ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବଡ଼ ମିସନ୍‌ର ପ୍ରସ୍ତୁତିରେ ଇସ୍ରୋ, ଦୁଇଟି ଅଲଗା ଅଲଗା ସ୍ପେସ୍‌କ୍ରାଫ୍ଟକୁ ମହାକାଶରେ ଯୋଡିବ

Published By : Harapriya Biswal | October 14, 2024 6:39 PM

ନୂଆଦିଲ୍ଲୀ,୧୪।୧୦: ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କ ବଡ ଖୁଲାସା। ଡିସେମ୍ବରରେ ଇସ୍ରୋ SPADEX (Space Docking Experiment) ମିସନ୍ ଲଞ୍ଚ କରିପାରେ। କାରଣ ଚନ୍ଦ୍ରାୟନ-୪ ପାଇଁ ମହାକାଶରେ ଡକିଂ ବହୁତ ଜରୁରୀ ଟେକ୍ନୋଲୋଜି। ଡକିଂ ଅର୍ଥ ଯାହାକି ଅଲଗା ଅଲଗା ଅଂଶକୁ ପରସ୍ପର ସହ ଯୋଡିଥାଏ।

ବର୍ତ୍ତମାନ SPADEX ର ସାଟେଲାଇଟ୍‌ର ଇଣ୍ଟିଗ୍ରେସନ୍‌ ହେଉଛି। ଗୋଟେ ମାସରେ ଏହା ତିଆରି ହୋଇଯିବ। ପରେ ଏହାର ଟେଷ୍ଟିଂ ଓ ସିମୁଲେସନ୍ ହେବ। ଆଶା କରାଯାଉଛି ଯେ, ଇସ୍ରୋ ଏହାକୁ ୧୫ ଡିସେମ୍ବର ୨୦୨୪ କିମ୍ବା ତା ପୂର୍ବରୁ ଲଞ୍ଚ କରିବ। ଏହି ମିଶନ୍‌ ମହାକାଶରେ ଡକିଂ ପ୍ରୋସେସ୍‌ ପୁରା କରିବାର ପ୍ରଥମ ସିଢି ହେବ। 

ମହାକାଶରେ ଦୁଇଟି ଅଲଗା ଅଲଗା ଜିନିଷ ସହ ଯୋଡିବାର ଏହି ଟେକ୍ନୋଲୋଜି ଭାରତକୁ ନିଜର ସ୍ପେସ୍ ଷ୍ଟେସନ୍ ତିଆରି କରିବାରେ ସାହାଯ୍ୟ କରିବ। ଏହା ସହ ଚନ୍ଦ୍ରଯାନ-୪ ପ୍ରୋଜେକ୍ଟରେ ମଧ୍ୟ ସାହାଯ୍ୟ କରିବ। ସ୍ପେସ୍‌ଡେକ୍ସ ଅର୍ଥାତ ଗୋଟିଏ ସାଟେଲାଇଟର ଦୁଇଟି ଅଂଶ ହେବ। ଏହାକୁ ଗୋଟିଏ ରକେଟ୍‌ରେ ରଖି ଲଞ୍ଚ କରାଯିବ। ମହାକାଶରେ ଏହା ଅଲଗା ଅଲଗା ସ୍ଥାନରେ ଛଡାଯିବ। ପରେ ଏହାକୁ ଦୁଇଟି ଭାଗରେ ପୃଥିବୀର ନିମ୍ନ କକ୍ଷରେ ଯୋଡାଯିବ। ଫଳରେ ପୁଣିଥରେ ଏକ ୟୁନିଟ୍ ତିଆରି କରିହେବ। ଏହି ପୁରା ପ୍ରୋସେସ୍ ବିଭିନ୍ନ ପ୍ରକାର କାମ କରିବ। ଯେପରିକି ଦୁଇଟି ଅଲଗା ଅଲଗା ଭାଗକୁ ପରସ୍ପର ସହ ନିଜଠାରୁ ମହାକାଶରେ ଖୋଜିବ। ଏହାପରେ ତାଙ୍କ ପାଖକୁ ଆସିବ। ଯେପରିକି କକ୍ଷପଥରେ ଆସିପାରିବ। ଏହାପରେ ପରସ୍ପର ସହ ଯୋଡି ହୋଇଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.