ନୂଆଦିଲ୍ଲୀ : ଉତ୍ତର ଭାରତରେ ଭୀଷଣ ଗରମ ମଧ୍ୟରେ ମୌସୁମୀକୁ ନେଇ ବଡ଼ ଖୁସି ଖବର ଆସିଛି। ଦ୍ରୁତ ଗତିରେ ମୌସୁମୀ ସକ୍ରିୟ ହୋଇଛି। ପାଣିପାଗ ବିଭାଗ କହିଛି ଯେ, ୨୩ ଜୁନର ଆଖପାଖରେ ମୌସୁମୀ ମହାରାଷ୍ଟ୍ର , ତେଲେଙ୍ଗାନା , ଓଡ଼ିଶା , ଝାଡ଼ଖଣ୍ଡ , ବିହାର , ଛତିଶଗଡ଼ର ଅନ୍ୟ ସବୁ ଭାଗରେ ପହଞ୍ଚିବାକୁ ଯାଉଛି। ୨୧ ଜୁନ ଯାଏ ଉପହିମାଳୟୀ ପଶ୍ଚିମବଙ୍ଗ , ସିକ୍କିମରେ ସ୍ଥାନେ ସ୍ଥାନେ ପ୍ରବଳ ଓ ଆଉ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହାସହ ଚଳିତ ସପ୍ତାହରେ ଉପ ହିମାଳୟୀ ପଶ୍ଚିମ ବଙ୍ଗ , ସିକ୍କିମ , ପୂର୍ବୋତ୍ତର ଭାରତରେ ସ୍ଥାନେ ସ୍ଥାନେ ବହୁତ ବର୍ଷା ହୋଇପାରେ। ପୂର୍ବୀୟ ଉତ୍ତର ପ୍ରଦେଶରେ ୨୪ ଜୁନ ଯାଏ, ବିହାରରେ ୨୨ ଜୁ ଯାଏ, ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ୨୦ ଜୁନ ପର୍ଯ୍ୟନ୍ତ ହିଟୱେଭ୍ ଜାରି ରହିବ।

ଉତ୍ତର ପଶ୍ଚିମ ଭାରତ କଥା ଯଦି କହିବା ତ ୧୯-୨୨ ଜୁନ ମଧ୍ୟରେ ଜମ୍ମୁ-କାଶ୍ମୀର,ଲଦ୍ଦାଖ, ୨୦-୨୧ ଜୁନ ବେଳେ ହିମାଳୟ ପ୍ରଦେଶର ବଡ଼ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୪-୨୫ ଜୁନ ବେଳେ ପଶ୍ଚିମୀ ରାଜସ୍ଥାନରେ ବ୍ୟାପକ ବର୍ଷା ହେବ। ୨୩-୨୫ ଜୁନ ମଧ୍ୟରେ ଜମ୍ମୁ-କାଶ୍ମୀର , ଲଦ୍ଦାଖ, ୧୯ ଜୁନ ଓ ୨୨-୨୫ ବେଳେ ହିମାଳୟ ପ୍ରଦେଶ , ୧୯-୨୫ ଜୁନ ବେଳେ ଉତ୍ତରାଖଣ୍ଡରେ ସ୍ଥାନେ ସ୍ଥାନେ ବର୍ଷା ହେବ। ୧୯-୨୨ ଜୁନ ବେଳେ ହରିଆଣା , ଚଣ୍ଡିଗଡ଼, ଦିଲ୍ଲୀ ,ପଞ୍ଜାବ , ୧୯-୨୦ ଜୁନ ଓ ୨୫ ଜୁନ ବେଳେ ପୂର୍ବ ରାଜସ୍ଥାନରେ ସ୍ଥାନେ ସ୍ଥାନେ ବର୍ଷା ହୋଇ ପାରେ।

୧୯-୨୨ ଜୁନ ବେଳେ ଜମ୍ମୁ-କାଶ୍ମୀର , ଲଦ୍ଦାଖ ୧୯ ଜୁନରେ ହିମାଚଳ ପ୍ରଦେଶରେ , ୧୯-୨୧ ଜୁନ ବେଳେ ଉତ୍ତରାଖଣ୍ଡରେ ଝଡ଼ ବର୍ଷା ଓ ବିଜୁଳି ଘଡ଼ଘଡ଼ିର ସତର୍କ ସୂଚନା ରହିଛି। ଏହି ସମୟରେ ୬୦ କି.ମି ବେଗରେ ପବନ ବହିବ । ୧୯-୨୦ ଜୁନ ବେଳେ ଜମ୍ମୁ-କାଶ୍ମୀର , ଲଦ୍ଦାଖ , ୧୯ ଜୁନରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ କୁଆପଥର ପଡ଼ିବାର ଚେତାବନୀ ଜାରି କରାଯାଇଛି। ୧୯-୨୦ ଜୁନ ବେଳେ ପଶ୍ଚିମ ରାଜସ୍ଥାରେ ଧୂଳି ଝଡ଼ ହେବାର ସମ୍ଭାବନା ରହିଛି।

ମଧ୍ୟ ଭାରତ କଥା ଯଦି କହିବା ତ ୧୯-୨୫ ଜୁନ ବେଳେ ଛତିଶଗଡ଼ , ପୂର୍ବ ମଧ୍ୟ ପ୍ରଦେଶ , ବିଦର୍ଭ , ପଶ୍ଚିମ ମଧ୍ୟ ପ୍ରଦେଶରେ କିଛି ସ୍ଥାନର ବର୍ଷା ସମ୍ଭାବନା ରହିଛି। ପୂର୍ବଭାରତର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ , ଗାଙ୍ଗେୟ ସମତଳ ଅଞ୍ଚଳର ପଶ୍ଚିମବଙ୍ଗ, ଉପ ହିମାଳୟର ପଶ୍ଚିମବଙ୍ଗ , ସିକ୍କିମରେ ୧୯-୨୫ଜୁନ ବେଳେ ଓଡ଼ିଶାରେ ୧୯-୨୦ ଜୁନ ବେଳେ ଖୁବ୍ ଜୋରରେ ବର୍ଷା ହେବ। ବିହାର-ଝାଡ଼ଖଣ୍ଡରେ ୧୯-୨୫ ଜୁନ ବେଳେ ଓଡିଶାରେ ୨୧-୨୫ ଜୁନ ବେଳେ ସ୍ଥାନେ ସ୍ଥାନେ ବର୍ଷା ହେବ। ଆଣ୍ଡାମାନ ଓ ନିକୋବର ଦ୍ୱୀପ, ଝାଡ଼ଖଣ୍ଡରେ ୨୧-୨୫ ଜୁନରେ ବର୍ଷା ହେବ।

ଏହା ମଧ୍ୟ ପଢନ୍ତୁ :ହଟିଲେ ଅଯୋଗ୍ୟ, ଯୋଡ଼ି ହେବେ ଯୋଗ୍ୟ; ଖୁବ୍‌ଶୀଘ୍ର ଜାରି ହୋଇପାରେ ଆଉ ୩ କୋଟି ରାସନ କାର୍ଡ