ଲକ୍ଷ୍ନୌ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ର ଶେଷ ଲିଗ୍ ମ୍ୟାଚ୍ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ପାଇଁ ରିଷଭ ପନ୍ତ ଅପରାଜିତ ୧୧୮ ରନ କରିଛନ୍ତି । ଫଳରେ ଦଳ ୨୦ ଓଭର ଶେଷ ସୁଦ୍ଧା ୩ ଓ୍ବିକେଟ ହରାଇ ୨୨୭ ରନ୍ କରିଛି । ଏକାନା ଷ୍ଟାଡିୟମରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଯଦି RCB ଆଜିର ମ୍ୟାଚ୍ ଜିତିଯାଏ ତେବେ ଏହା ପଏଣ୍ଟ ଟେବୁଲର ଶ୍ରେଷ୍ଠ-୨ ରେ ରହିବ। ଏପରି ପରିସ୍ଥିତିରେ, ଦଳକୁ ଫାଇନାଲରେ ପହଞ୍ଚିବା ପାଇଁ ଦୁଇଟି ସୁଯୋଗ ମିଳିବ । ସେପଟେ ଲକ୍ଷ୍ନୌ ଦଳ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି ।
ରିଷଭ ପନ୍ତଙ୍କ ଶତକ ବଳରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୨୮ ରନର ଟାର୍ଗେଟ ଦେଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ଲକ୍ଷ୍ନୌ ୨୦ ଓଭରରେ ତିନି ୱିକେଟ୍ ହରାଇ ୨୨୭ ରନ୍ କରିଛି । ଦଳ ପାଇଁ ଅଧିନାୟକ ପନ୍ତ ସର୍ବାଧିକ ୧୧୮ ରନ କରିଛନ୍ତି । ଏହି ସମୟରେ ସେ ୬୧ଟି ବଲ୍ ଖେଳିବା ସହ ୮ ଛକା ଏବଂ ୧୧ଟି ଚୌକା ମାରିଛନ୍ତି । ସେହିପରି ଆରସିବି ପକ୍ଷରୁ ନୁୱାନ ତୁଷାରା, ଭୁବନେଶ୍ୱର କୁମାର ଏବଂ ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।