଣ୍ଟେଟକୁ ନେଇ ହାଇକୋର୍ଟ ଚର୍ଚ୍ଚିତ ଟିପ୍ପଣୀ କରିଥିଲେ । ସବସ୍କ୍ରାଇବର ବଢ଼ାଇବାକୁ କେତେକ ୟୁଟ୍ୟୁବ ଚ୍ୟାନେଲ୍‌ ଅଶ୍ଳୀଳ କଣ୍ଟେଣ୍ଟ ପବ୍ଲିଶ କରୁଛନ୍ତି ବୋଲି କହିବା ସହ ଏହା ସମାଜ ପାଇଁ ବିପଦ ବୋଲି କହିଥିଲେ ମାଡ୍ରାସ ହାଇକୋର୍ଟ । ସେପଟେ ଏଭଳି ଚ୍ୟାନେଲ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଭୟ ସରକାର ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ କୁମାରେଶ ବାବୁଙ୍କ ଏକକ ଖଣ୍ଡପୀଠ ।  

ଏହି ମାମଲରେ ଶଙ୍କର ଭଳି ଗେରାଲ୍ଡ ମଧ୍ୟ ସମାନ ଭାବରେ ଦାୟୀ ବୋଲି କୋର୍ଟ କହିଥିଲେ । ଏହା ପରେ ରେଡ୍‌ ପିକ୍ସ ୟୁଟ୍ୟୁବ ଚ୍ୟାନେଲ୍‌ର ମୁଖ୍ୟ ଫେଲିକ୍ସ ଗେରାଲ୍ଡଙ୍କୁ ସାଇବର ଥାନା ପୋଲିସ ଗିରଫ କରିଛି । ଗେରାଲ୍ଡଙ୍କୁ ଟ୍ରେନ୍‌ ଯୋଗେ ନୋଏଡାରୁ ତ୍ରିଚି ଅଣାଯାଇଥିବା ବେଳେ ତାଙ୍କୁ ମାଜିଷ୍ଟେ୍ରଟଙ୍କ ସାମ୍ନାରେ ହାଜର କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.