ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଧର୍ମକୁ ଆଖି ଠାର ଭଳି ରାଜ୍ୟରେ ଚାଲିଛି ଗଞ୍ଜେଇ ବିରୋଧୀ ଅଭିଯାନ, ଏଠି ଚାଷକୁ ହଁ... ଅମଳକୁ ନାଁ

Published By : Rasmita Pradhan | November 26, 2024 10:29 AM

ଭୁବନେଶ୍ୱର,୨୬/୧୧ : ସିଏ ଛନଛନିଆ ହୋଇ ବଢିଛି। ଶ୍ୟାମଳ ରଙ୍ଗର ଗହଳିଆ କ୍ଷେତ ଫୁଲି ଉଠୁଛି। ତାକୁ ଯେତେ କାଟିବୁ କାଟ୍। ହେଲେ ସେ ସରିବ ନାହିଁ। ରାଜ୍ୟରେ ଚାଲିଥିବା ଅପରେସନ ଗ୍ରୀନ୍ କ୍ଲିନ୍‌କୁ ମାଫିଆଙ୍କ ଫୁ। ଗଞ୍ଜେଇ ପ୍ରବଣ ଜିଲ୍ଲାରେ ୨ ସପ୍ତାହ ଧରି ଚାଲିଛି ଗଞ୍ଜେଇ କାଟ ଅଭିଯାନ। ସମଗ୍ର ରାଜ୍ୟରୁ ଗଞ୍ଜେଇ ଗଛ ନିର୍ମୁଳ କରିବାକୁ ରଖାଯାଇଛି ଲକ୍ଷ୍ୟ। ହେଲେ ଆମ ନୀତି : ଚାଷକୁ ହଁ, ଅମଳକୁ ନା। 

ନଭେମ୍ଵରରୁ ରାଜ୍ୟରେ ଆରମ୍ଭ ହୋଇଛି ଗଞ୍ଜେଇ ଚାଷ ମୂଳପୋଛ ଅଭିଯାନ। ମାତ୍ର ୨୪ ଦିନରେ ୨୩୭୫ ଏକର ଜମିରୁ ୨୮ ଲକ୍ଷ ଗଞ୍ଜେଇ ଗଛକୁ ଜାଳିପୋଡ଼ି ନଷ୍ଟ କରିଛି ସ୍ପେଶାଲ୍ ସ୍କ୍ଵାର୍ଡ। ନୀଳଜହରକୁ ଜାଳିପୋଡ଼ି ଧ୍ୱଂସ କରିବାକୁ ହାତ ମିଶାଇଛନ୍ତି ପୁଲିସ୍‌, ଅବକାରୀ ବିଭାଗ, ଓ ରାଜସ୍ୱ ବିଭାଗ। ହେଲେ କଣ ହେବ ? ଧର୍ମକୁ ଆଖି ଠାର ଭଳି ରାଜ୍ୟରେ ଚାଲିଛି ଗଞ୍ଜେଇ ବିରୋଧୀ ଅଭିଯାନ। ଏଠି ଚାଷକୁ ହଁ, ଅମଳକୁ ନାଁ ନୀତିରେ ଚାଲିଛି ଗଞ୍ଜେଇ ବିରୋଧୀ ଅଭିଯାନ। ଅର୍ଥାତ୍‌ ୩/୪ ମାସ ତଳେ ଯେତେବେଳେ ଚାଷ ଆରମ୍ଭ ହେଲା, ସରକାରଙ୍କ ସବୁ ବିଭାଗ ଜାଣି ଅଜଣା ରହିଲା। ଏବେ ଗଛରେ କଲି ଧରିବା ସମୟରେ ତତ୍ପରତା ଦେଖାଇଲା। ଗଞ୍ଜେଇ ଚାଷ ରୋକିବାକୁ ସରକାରଙ୍କ ପାଖରେ ସମସ୍ତ ସାଧନ ଅଛି। ଏହାସତ୍ତ୍ଵେ ଅଧିକାରୀଙ୍କ ନିଘା କି ଆନ୍ତରିକତା ନାହିଁ। ପୁଲିସ, ଅବକାରୀ ବିଭାଗ ଓ ଟାସ୍କଫୋର୍ସ ବ୍ୟତୀତ ପ୍ରତି ଗ୍ରାମରେ ଶିକ୍ଷକ, ଆରଆଇ, ଅମିନ, ଭିଏଲଡ୍ଲୁ, ନିର୍ବାଚିତ ଜନପ୍ରତିନିଧି ମଧ୍ୟ ଅଛନ୍ତି । ତଥାପି ଚାଷ ହେଉଥିବା ଅଞ୍ଚଳ କାହାକୁ ଦେଖାଯାଉନି । କେବଳ ଗଛ କଲି ଧରିବା ବେଳେ ଲୋକଦେଖାଣିଆ ଚଢ଼ାଉ କରି ଗଛ ନଷ୍ଟର ପ୍ରଚାର କରାଯାଉଛି। ଏବେ ପ୍ରଶ୍ନ ଉଠୁଛି, ଏଭଳି ନୀତି ପଛରେ କାହା ସ୍ଵାର୍ଥ ଅଛି ?

ଏବର୍ଷ ଭଳି ଗତ ବର୍ଷ ମଧ୍ୟ ୧୦ ହଜାର ୫୦୦ ଏକର ଜମିରୁ ଗଞ୍ଜେଇ ଗଛ କାଟି ପୋଡ଼ିଥିଲା ଟାସ୍କଫୋର୍ସ। ଏହାସତ୍ତ୍ଵେ ବର୍ଷସାରା ଓଡ଼ିଶାରୁ ବେଧଡ଼କ ଭାବେ ଚାଲିଛି ଗଞ୍ଜେଇ ଚାଲାଣ। ଅନ୍ୟ ବର୍ଷ କଥା ଛାଡ଼, ଏବର୍ଷ ନଭେମ୍ବର ମାସର ମାତ୍ର ୨୪ ଦିନରେ ଜବତ ହୋଇଛି ୫୩୦୦ କିଲୋ ଗଞ୍ଜେଇ। ଏଠି ପ୍ରଶ୍ନ ଉଠୁଛି ଯଦି ଅମଳ ବେଳେ ଗଞ୍ଜେଇ କାଟି ନଷ୍ଟ କରାଯାଉଛି। ତାହେଲେ ବର୍ଷ ତମାମ ଗଞ୍ଜେଇ କେଉଁଠୁ ଆସୁଛି ? 

ସୋମବାର ମାଲକାନଗିରି ଜିଲ୍ଲାର କେତେକ ଅଞ୍ଚଳରେ ଚଢ଼ାଉ କରି, ୧୨ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ କରିଛି ଟାସ୍କ ଫୋର୍ସ। ଜିଲ୍ଲାର ଏଭଳି ସବୁ ଅଞ୍ଚଳରେ ହଜାର ହଜାର ଏକର ଜମିରେ ହୋଇଛି ଗଞ୍ଜେଇ ଚାଷ। ହେଲେ ସେଠାକୁ ଟାସ୍କ ଫୋର୍ସ ଯାଉନି। କେବଳ ସକାଳୁ ଗାଡ଼ି ମୋଟର ଧରି ବାହାରି ଯାଉଛନ୍ତି। ସନ୍ଧ୍ୟାରେ ଯେଉଁଠୁ ଫେରି ଆସିହେବ ସେଠାକୁ ଯାଇ ଗଛକାଟି ଭିଡିଓ କରୁଛନ୍ତି। ଯାହାକୁ ଦେଖି ମାଫିଆ ବି ସତର୍କ ହୋଇଗଲେଣି। ସୁଚିନ୍ତିତ ଯୋଜନାରେ ଟାସ୍କ ଫୋର୍ସ ଦେଖିପାରିବା ଭଳି କିଛି ଅଞ୍ଚଳରେ ଚାଷ ହେଉଛି, ଯାହାକୁ ନଷ୍ଟ କରି ବିଭାଗ ଖୁସି ହେଉଛି। ଆଉ ସମସ୍ତଙ୍କ ନଜର ଆଢ଼ୁଆଳରେ କିଛି ଅଞ୍ଚଳରେ ଚାଷ ହେଉଛି, ଯେଉଁଠି ଗଞ୍ଜେଇ ଅମଳକ୍ଷମ ହୋଇପାରିବ। 

ଗଞ୍ଜେଇ ମାଫିଆଙ୍କ ଅର୍ଥନୀତିର ମେରୁଦଣ୍ଡ ପାଲଟିଛି। ବର୍ଷସାରା ଦାନା ଯୋଗାଉଛି। କେବଳ ଓଡ଼ିଶାରେ ନୁହେଁ ଦେଶବିଦେଶରେ ବି ଆମ ‘ଶିଳାବତୀ’ମହ ମହ ହୋଇ ବାସୁଛି। ପୁଲିସ ଓ ଅବକାରୀ ବିଭାଗ ଜାଣତରେ ମାଫିଆମାନେ ଏକର ହିସାବ ଓ ଗଛ ଗଣତିରେ ହାତଗୁଞ୍ଜା ଦେଇ ବେଫିକର ରହୁଛନ୍ତି। ଅବକାରୀ ବିଭାଗ ୧୦% ଗଛ ନଷ୍ଟ କରୁଥିବା ବେଳେ ୯୦% ଗଛ ସୁରକ୍ଷିତ ରହୁଛି। ରାଜ୍ୟରେ ମାର୍ଚ୍ଚ ପର୍ଯ୍ୟନ୍ତ ଗଛ ନଷ୍ଟ ଅଭିଯାନ ଚାଲିବ ବୋଲି ଡିଜି କହିଛନ୍ତି। ହେଲେ କାହିଁକି ? ଯଦି ଗଞ୍ଜେଇ ନିଶାରୁ ରାଜ୍ୟକୁ ମୁକ୍ତ କରିବାର ଇଚ୍ଛାଶକ୍ତି ଅଛି, ତାହେଲେ ପଡ଼ୋଶୀ ତେଲଙ୍ଗାନା ଓ ଆନ୍ଧ୍ର ଭଳି ବର୍ଷ ସାରା ଅଭିଯାନ କରାଯାଉନି କାହିଁକି ? ଅଧିକାରିମାନେ ଆନ୍ତରିକତାର ସହ ଗଞ୍ଜେଇ ଚାଷ ନଷ୍ଟ କରୁନାହାଁନ୍ତି କାହିଁକି ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.