ନୂଆଦିଲ୍ଲୀ : ଅଫଗାନିସ୍ତାନ ବିରୋଧରେ ଚେନ୍ନାଇର ଏମଏ ଚିଦମ୍ୱରମ ଷ୍ଟାଡିୟମରେ ଖେଳାଯାଇ ଥିବା ୩ୟ ୱାନଡେ ମ୍ୟାଚରେ ଭାରତୀୟ ଓପନର୍ସ ରୋହିତ ଶର୍ମା ଓ ଯଶସ୍ୱୀ ଜାୟସ୍ୱାଲ ମୈଦାନକୁ ଓହ୍ଲାଇବା କ୍ଷଣି ଇତିହାସ ରଚିଛନ୍ତି। ୨୧୯ ରନର ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇ ଥିବା ଭାରତୀୟ ଟିମ୍ ପ୍ରଥମ ଓଭରରେ ଏମିତି ଆତଙ୍କ ଖେଳାଇ ଥିଲା , ଯାହା ଭାରତୀୟ ୱାନଡେ କ୍ରିକେଟରେ ୫୫ ବର୍ଷରୁ ଅଧିକ ,ଇତିହାସରେ କେବେ ହୋଇ ନଥିଲା। ଟିମ୍ ଇଣ୍ଡିଆ ଇନିଂସର ପ୍ରଥମ ଓଭରରେ ରେକର୍ଡ ୨୩ ରନ କରି ଥିଲା, ଯାହା ୱାନଡେ ମ୍ୟାଚର ପ୍ରଥମ ଓଭରରେ ଭାରତ ଦ୍ୱାରା କରାଯାଇ ଥିବା ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ସ୍କୋର ଭାବେ ରହିଛି।

ଭାରତୀୟ ପାଳିର ଆରମ୍ଭ ହିଁ ଆକର୍ଷଣୀୟ ରହିଥିଲା। ଉଲ୍ଲେଖନୀୟ ଯେ, ପ୍ରଥମ ପାଳିରେ ଅଫଗାନିସ୍ତାନର ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା କରାଯାଇ ଥିବା ଭୁଲ କାରଣରୁ ଟିମ୍ ଇଣ୍ଡିଆର ଖାତା ୫ ରନ ସହ ଖୋଲି ଥିଲା। ପ୍ରକୃତ କଥା ଯେ, ଟିମ୍ ଇଣ୍ଡିଆକୁ ଏହି ରନ୍ ପେନାଲ୍ଟି ଭାବ ମିଳି ଥିଲା। ଏହାପରେ କ୍ରିଜ୍ରେ ଥିବା ରୋହିତ ଶର୍ମା ଓ ଯଶସ୍ୱୀ ଜାୟସ୍ୱାଲ ବୋଲରଙ୍କ ଉପରେ ପୂରା ପ୍ରଭାବ ବିସ୍ତାର କରି ଥିଲେ ଏବଂ ପରବର୍ତ୍ତୀ ୬ଟି ବଲରେ ଆହୁରି ୧୮ ରନ ଯୋଡ଼ି ଦେଇ ଥିଲେ। ଫଳାଫଳ ଏହା ରହିଥିଲା ଯେ, ପ୍ରଥମ ଓଭରର ସମାପ୍ତି ପରେ ଭାରତର ସ୍କୋର ବିନା କୌଣସି କ୍ଷତିରେ ୨୩ ରନ ହୋଇ ଥିଲା।

ଅଫଗାନିସ୍ତାନର ବୋଲରଙ୍କ ଏହି ଓଭରରେ ୱାଇଡ୍, ନୋ-ବଲ ଓ ଚୌକାର ଏମିତି ବର୍ଷା ହୋଇଥିଲା , ଯାହାକୁ ଦେଖିବାକୁ ମୈଦାନରେ ଥିବା ପ୍ରଶଂସକ ଝୁମି ଉଠିଥିଲେ। ଉକ୍ତ ଐତିହାସିକ ଓଭରରେ ବିରୋଧୀ ବୋଲର ମୋଟ ୪ଟି ଅତିରିକ୍ତ ବଲ ( ୨ଟି ୱାଇଡ୍ ଓ ୨ଟି ନୋ-ବଲ)ପକାଇ ଥିଲେ , ଯାହାର ଭାରତୀୟ ଓପନର୍ସ ପୂରା ଫାଇଦା ଉଠାଇ ଥିଲେ। ରୋହିତ ଓ ଯଶସ୍ୱୀ ଆକର୍ଷଣୀୟ ଟାଇମିଂ ଦେଖାଇ ଏହି ଓଭରରେ ତିନୋଟି ଆକର୍ଷକ ଚୌକା ମଧ୍ୟ ମାରିଥିଲେ,ଯାହା ଅଫଗାନିସ୍ତାନର ଅଧିନାୟକ ହଶମତୁଲ୍ଲାହ ସାହିଦୀଙ୍କ ସବୁ ରଣନୀତିକୁ ପ୍ରଥମ ଓଭରରୁ ହିଁ ବିଫଳ କରି ଦେଇଥିଲା।

ଆହୁରି ମଧ୍ୟ ପଢନ୍ତୁ : Yashasvi Jaiswal: ଶତକ ମାରି ବିରାଟ-ଗିଲଙ୍କୁ ପଛରେ ପକାଇଲେ ଜୟସ୍ବାଲ

ପ୍ରଥମ ଓଭରରେ ୨୩ ରନ କରିବା କ୍ଷଣି ଟିମ୍ ଇଣ୍ଡିଆ ନିଜର ୱାନଡେ ଇତିହାସର ୨୨ ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ଏହା ପୂର୍ବରୁ ଭାରତ ୨୦୦୪ ମସିହାରେ ବାଂଲାଦେଶ ବିରୋଧରେ କୋଲମ୍ୱୋରେ ପ୍ରଥମ ଓଭରରେ ୨୨ ରନ କରିଥିଲା। ୱାନଡେ ମ୍ୟାଚର ପ୍ରଥମ ଓଭରରେ ଭାରତ ଦ୍ୱାରା କରାଯାଇ ଥିବା ସବୁଠୁ ଅଧିକ ରନ୍ :

  • ୨୩ ରନ ବନାମ ଅଫଗାନିସ୍ତାନ, ଚେନ୍ନାଇ (୨୦୨୬)
  • ୨୨ ରନ ବନାମ ବାଂଲାଦେଶ , କୋଲମ୍ୱୋ (୨୦୦୪)
  • ୨୦ ରନ୍ ବନାମ ଅଷ୍ଟ୍ରେଲିଆ, ସିଡନୀ (୨୦୨୦)