ପ୍ରମୁଖ ଖବର
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଜଳୁଛି ସାରକୁଣ୍ଡା ରିଜର୍ଭ ଫରେଷ୍ଟ, ବିପଦରେ ଜୀବଜନ୍ତୁ, ମୂଲ୍ୟବାନ ଗଛ

ବୋନାଇ, ୨୭।୪: ନିଆଁର ଆଁ ଭିତରେ ବହୁ ପ୍ରତୀକ୍ଷିତ ସାରକୁଣ୍ଡା ରିଜର୍ଭ ଫରେଷ୍ଟ । ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ବନାଞ୍ଚଳ ଅଧିନସ୍ଥ ସାରକୁଣ୍ଡା ରିଜର୍ଭ ଫରେଷ୍ଟରେ ଲାଗିଛି ଭୟଙ୍କର ନିଆଁ । ନିଆଁର ପ୍ରକୋପ ଏତେ ଅଧିକ ରହିଛି ଯେ, ଅନେକ ଦୂରକୁ ଏହା ସ୍ପଷ୍ଟ ଦେଖାଯାଉଛି । ସାରକୁଣ୍ଡା ଜଙ୍ଗଲରେ ବହୁ ମୂଲ୍ୟବାନ ଗଛ ସହିତ ଜୀବଜନ୍ତୁ ଏବେ ବିପଦରେ । ପୁରା ଜଙ୍ଗଲ ଏବେ ଧୂଆଁମୟ ଥିବା ବେଳେ ନିକଟ ଗାଁ ଗୁଡ଼ିକ ମଧ୍ୟ ଧୂଆଁର କବଳରେ ରହିଛନ୍ତି । ୨ ଦିନ ହେଲା ଏହି ଜଙ୍ଗଲ ଜଳୁଥିଲେ ସୁଦ୍ଧା ଏଥିପ୍ରତି ବନ ବିଭାଗର କୌଣସି ପଦକ୍ଷେପ ନେଇ ନାହାନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.