ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୦ ରାଜ୍ୟର ୯୬ଟି ଆସନ ପାଇଁ ହେବ ମତଦାନ, ସୋମବାରଠୁ ଓଡ଼ିଶାରେ ନିର୍ବାଚନ ଆରମ୍ଭ

ନୂଆଦିଲ୍ଲୀ: ୨୦୨୪ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ମେ ୧୩ (ସୋମବାର)ରେ ହେବ । ଏଥିପାଇଁ ଶନିବାର (ମେ ୧୧) ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି। ଚତୁର୍ଥ ପର୍ଯ୍ୟାୟରେ ୧୦ ଟି ରାଜ୍ୟରେ ମୋଟ ୯୬ ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ,କଳାହାଣ୍ଡି ଓ ନବରଙ୍ଗପୁରରେ ଭୋଟ୍ ପଡ଼ିବ। 

ସେହିପରି ଆନ୍ଧ୍ରପ୍ରଦେଶର ୨୫ ଟି ଆସନ ଏବଂ ତେଲେଙ୍ଗାନାର ସମସ୍ତ ୧୭ ଟି ଆସନରେ ମତଦାନ ହେବ। ଏହା ବ୍ୟତୀତ ଉତ୍ତରପ୍ରଦେଶରେ ୧୧ ଟି, ମହାରାଷ୍ଟ୍ରରେ ୧୧ ଟି, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୮ ଟି, ବିହାରରେ ୫ ଟି, ଝାଡ଼ଖଣ୍ଡରେ ୪ ଟି ଏବଂ ଜାମ୍ମୁ କାଶ୍ମୀରରେ ଗୋଟିଏ ଆସନରେ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟ ଭୋଟ ସରିବା ସହ ମୋଟ ୨୩ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୩୮୧ ଟି ଆସନରେ ଭୋଟ୍ ଶେଷ ହୋଇଯିବ। ସେହିପରି ସୋମବାର ମଧ୍ୟ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ବହୁ ହେଭିଓ୍ବେଟଙ୍କ ଭାଗ୍ୟ ପରୀକ୍ଷା ହେବ। କନ୍ନୌଜରୁ ଅଖିଳେଶ ଯାଦବ, ଶ୍ରୀନଗରରୁ ଓମାର ଅବଦୁଲ୍ଲା, ବେଗୁସରାଇରୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ, ବହରାମପୁରର ଅଧିର ରଂଜନ ଚୌଧୁରୀ, କୃଷ୍ଣନଗରରୁ ମହୁଆ ମୋଇତ୍ର, ଆସାନସୋଲରୁ ଶତ୍ରୁଘ୍ନ ସିହ୍ନା ଓ କଡପ୍ପୋ ଆସନରୁ ୱାଇଏଶ ଶର୍ମିଲା, ହାଇଦ୍ରାବାଦରୁ ଅସଦୁଦ୍ଦିନ ଓୱେସୀଙ୍କ ପାଇଁ ସୋମବାର ଭୋଟ୍‌ ଗ୍ରହଣ କରାଯିବ। 

 

 

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.