ନିର୍ବାଚନ ଖବର
  • ରଘୁନାଥପାଲିରେ ବିଜେପିର ବାଜିମାତ୍, ୫୭୦୯ ଭୋଟରେ ଦୁର୍ଗା ଚରଣ ତନ୍ତୀଙ୍କ ବିଜୟୀ
  • ||
  • ଝାରସୁଗୁଡ଼ାରେ ପଦ୍ମର ବିଜୟ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୮ ଖଣ୍ଡ ଭୋଟ୍‌ରେ ହରାଇଲେ ବିଜେପି ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ
  • ||
  • ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ
  • ||
  • ବରଗଡ଼ ଲୋକସଭା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୧୨୯ ଖଣ୍ଡ ଭୋଟ୍ ବିଜେଡି ପ୍ରାର୍ଥୀନୀ ପରିଣୀତା ମିଶ୍ରଙ୍କ ଠାରୁ ଆଗୁଆ
  • ||
  • ଜନାଦେଶ ୨୦୨୪: ୫୪୨ ଲୋକସଭା, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ବିଧାନସଭାର ମତଦାନ ଗଣତି ଆରମ୍ଭ
  • ||
  • ଓଡ଼ିଶା ଜନାଦେଶ ରାୟ: ୭୦ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ, ପୋଷ୍ଟାଲ ବାଲଟରୁ କାଉଣ୍ଟିଂ
  • ||
  • ଆଗାମୀ ୫ ଦିନ ଭିତରେ ଓଡ଼ିଶା ପହଞ୍ଚିବ ମୌସୁମୀ, ୬ରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଟସ୍ ଜିତି ୟୁଗାଣ୍ଡାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରୁଛି ଆଫଗାନିସ୍ତାନ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌, ଆଉ କିଛି ସମୟ ପରେ ଆରମ୍ଭ ହେବ ଗଣତି, ଇଭିଏମ୍‌ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ
  • ||

ରୋମାଣ୍ଟିକ୍‌ ଆକ୍ସନ୍‌ ଥ୍ରିଲର ‘ଶଙ୍କି’ରେ ନଜର ଆସିବେ ପୂଜା ହେଗ୍‌ଡେ, ଆହନଙ୍କ ସହ କରିବେ ସ୍କ୍ରିନ ସେୟାର

ମୁମ୍ବାଇ ୧୧/୦୫: ୨୦୧୬ରେ ‘ମହେଞ୍ଜୋଦାରୋ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଦକ୍ଷିଣ ଭାରତୀୟ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ପୂଜା ହେଗ୍‌ଡେ । ସେହି ଫିଲ୍ମରେ ତାଙ୍କର ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲା । ତା’ପରେ ‘ହାଉସ୍‌ଫୁଲ୍‌-୪’, ‘ସର୍କସ’, ‘କିସି କା ଭାଇ କିସି କି ଜାନ୍‌’ ଭଳି ଫିଲ୍ମରେ ତାଙ୍କର ଉଚ୍ଚକୋଟୀର ଅଭିନୟକୁ ଦର୍ଶକେ ବେଶ୍‌ ପ୍ରଶଂସା କରିଥିଲେ । ଆଗକୁ ପୂଜାଙ୍କୁ ରୋମାଣ୍ଟିକ୍‌ ଆକ୍ସନ୍‌ ଥ୍ରିଲର ‘ଶଙ୍କି’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ବିପକ୍ଷରେ ଆହନ ସେଟ୍ଟୀ ସ୍କ୍ରିନ ସେୟାର କରିବେ । ଆସନ୍ତା ମାସ ୬ ତାରିଖରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି । 

ସାଜିଦ୍‌ ନାଡିଆଡ୍‌ୱାଲା ଏହାର ପ୍ରଯୋଜକ ଅଛନ୍ତି । ସେଥିରେ ପୂଜାଙ୍କୁ ବେଶ୍‌ କିଛି ଆକ୍ସନ୍‌ ସିନ୍‌ରେ ଦେଖିବାକୁ ମିଳିବ । ସେଥିଲାଗି ସାଜିଦ୍‌ ଜଣେ ଅନ୍ତର୍ଜାତୀୟ ଖାତିସଂପନ୍ନ କୋରିଓଗ୍ରାଫରଙ୍କ ସହାୟତା ନେଇଛନ୍ତି । ମୁମ୍ବାଇରେ ଏହାର ସପ୍ତାହେବ୍ୟାପୀ ସୁଟିଂ ସରିବା ପରେ ଗୋଆରେ ସୁଟିଂ କରାଯିବ । ‘ଶଙ୍କି’ର କାହାଣୀକୁ ରଜତ ଅରୋରା ଲେଖିଛନ୍ତି । ଅଦନାନ୍‌ ଏ. ଶୈଖ୍‌ ଏହାର ନିର୍ଦ୍ଦେଶନା ଦେବେ । ଆସନ୍ତାବର୍ଷ ଫେବ୍ରୁଆରୀ ୧୪ ତାରିଖରେ ତାହା ପ୍ରେକ୍ଷାଳୟକୁ ଆସିବ । ‘ଶଙ୍କି’ ବ୍ୟତୀତ ପୂଜାଙ୍କୁ ଶାହିଦ୍‌ କପୁରଙ୍କ ସହିତ ‘ଦେବା’ରେ ମଧ୍ୟ ଦେଖିବାକୁ ମିଳିବ । ତାହା ଚଳିତବର୍ଷ ଅକ୍ଟୋବର ମାସରେ ରିଲିଜ୍‌ ହେବାର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.