ପ୍ରମୁଖ ଖବର
  • ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଇରଙ୍ଗପୁର ଏବଂ ବାରିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର
  • ||
  • ନିର୍ବାଚନ ପାଇଁ ଦୁଇ ଦିନ ମଦ ଦୋକାନ ଏବଂ ବାର୍‌ ବନ୍ଦ, ଭୋଟ୍‌ ଗଣତି ଦିନ ରାଜ୍ୟସାରା ମଦ ଦୋକାନ ବନ୍ଦ
  • ||
  • ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ: ୬ ଲୋକସଭା, ୪୨ ବିଧାନସଭା ସିଟ୍‌ରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ରଥଖଳା ହାଲ୍‌ଚାଲ୍‌...ସିଙ୍ଗଡ଼ା ବାଡ଼ିଆ, ପହି ବିନ୍ଧ ଅନୁକୂଳ...
  • ||
  • IPL 2024: ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରୟାଲ୍ସ- ସନରାଇଜର୍ସ, ଟ୍ରାଭିସେକ ଯୋଡ଼ିଙ୍କୁ ଅଟକାଇବେ ସ୍ପିନ୍‌ ଟାଇଟନ
  • ||
  • ଦାନା ବାନ୍ଧୁଛି ବାତ୍ୟା ‘ରେମାଲ୍‌’: ୨୫ରେ ବାତ୍ୟା ରୂପ ନେବ, ୨୬ରେ ଭୀଷଣ ବାତ୍ୟାରେ ହେବ ପରିଣତ
  • ||

ନସିରୁଦ୍ଦିନ ଶାହଙ୍କ ସହ ବିବାହ କରିବାକୁ ବିରୋଧ କରିଥିଲେ ଘର ଲୋକ ? ପରିବାରର ପ୍ରତିକ୍ରିୟା ବିଷୟରେ କହିଲେ ରତ୍ନା ପାଠକ

ମୁମ୍ୱାଇ – ଅଭିନେତ୍ରୀ ରତ୍ନା ପାଠକ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ଜଣାଶୁଣା ଚେହେରା। ସେ ଖୁଲମଖୁଲା ନିଜର ମତ ରଖିବା ନେଇ ଜଣାଯାନ୍ତି। ତାଙ୍କର ସ୍ୱାମୀ ନସିରୁଦ୍ଦିନ ଶାହ ମଧ୍ୟ ନିଜର କଥାକୁ ଖୋଲାଖୋଲି କହିବାରେ ଜଣାଶୁଣା। ରତ୍ନା ପାଠକ ୧୯୮୨ରେ ନସିରୁଦ୍ଦିନ ଶାହଙ୍କୁ ବିବାହ କରିଥିଲେ। ଏବେ ବିବାହର ଏତେ ବର୍ଷ ପରେ ରତ୍ନା ପାଠକ କହିଛନ୍ତି କି, ଅନ୍ୟ ଜାତିରେ ବିବାହକୁ ନେଇ ତାଙ୍କର ଓ ନସିରୁଦ୍ଦିନଙ୍କ ପରିବାର ଲୋକଙ୍କ କଣ ଥିଲା ରିଆକ୍ସନ। 

Hauterrflyକୁ ଦେଇଥିବା ଏକ ସାକ୍ଷାତକାରରେ ରତ୍ନା ପାଠକ କହିଛନ୍ତି କି, ତାଙ୍କ ପିତା ଏହି ବିବାହରେ ଖୁସି ନଥିଲେ , କିନ୍ତୁ ଦୁର୍ଭାଗ୍ୟବଶତଃ ଆମର ବିବାହ ହେବା ପୂର୍ବରୁ ତାଙ୍କର ନିଧନ ହୋଇଥିଲା। ମାଆଙ୍କ ରିଆକ୍ସନ ବିଷୟରେ କହି ରତ୍ନା କହିଛନ୍ତି , ମା ଓ ନସୀରୁଦ୍ଦିନଙ୍କ ମଧ୍ୟରେ ସଂପର୍କ ଖୁବ୍‌ ଖରାପ ଥିଲା, କିନ୍ତୁ ପରେ ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ହୋଇଗଲା। ଶେଷରେ ଦୁହେଁ ଭଲ ବନ୍ଧୁ ପାଲଟି ଗଲେ। 

ନସିରୁଦ୍ଦିନଙ୍କ ଘରଲୋକଙ୍କ ରିଆକ୍ସନ ବିଷୟରେ ଦର୍ଶାଇ ରତ୍ନା ପାଠକ କହିଛନ୍ତି , ନସିରୁଦ୍ଦିନଙ୍କ ପରିବାର କେବେ ବି ହଙ୍ଗାମା କରି ନଥିଲେ। ଥରୁଟିଏ ବି କେହି ସି ଶବ୍ଦ ଅର୍ଥାତ୍‌ କନଭର୍ଟ ଶବ୍ଦର ବ୍ୟବହାର କରି ନାହାନ୍ତି। ମୋ ବିଷୟରେ କେହି ବି କିଛି କହି ନାହାନ୍ତି। ସେ ମୋତେ ସେମିତି ସ୍ୱୀକାର କଲେ , ଯେମିତି ମୁଁ ଥିଲି। ସେ ଆହୁରି କହିଛନ୍ତି କି ମୁଁ ବହୁତ ଭାଗ୍ୟଶାଳୀ , କାରଣ ମୁଁ ଏମିତି ଲୋକଙ୍କ ବିଷୟରେ ଶୁଣିଛି,ଯେଉଁମାନେ କି ଏଥିରେ ସଫଳ ହୋଇ ପାରନ୍ତି ନାହିଁ। ସେ କହିଛନ୍ତି ମୁଁ ପରେ ସେ ସମସ୍ତଙ୍କ ସହ ବନ୍ଧୁ ହୋଇଗଲି। ନିଜର ଶାଶୂଙ୍କ ବିଷୟରେ କଥା ହୋଇ ରତ୍ନା ପାଠକ କହିଛନ୍ତି କି, ସେ ଜଣେ ଘରୋଇ ମିଜାଜର ମଣିଷ ଥିଲେ। କିନ୍ତୁ ପ୍ରତି ସ୍ଥିତିରେ ଖୁବ୍‌ ଲିବ୍ରେଲ ଥିଲେ।

ସେପଟେ, ନିଜର ସଂପର୍କର ସଫଳତା ବିଷୟରେ ଦର୍ଶାଇ ରତ୍ନା କହିଛନ୍ତି କି ନସିରୁଦ୍ଦିନ ଶାହ ତାଙ୍କର ସଂପର୍କର ଆରମ୍ଭରେ ହିଁ ତାଙ୍କୁ କହିଥିଲେ କି ,ଏହା ଏକ ଭଲ ବିଚାର କି କୌଣସି ସଂପର୍କକୁ କେବେ ବି ପତି ,ପତ୍ନୀ , ପ୍ରେମୀ ,ପ୍ରେମିକା,ପ୍ରେମୀର ସ୍ତର ଦିଆ ନଯାଉ। ଯଦି ଆପଣ ନିଜକୁ ମନୁଷ୍ୟ ସ୍ତରରେ ରଖି ପାରିବେ , କଥାବାର୍ତ୍ତା କରି ପାରିବେ ତ ସ୍ତର କାହିଁକି ଲଗାଇବା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.