ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଲୁପସ୍ ଦିବସରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୧୧/୦୫: ଲୁପସ୍ ଏକ ସଂକ୍ରାମକ ରୋଗ ନୁହେଁ । ଏହା ଏକ ଅଟୋ ଇମ୍ୟୁନ୍ (ସ୍ୱ-ପ୍ରତିରକ୍ଷୀ) ରୋଗ । ତେବେ ଏହାର ଚିକିତ୍ସା ସମ୍ଭବ । ତେଣୁ ରୋଗକୁ ଡରିବା ପରିବର୍ତ୍ତେ ଉପଯୁକ୍ତ ଚିକିତ୍ସା କରାଗଲେ ମଣିଷ ସୁସ୍ଥ ହୋଇପାରିବ । ଏଭଳି ସଚେତନତାର ବାର୍ତ୍ତା ନେଇ ବିଶ୍ୱ ଲୁପସ୍ ଦିବସ ଅବସରରେ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଶୁକ୍ରବାର ଏକ ସଚେତନତା ରାଲି ଆୟୋଜିତ ହୋଇଯାଇଛି । 

ଶୁକ୍ରବାର ସକାଳେ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏହି ସଚେତନତା ରାଲିର ଆୟୋଜନ କରାଯାଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଓ ଇଣ୍ଡିଆନ୍ ର‌୍ୟୁମାଟୋଲୋଜି ସୋସାଇଟି, ଓଡ଼ିଶା ଶାଖାର ସଭାପତି ଡାକ୍ତର ଏମ୍‌. କେ. ଛୋଟରାୟ ଯୋଗ ଦେଇ ରାଲିର ଶୁଭାରମ୍ଭ କରିଥିଲେ ।

ସମ୍ ହସ୍ପିଟାଲର ଏଭଳି ସଚେତନତା ପଦକ୍ଷେପକୁ ପ୍ରଶଂସା କରି ଲୁପସ୍ ଭଳି ରୋଗକୁ ପରାସ୍ତ କରିବା ନିମନ୍ତେ ଉପଯୁକ୍ତ ଚିକିତ୍ସା ଓ ସଚେତନତାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ମହାପାତ୍ର କହିଥିଲେ। ସେହିପରି ଲୁପସ୍‌ରେ ପୀଡ଼ିତ ଥିବା ବ୍ୟକ୍ତିଙ୍କର ଶରୀରର ଅନ୍ୟାନ୍ୟ ଅଙ୍ଗ ମଧ୍ୟ ଆକ୍ରାନ୍ତ ହୋଇଥାଏ । ତେଣୁ ଏ ଦିଗରେ ଉଚିତ୍ ପରୀକ୍ଷା ଓ ଚିକିତ୍ସା ଜରୁରୀ ବୋଲି ଡାକ୍ତର ଛୋଟରାୟ କହିଥିଲେ । 

ଏହି ଅବସରରେ ସମ୍ ହସ୍ପିଟାଲ କ୍ଲିନିକାଲ ଇମୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ ଲୁପସ୍ ରୋଗ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିବା ବେଳେ ୧୫ ରୁ ୫୦ ବର୍ଷ ମଧ୍ୟରେ ଥିବା ବାଳିକା ଓ ମହିଳାମାନଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଯାଉଛି ବୋଲି କହିଥିଲେ। ରୋଗ ପ୍ରତିରୋଧକ ଶକ୍ତିରେ ସମସ୍ୟା ସୃଷ୍ଟି ହେଲେ ଲୁପସ୍ ଭଳି ମାରାତ୍ମକ ବ୍ୟାଧି ଶରୀରରେ ଦେଖା ଦେଇଥାଏ । ଶରୀରରେ ବିଭିନ୍ନ ପ୍ରକାର ଦାଗ, ଜ୍ୱର, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ହୃଦ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଏଥି ନିମନ୍ତେ ଠିକ୍ ସମୟରେ ରୋଗର ଚିହ୍ନଟ, ଉପଯୁକ୍ତ ପରୀକ୍ଷା ଓ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । 

ଏହି ର‌୍ୟାଲିରେ ସମ୍ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଡିଜିଏମ୍ ପୁଷ୍ପାଞ୍ଜଳୀ ରାଉତ ଓ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଏହି ମାରାତ୍ମକ ରୋଗ ବିଷୟରେ ସଚେତନତାର ବାର୍ତା ପ୍ରଦାନ କରିଥିଲେ। 

ବିଶ୍ୱ ଲୁପସ୍ ଦିବସ ପରିପ୍ରେକ୍ଷୀରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ ଇମୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ସିଏମ୍‌ଇର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ସିଏମ୍‌ଇରେ ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ରୋଗର ପରୀକ୍ଷା, ଚିକିତ୍ସା ଓ ସଚେତନତା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ଶିଶୁରୋଗ ବିଭାଗର ପ୍ରଫେସର ତଥା ମେଡିକାଲ୍ ସୁପରିଟେଣ୍ଡେଂଟ ଇନ୍‌ଚାର୍ଜ ପ୍ରଫେସର ରଚିତା ଷଢ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ରୋଗର କାରଣ ଓ ନିରାକରଣ ବାହାର କରିବା ନିମନ୍ତେ ଯତ୍ନବାନ ହେବା ଉଚିତ୍ ବୋଲି କହିଥିଲେ। ଏହି ସମସ୍ୟା ହୃଦ୍‌ଯନ୍ତ୍ର ଏବଂ ବୃକକକୁ ମଧ୍ୟ ଆକ୍ରାନ୍ତ କରିଥାଏ । ତେଣୁ ଖୁବ୍ କମ୍ ବୟସରୁ ଏହି ସମସ୍ୟା ଦେଖା ଦେଉଥିବାରୁ ଅଭିଭାବକମାନେ ମଧ୍ୟ ଏ ଦିଗରେ ସଚେତନ ହେବା ଉଚିତ୍ ବୋଲି ସେ କହିଥିଲେ । ସିଏମ୍‌ଇରେ ଡାକ୍ତର ପାତ୍ରୋ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆସୋସିଏଟ୍ ପ୍ରଫେସର ରଶ୍ମିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.