ପ୍ରମୁଖ ଖବର
  • ୭ ନେତାଙ୍କୁ ବିଦା କଲା ବିଜେପି, ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ
  • ||
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

ନିର୍ବାଚନ ପ୍ରଚାର ଓ ଖରାର ଉଷ୍ଣତା ଭିତରେ ପଖାଳର ମଜ୍ଜା ନେଲେ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର, ୨୭।୪ ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାରର ଉଷ୍ଣତା ମଧ୍ୟରେ ପଖାଳର ମଜ୍ଜା ନେଇଛନ୍ତି ୫-ଟି ଅଧକ୍ଷ  କାର୍ତ୍ତିକ ପାଣ୍ଡିଆନ। ସାଥିରେ ଥିଲେ ଇଣ୍ଡିଆ ଟୁଡେ ଟିଭିର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ।

କଳାହାଣ୍ଡିର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲରେ ଦିନ ପ୍ରାୟ ତିନିଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ କାର୍ତ୍ତିକ ପାଣ୍ଡିଆନ। ସାଥୀରେ ଥିଲେ ପ୍ରଚାର କଭର କରିବାକୁ ଆସିଥିବା ଇଣ୍ଡିଆ ଟୁଡେ ଟିଭି ନ୍ୟାସନାଲ ଚ୍ୟାନେଲର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ।

ମଧ୍ୟାହ୍ନ ଭୋଜନ ମେନୁ ଥିଲା ଖରା ଦିନର ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ। କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ, ବଡି ଚୁରା, ଭେଣ୍ଡି ଭଜା, ଆଳୁ ଭରତା,  ଆଉ ଦହିର ମଜ୍ଜା ନେଇ ଥିଲେ ଦୁଇ ଜଣ। ସମ୍ପୂର୍ଣ ନିରାମିଷ ଖାଦ୍ୟ, ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ପାଣ୍ଡିଆନଙ୍କର ଖୁବ ପସନ୍ଦ। ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ବହୁତ ପ୍ରିୟ ପଖାଳ। ପଖାଳର ଉପକାରିତା ଓ ପ୍ରସ୍ତୁତି ବିଷୟରେ ରାହୁଲ ଙ୍କୁ ବୁଝାଇବା ସହ ଓଡ଼ିଆଙ୍କର ଏହି ସାଧାରଣ ତଥା ହିତାକାରୀ ଖାଦ୍ୟ ମୁଖ୍ୟମନ୍ତ୍ରୀ କିପରି ତାଙ୍କ ଅତିଥି ମାନଙ୍କୁ ପରଷି ଥାନ୍ତି ସେ ବିଷୟରେ ଶ୍ରୀ ପାଣ୍ଡିଆନ  ଖାଇବା ବେଳେ କହିଥିଲେ । ପରେ ଉଭୟ ଲାଞ୍ଜିଗଡ଼ ସଭା ପାଇଁ ବାହାରିଯାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.